fbpx

ଆଉଥରେ ଘର ବାହାରେ ମାଣ ବସେଇବେ କି ବୋହୂ? ଏ ନେଇ କଣ କହିଲେ ତପସ୍ୱିନୀ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ତପସ୍ୱିନୀ ଦାସଙ୍କ ଆନ୍ଦୋଳନ ଦଶମ ଦିନରେ ପହଞ୍ଚିଛି । ତିନୋଟି କୋର୍ଟ ଡେଟ ହୋଇ ଯାଇଥିଲେ ମଧ୍ୟ ତପସ୍ୱିନୀ ଏବେବି ନ୍ୟାୟ ଅପେକ୍ଷାରେ ଶାଶୁ ଘର ସାମ୍ନାରେ ବସି ରହିଛନ୍ତି । ଏମିତି ପରସ୍ଥିତିରେ ଆସନ୍ତା କାଲି ମାର୍ଗଶୀର ମାସ ଗୁରୁବାର । ପ୍ରଥମ ପାଳି ଗୁରୁବାରରେ ଘର ବାହାରେ ମାଣ ବସାଇଥିଲେ ତପସ୍ୱିନୀ । ତେବେ ଦ୍ୱିତୀୟ ପାଳିରେ ବୋହୂ ଘରେ ମାଣ ବସେଇବ ନା ଘର ବାହାରେ ମାଣ ବସେଇବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ତପସ୍ୱିନୀ କହିଛନ୍ତି ବୋହୂ ହିସାବରେ ମାଣ ବସାଇବା ମୋର ଦାୟିତ୍ୱ । ଯଦି ସେମାନେ ନ ଚାହୁଁଛନ୍ତି ମୁଁ ଘର ଭିତରକୁ ଯାଏଁ ବୋଲି ମୁଁ ବାହାରେ ହିଁ ଆଉଥରେ ମାଣ ବସେଇବି । ଏହା ସହିତ ସ୍ୱାମୀଙ୍କ ଡିଭୋର୍ସ ଫାଇଲକୁ ନେଇ କୋର୍ଟ ଯିବା ନେଇ ମଧ୍ୟ ତପସ୍ୱିନୀ ସୂଚନା ଦେଇଛନ୍ତି । ଦେଖନ୍ତୁ ଭିଡିଓ…..

Get real time updates directly on you device, subscribe now.