fbpx

ନୁଆ ଫିଚର୍ସ ଆଣିଲା ହ୍ୱାଟ୍ସଆପ୍, ଏହି ୟୁଜର୍ସଙ୍କୁ ଦେବାକୁ ପଡ଼ିବ ଟଙ୍କା

ନୁଆଦିଲ୍ଲୀ: ହ୍ୱାଟ୍ସଆପ୍ ବ୍ୟବହାର ପାଇଁ କରିବାକୁ ପଡ଼ିବ ସବସ୍କ୍ରିପସନ । ଏହା ଦ୍ୱାରା ୟୁଜର୍ସଙ୍କୁ ଅନେକ ଫିଚର୍ସ ବ୍ୟବହାର କାରିବାକୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏହି ସବସ୍କ୍ରିପସନ ମଡେଲ ହ୍ୱାଟ୍ସଆପ୍ ବିଜନେସ୍ ପ୍ରୋପାଇଲ ପାଇଁ ଟେଷ୍ଟ କରାଯାଉଛି । ତେବେ ଏହା ସମସ୍ତ ୟୁଜର୍ସଙ୍କ ପାଇଁ ଲାଗୁ ହେବ ନାହିଁ ।

ଏକ ରିପୋର୍ଟରୁ ଜଣା ପଡ଼ିଛି ଯେ, ହ୍ୱାଟ୍ସଆପ୍ ବିଜନେସ୍ ପ୍ରୋଫାଇଲ ଓନର ହ୍ୱାଟ୍ସଆପ୍ ପ୍ରିମିୟମରୁ ବାହାରି ମଧ୍ୟ ପାରିବେ ଏବଂ ସାଧାରଣ ହ୍ୱାଟ୍ସଆପ୍ ବ୍ୟବହାର କରିପାରିବେ । ସବସ୍କ୍ରିପସନ ମଡେଲକୁ ନେଇ ପ୍ରଥମେ ଏପ୍ରିଲରେ ଖବର ଆସିଥିଲା ।

ଏହି ରିପୋର୍ଟରେ କୁହାଯାଇଥିଲା ଯେ ହ୍ୱାଟ୍ସଆପ୍ ବିଜନେସ ୟୁଜର୍ସ ଡିଭାଇସକୁ ୧୦ ଡିଭାଇସ ପର୍ଯ୍ୟନ୍ତ ଲିଙ୍କ କରିପାରିବେ । ଏବେ ଏଥିରେ ଆହୁରି ଡେଭଲପମେଣ୍ଟ କରାଯାଇଥିବା କହିଛି, ହ୍ୱାଟ୍ସଆପ୍ ଫିଚର୍ସ ଉପରେ ନଜର ରଖୁଥିବା ହ୍ୱାବିଟେନ୍ ।

ରିପୋର୍ଟ ମୁତାବିକ ଏହି ଭର୍ଜନକୁ ଏଣ୍ଡ୍ରଏଡ, ଡେସ୍କଟପ ଏବଂ ଆଇଓଏସ ପାଇଁ ପରୀକ୍ଷା କରାଯାଉଛି । ଏହି ଫିଚର କେବଳ ବିଜନେସ ଆକାଉଣ୍ଟ ପାଇଁ ହେବ ଏବଂ ଏହା ଅପସନାଲ ହେବ ।

Get real time updates directly on you device, subscribe now.