fbpx

ପୁଣି ଥରେ ମୁହାଁମୁହିଁ ହେବେ କେନ୍ଦ୍ର ସରକାର ଏବଂ କୃଷକ ସଂଗଠନ ! ଏମଏସପି ଉପରେ ଗଠିତ କମିଟିକୁ ଖାରଜ

ନୂଆଦିଲ୍ଲୀ: ପୁଣି ଥରେ ମୁହାଁମୁହିଁ ହୋଇ ପାରନ୍ତି କେନ୍ଦ୍ର ସରକାର ଏବଂ କୃଷକ ସଂଗଠନ। ସଂଯୁକ୍ତ କିଷାନ ମୋର୍ଚ୍ଚା ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)କୁ ନେଇ ସରକାରୀଙ୍କ ପକ୍ଷରୁ ଗଠିତ କମିଟିକୁ ଅଗ୍ରାହ୍ୟ କରିଛନ୍ତି। ସଂଗଠନର ଅଭିଯୋଗ ଏହା ଯେ, କମିଟିରେ ନେତାମାନଙ୍କୁ ସାମିଲ୍ କରାଯାଇଛି, ଯେଉଁମାନେ ତିନି କୃଷି ଆଇନର ସମର୍ଥନ କରିଥିଲେ। ମୋର୍ଚ୍ଚାର ନେତୃତ୍ଵ ନେଉଥିବା ଅଭିମନ୍ୟୁ କୋହର କହିଛନ୍ତି ଏହି କମିଟି ଏମଏସପି ପ୍ରସଙ୍ଗରେ ଠିକରେ କାମ କରି ପାରିବେ ନାହିଁ। ତେଣୁ ଆମେ ଏହି କମିଟିକୁ ଖାରଜ କରୁଛୁ। କେନ୍ଦ୍ର ସରକାର ଏହି କମିଟିକୁ ସୋମବାର ହିଁ ଗଠନ କରିଥିଲେ।

ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା କୃଷି ଆନ୍ଦୋଳନର ସମାପ୍ତର ଆଠ ମାସ ପରେ ଏହି କମିଟି ଗଠନ କରାଯାଇଥିଲା। ପୂର୍ବତନ କୃଷି ସଚିବ ସଞ୍ଜୟ ଅଗ୍ରଓ୍ଵାଲଙ୍କୁ କମିଟିର ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଛି। ହେଲେ ସଂଯୁକ୍ତ କିଷାନ ମୋର୍ଚ୍ଚାର ତିନି ଜଣ ସଦସ୍ୟଙ୍କୁ ମଧ୍ୟ କମିଟିରେ ସାମିଲ୍ କରାଯିବ ବୋଲି କୁହାଯାଇଥିଲା। ହେଲେ ସରକାର ନିଜ ଇଚ୍ଛାରେ କମିଟି ଗଠନ କରିଛନ୍ତି। ତେନୁ କୃଷକ ମୋର୍ଚ୍ଚାର ଆଜି ବସିଥିବା ବୈଠକରେ ଏହାକୁ ଖାରଜ କରାଯାଇଛି। ସରକାର ଏଥିରେ ତଥାକଥିତ କୃଷକ ନେତାଙ୍କୁ ସାମିଲ୍ କରିଛି, ଯାହାଙ୍କର କୃଷକ ଆନ୍ଦୋଳନ ସହିତ କୌଣସି ନେନଦେଣ ନାହିଁ।

କେବଳ ଏତିକି ନୁହେଁ କମିଟିରେ ସରକାର କିଛି କର୍ପୋରେଟ୍ ସଦସ୍ୟଙ୍କୁ ମଧ୍ୟ ସାମିଲ୍ କରିଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏହି ନିଷ୍ପତ୍ତି ବିଷୟରେ ସନ୍ଧ୍ୟା ସୁଦ୍ଧା ବିସ୍ତୃତ ବୟାନ ଜାରି କରାଯିବ। ଗତ ବର୍ଷ ନଭେମ୍ବର ମାସରେ ଏକ ବର୍ଷ ଧରି ଚାଲିଥିବା କୃଷକ ଆନ୍ଦୋଳନକୁ ସଂଗଠନ ପ୍ରତ୍ୟାହାର କରିଥିଲା। ସରକାର ଏମଏସପି ଉପରେ ଏକ କମିଟି ଗଠନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କୃଷି ମନ୍ତ୍ରଣାଳୟ ପକ୍ଷରୁ ସୋମବାର ବିଜ୍ଞପ୍ତି ଜାରି କରାଯାଇ କମିଟି ଗଠନ କରାଯାଇଥିବାର ସୂଚନା ଦିଆଯାଇଥିଲା।

 

Get real time updates directly on you device, subscribe now.