ଆସନ୍ତାକାଲି ସୋମବାର ବ୍ୟାଙ୍କ ଖୋଲା ରହିବ ନା ବନ୍ଦ, ଜାଣନ୍ତୁ ଜୁନ୍ ୧୫ରୁ ଜୁନ୍ ୨୧ ପର୍ଯ୍ୟନ୍ତ RBIର ଛୁଟି ଲିଷ୍ଟ
ଆଗାମୀ ସପ୍ତାହରେ କେତେଦିନ ବନ୍ଦ ରହିବ ବ୍ୟାଙ୍କ?
ଓଡିଶାଭାସ୍କର: ଆସନ୍ତାକାଲି, ଜୁନ୍ ୧୫ ତାରିଖରୁ ଏକ ନୂଆ ସପ୍ତାହ ଆରମ୍ଭ ହେଉଛି। ଯଦି ଆପଣଙ୍କୁ ନଗଦ ଜମା କରିବା, KYC ଡକ୍ୟୁମେଣ୍ଟ ଦାଖଲ କରିବା, ଚେକ୍ କ୍ଲିୟର କରିବା, ଆପଣଙ୍କର ପାସବୁକ୍ ଅପଡେଟ୍ କରିବା କିମ୍ବା ବ୍ୟାଙ୍କ ଲକର ବ୍ୟବହାର କରିବା ଭଳି କାମ ପାଇଁ ଜୁନ୍ ୧୫ ରୁ ଜୁନ୍ ୨୧ ମଧ୍ୟରେ ବ୍ୟାଙ୍କକୁ ଯିବାକୁ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ।
ଏଠାରେ ଉଲ୍ଲେଖନୀୟ ଯେ ସ୍ଥାନୀୟ ପର୍ବପର୍ବାଣୀ ଏବଂ ଓ୍ୱିକେଣ୍ଡ ଯୋଗୁଁ ବିଭିନ୍ନ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ତିନି ଦିନ ପାଇଁ ବନ୍ଦ ରହିବ। ଯେହେତୁ ଏହା ମାସର ତୃତୀୟ ସପ୍ତାହ, ତେଣୁ ଶନିବାର (ଜୁନ୍ ୨୦) ଦିନ ବ୍ୟାଙ୍କଗୁଡ଼ିକ ଖୋଲା ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କର ତାଲିକା ଅନୁସାରେ ଆସନ୍ତା ସପ୍ତାହରେ ହେବାକୁ ଥିବା ବ୍ୟାଙ୍କ ଛୁଟି ଉପରେ ଆସନ୍ତୁ ନଜର ପକାଇବା।
ଜୁନ୍ ୧୫ (ସୋମବାର) – ରଜ ସଂକ୍ରାନ୍ତି ଏବଂ YMA ଦିବସ ଅବସରରେ ଓଡ଼ିଶା ଏବଂ ମିଜୋରାମରେ ବ୍ୟାଙ୍କ ଶାଖାଗୁଡ଼ିକ ବନ୍ଦ ରହିବ। ଦେଶର ଅନ୍ୟାନ୍ୟ ସ୍ଥାନରେ କାର୍ଯ୍ୟ ଯଥାରୀତି ଜାରି ରହିବ।
ଜୁନ୍ ୧୭ (ବୁଧବାର) – ମହାରାଣା ପ୍ରତାପ ଜୟନ୍ତୀ ଅବସରରେ କେବଳ ହରିୟାଣା ରାଜ୍ୟରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
ଜୁନ୍ ୧୮ (ଗୁରୁବାର) – ଶ୍ରୀ ଗୁରୁ ଅର୍ଜନ ଦେବ ଜୀଙ୍କ ସହିଦ ଦିବସ ଯୋଗୁଁ ବ୍ୟାଙ୍କଗୁଡ଼ିକ, ବିଶେଷକରି ପଞ୍ଜାବରେ ବନ୍ଦ ରହିବ।
ଜୁନ୍ ୨୧ (ରବିବାର) – ଓ୍ୱିକେଣ୍ଡ ଛୁଟି ଯୋଗୁଁ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ।
ଜୁନ୍ ମାସରେ ବ୍ୟାଙ୍କ ଛୁଟିର ତାଲିକା:
ଜୁନ୍ ୧୫ (ସୋମବାର) – ଆଇଜଲରେ ‘ୟଙ୍ଗ ମିଜୋ ଆସୋସିଏସନ୍ ଡେ’ ଏବଂ ଓଡ଼ିଶାରେ ‘ରଜ ସଂକ୍ରାନ୍ତି’ ଯୋଗୁଁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
ଜୁନ୍ ୧୭ (ବୁଧବାର) – ‘ମହାରାଣ ପ୍ରତାପ ଜୟନ୍ତୀ’ ଯୋଗୁଁ ହରିୟାଣା ଏବଂ ହିମାଚଳ ପ୍ରଦେଶରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
ଜୁନ୍ ୧୮ (ଗୁରୁବାର) – ‘ଶ୍ରୀ ଗୁରୁ ଅର୍ଜନ ଦେବ ଜୀଙ୍କ ସହିଦ ଦିବସ’ରେ ପଞ୍ଜାବରେ ଛୁଟି ରହିବ।
ଜୁନ୍ ୨୫ (ଗୁରୁବାର) – ବିଜୟୱାଡ଼ାରେ ‘ମହରମ୍’ ଛୁଟି ରହିବ।
ଜୁନ୍ ୨୬ (ଶୁକ୍ରବାର) – ‘ମହରମ୍ / ଆଶୁରା’ ଯୋଗୁଁ ଅଗରତାଲା, ଆଇଜଲ୍, ବେଲାପୁର, ବେଙ୍ଗାଲୁରୁ, ଭୋପାଳ, ଚେନ୍ନାଇ, ହାଇଦ୍ରାବାଦ, ଜମ୍ମୁ, କାନପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ପାଟନା, ରାୟପୁର, ରାଞ୍ଚି ଏବଂ ଶ୍ରୀନଗରରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
ଜୁନ୍ ୨୯ (ସୋମବାର) – ‘ସନ୍ଥ ଗୁରୁ କବୀର ଜୟନ୍ତୀ’ ଯୋଗୁଁ ସିମଲାରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
୩୦ ଜୁନ୍ (ମଙ୍ଗଳବାର) – ‘ରେମନା ନୀ’ ଯୋଗୁଁ ଆଇଜଲରେ ଛୁଟି ରହିବ।
ଜୁନ୍ ୨୦୨୬ରେ ଓ୍ୱିକେଣ୍ଡରେ ବ୍ୟାଙ୍କ ଛୁଟି:
ଜୁନ୍ ୧୩ – ଦ୍ୱିତୀୟ ଶନିବାର
ଜୁନ୍ ୨୭ – ଚତୁର୍ଥ ଶନିବାର
ରବିବାର – ଜୁନ୍ ୭, ୧୪, ୨୧ ଏବଂ ୨୮
ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ସେବା କାର୍ଯ୍ୟକ୍ଷମ ରହିବ:
ଛୁଟିଦିନରେ ବ୍ୟାଙ୍କ ଶାଖା ବନ୍ଦ ଥିଲେ ମଧ୍ୟ ଗ୍ରାହକମାନେ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ବିଭିନ୍ନ ସେବା ପାଇପାରିବେ। ଇଣ୍ଟରନେଟ୍ ବ୍ୟାଙ୍କିଂ, ମୋବାଇଲ୍ ବ୍ୟାଙ୍କିଂ ଆପ୍ସ, UPI କାରବାର, ATM ସେବା ଏବଂ ଅନଲାଇନ୍ ପାଣ୍ଠି ସ୍ଥାନାନ୍ତର ଭଳି ସୁବିଧା ୨୪ ଘଣ୍ଟା ଉପଲବ୍ଧ ରହିଥାଏ।

