fbpx

EMI ନ ଭରିଲେ ଜବତ ହେବ କି ସଂପତ୍ତି ? ଏ ଦିଗରେ କଣ ରହିଛି ଆପଣଙ୍କ ଅଧିକାର, ଜାଣିବା ପାଇଁ ପଢ଼ନ୍ତୁ ପୂରା ଖବର

ଓଡ଼ିଶା ଭାସ୍କର ବ୍ୟୁରୋ: ଭାରତରେ ଅଧିକାଂଶ ଲୋକ ଘର ତିଆରି, ଗାଡି, ମୋବାଇଲ ଏବଂ ଅନେକ ପ୍ରକାରର ଜିନିଷ କ୍ରୟ କରିବା ପାଇଁ ଲୋନ କରିଥାନ୍ତି । ତେଣୁ ପ୍ରତିମାସରେ ଲୋକମାନେ ଇଏମଆଇ ଭରିବାକୁ ପଡ଼ୁଛି । ବେଳେ ଏହି ଇଏମଆଇ ଭରିବାକୁ ଯାଇ ଆପଣ ମାନେ ଆକ୍ରୋଶର ଶିକାର ମଧ୍ୟ ହେଉଛନ୍ତି । ଯେତେବେଳେ ଇଏମଆଇ ସମୟ ଅନୁସାରେ ଭରି ପାରୁନାହାନ୍ତି ସେତେବେଳେ ଆପଣଙ୍କ ପାଖକୁ ବାରମ୍ବାର ଫାଇନାନ୍ସିଆଲ୍ କମ୍ପାନୀ ପାଖରୁ କଲ୍ ଯାଉଛି । କିନ୍ତୁ ଯଦି ଆପଣ ଇଏମଆଇ ଦେଇ ପାରି ନାହାନ୍ତି, ତେବେ କଣ ବ୍ୟାଙ୍କ ଏଜେଣ୍ଟ ଆପଣଙ୍କୁ ଧମକ ଦେଇ ପାରିବେ ? ଯଦି ଆପଣ ଇଏମଆଇ ଭରି ନାହାନ୍ତି ତେବେ କଣ ଆପଣଙ୍କ ସମ୍ପତି ଜବତ ହୋଇଯିବ ? ତେବେ ଆଜି ଆମେ ଜାଣିବା ଉପରୋକ୍ତ ସବୁ ପ୍ରଶ୍ନ ଉତ୍ତର । ଆଉ ଆପଣଙ୍କର ଏ କ୍ଷେତ୍ରରେ କଣ କଣ ଅଧିକାର ରହିଛି ।
ଆପଣ ଶୁଣିଥିବେ ଯେ, ଗାଡି କି ମୋବାଇଲ ଇଏମଆଇ ଭରି ନପାରିଲେ, ଲୋକଙ୍କ ପାଖକୁ କଲ୍ ଆସେ ଯେ, “ମୁଁ ସେ କମ୍ପାନୀର ଓକିଲ କହୁଛି, ଏ କମ୍ପାନୀର ଓକିଲ କହୁଛି”। କିନ୍ତୁ ଏ ସବୁ କେବଳ ଏକ ଫେକ୍ କଲ ହୋଇଥାଏ । ଏମିତି କୌଣସି କମ୍ପାନୀ ଫୋନ୍ କରି ଆପଣଙ୍କୁ ଧମକ ଦେଇ ପାରିବେ ନାହିଁ ।

ସିକ୍ୟୁରିଟାଇଜେସନ ଆଣ୍ଡ ରିକନଷ୍ଟ୍ରକ୍ସନ ଅଫ ଫାଇନାନସିଆଲ ଆସେଟ୍ସ ଆଣ୍ଡ ଏନଫର୍ସୋମେଣ୍ଟ ଅଫ ସିକ୍ୟୁରିଟି ଇଣ୍ଟରେଷ୍ଟ ଆକ୍ଟ (ସରଫେଶି ଆକ୍ଟ) ଆପଣଙ୍କୁ ଇଏମଆଇ ଅଧୀନସ୍ଥ ସବୁପ୍ରକାର ଅଧିକାର ସମ୍ପର୍କରେ ଅବଗତ କରାଇଥାଏ । ତେବେ ଚାଲନ୍ତୁ ଜାଣିବା ଏହାର ପାଞ୍ଚଟି ନିୟମ ।

୧. ଆପଣ ଲୋନ ନେଇ ବାଇକ କିଣିଛନ୍ତି ଏବଂ କୌଣସି ମାସରେ ଇଏମଆଇ ଭରି ପାରି ନାହାନ୍ତି । ଆଉ ଏହାପରେ ଯଦି ଆପଣ ବାଇକରେ ଯାଉଛନ୍ତି, ଅଧା ରାସ୍ତାରେ ରିକଭରି ଏଜେଣ୍ଟ ଆପଣଙ୍କୁ ଅଟକାଇ ଆପଣଙ୍କ ବାଇକ୍ ନେଇ ଯାଉଛି । ତେବେ ଏହାକୁ ଅପରାଧ ଏବଂ ଲୁଟପାଟ୍ ଭାବେ ଧରାଯାଏ । ଆପଣ ଉକ୍ତ ରିକଭରି ଏଜେଣ୍ଟ ବିରୋଧରେ କେସ୍ କରି ପାରିବେ । ସେନେଇ ଆପଣଙ୍କ ପାଖରେ ଯଥେଷ୍ଟ ଅଧିକାର ରହିଛି ।

୨. ଯଦି ଆପଣ ଘର ପାଇଁ ଲୋନ ନେଇଛନ୍ତି ଏଵଂ ତାହା ଡିଫଲ୍ଟ ହୋଇ ଯାଇଛି । ତେବେ ନିୟମ ଅନୁଯାୟୀ, ପ୍ରଥମେ ଡିଫଲରଟଙ୍କୁ ଲୋନ ପରିଶୋଧ କରିବାର ସମୟ ଦିଆଯିବ । ୯୦ ଦିନ କିମ୍ବା ସେଥିରୁ ଅଧିକ ସମୟ ଭିତରେ ବକେୟା ପୈଠ ନକଲେ ଯଦି ଡିଫଲଟରଙ୍କ ଖାତା ଏନପିଏ ଶ୍ରେଣୀରେ ଆସୁଛି ତେବେ ବ୍ୟାଙ୍କକୁ ଡିଫଲଟରଙ୍କୁ ୬୦ ଦିନର ନୋଟିସ୍ ଦେବାକୁ ପଡିଥାଏ। ଏହା ବ୍ୟତୀତ ସଂପତ୍ତିର ବିକ୍ରି ପାଇଁ ଡିଫଲଟରଙ୍କୁ ୩୦ ଦିନର ସାର୍ବଜନୀନ ନୋଟିସ୍ ଦେବାକୁ ପଡିଥାଏ। ଏଥିରେ ବିକ୍ରିର ସମସ୍ତ ସୂଚନା ଦେବାକୁ ପଡିଥାଏ।

୩. ଯେ କୌଣସି ଲୋନ ଉପରେ ଡିଫଲଟର ଯଦି ୬୦ ଦିନର ନୋଟିସ୍ ଅବଧି ଭିତରେ ବକୈୟା ପୈଠ କରି ପାରୁ ନାହିଁ କିମ୍ବା ଜବାବ ଦେବାରେ ବିଫଳ ହେଉଛି ତେବେ ବ୍ୟାଙ୍କ ଅର୍ଥ ଆଦାୟ ପାଇଁ ସଂପତ୍ତି ନିଲାମ କରି ପାରିବେ। ଯଦି ନୋଟିସର ଅବଧି ସମୟରେ ଡିଫଲଟର ବକୈୟା ପୈଠ କରୁଛନ୍ତି ତେବେ ବ୍ୟାଙ୍କ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପାରିବ ନାହିଁ ।

୪. ଡିଫଲଟର ବ୍ୟାଙ୍କର ନୋଟିସ୍ ଅବଧି ସମୟରେ ଯଦି ତାଙ୍କ ସଂପତ୍ତି ଉପରେ କବଜା ନୋଟିସ୍ ଜାରି କରେ । ତେବେ ଡିଫଲରଟଙ୍କୁ ଉକ୍ତ କବଜା ନୋଟିସ୍ ବିରୋଧରେ ଆପତ୍ତି କରି ପାରିବେ। ଏହା ଉପରେ ଅଧିକାରୀଙ୍କୁ ସାତ ଦିନ ଭିତରେ ଜବାବ ଦେବାକୁ ପଡିଥାଏ। ଯଦି ଅଧିକାରୀ ଡିଫଲଟରଙ୍କ ଆପତ୍ତି ଖାରଜ କରି ଦିଅନ୍ତି, ତେବେ ଏହାର କାରଣ ମଧ୍ୟ ଦେବାକୁ ପଡିବ।

୫. ବ୍ୟାଙ୍କ କର୍ମଚାରୀ କିମ୍ବା ଏଜେଣ୍ଟକୁ ଡିଫଲଟରଙ୍କ ବ୍ୟକ୍ତିଗତକୁ ଧ୍ୟାନରେ ରଖିବାକୁ ପଡିଥାଏ। ସେମାନେ ଡିଫଲଟରଙ୍କ ମନ ପସନ୍ଦର ସ୍ଥାନରେ ସାକ୍ଷାତ କରି ପାରିବେ। ବ୍ୟାଙ୍କ କର୍ମଚାରୀ ଓ ଏଜେଣ୍ଟ ତାଙ୍କ ଇଚ୍ଛାରେ କୌଣସି ସ୍ଥାନରେ ଅଟକାଇ ପାରିବେ ନାହିଁ। ଯଦି ଡିଫଲଟର ସାକ୍ଷାତ କରିବାର ସ୍ଥାନ କହି ପାରିବେ ନାହିଁ ତେବେ, ବ୍ୟାଙ୍କ କର୍ମଚାରୀ ତାଙ୍କ ଘରକୁ ଯାଇ ଆଲୋଚନା କରି ପାରିବେ। ଏଥିପାଇଁ ସମୟ ରହିଛି । ନିୟମ ଅନୁଯାୟୀ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଭିତରେ ହିଁ ଡିଫଲରଟଙ୍କୁ ଭେଟି ପାରିବେ।

ଯେଉଁମାନେ ସମସ୍ୟାରେ ପଡି ଇଏଆଇ ଭରି ପାରି ନାହାନ୍ତି ସେମାନଙ୍କ ସହ ବ୍ୟାଙ୍କ ଆଲୋଚନା କରି ଉପଯୁକ୍ତ ସମୟ ଦେଇ ପାରିବେ। ଆଉ ଯେଉଁମାନେ ଜାଣି ଶୁଣି ଇଏମଆଇ ଭରୁ ନାହାନ୍ତି ତେବେ ବ୍ୟାଙ୍କକୁ ସେହି ପରି ଡିଫଲଟରଙ୍କ ପ୍ରତି କଡା ଆଭିମୁଖ୍ୟ ଆପଣାଇବା ଉଚିତ୍ ।

Get real time updates directly on you device, subscribe now.