ରିୟଲିଟି ଶୋରେ ଏକାଠି ହେବେ କି ୟୁଜଭେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମା? ସ୍ପଷ୍ଟ କଲେ କ୍ରିକେଟର, କହିଦେଲେ ସବୁ ସତ
ରିୟଲିଟି ଶୋରେ ଏକାଠି ହେବେ କି ୟୁଜଭେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମା? ସ୍ପଷ୍ଟ କଲେ କ୍ରିକେଟର
ମୁମ୍ବାଇ: ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପୂର୍ବ ପତ୍ନୀ ଧନଶ୍ରୀ ବର୍ମାଙ୍କୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ କଲେ କ୍ରିକେଟର । ନିକଟରେ, ରିପୋର୍ଟ ପ୍ରକାଶ ପାଇଛି ଯେ ଚହଲ ରିଆଲିଟି ଶୋ’ “ଦି ୫୦”ରେ ଅଂଶଗ୍ରହଣ କରିପାରନ୍ତି ଏବଂ ଏହି ଶୋ’ ମାଧ୍ୟମରେ ଧନଶ୍ରୀଙ୍କ ସହିତ ତାଙ୍କୁ ଅନ-ସ୍କ୍ରିନ ଦେଖିବାକୁ ମିଳିପାରେ। ଏହି ସମ୍ଭାବ୍ୟ ରି-ୟୁନିୟନ ପ୍ରଶଂସକଙ୍କ ମଧ୍ୟରେ ଯଥେଷ୍ଟ ଆଲୋଚନାର ବିଷୟ ଥିଲା। ତଥାପି, ଚହଲ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ଏହି ସମସ୍ତ ରିପୋର୍ଟକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଖାରଜ କରିଥିଲେ। ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର କୌଣସି ରିଆଲିଟି ଶୋ’ ସହିତ କୌଣସି ସମ୍ପର୍କ ନାହିଁ ଏବଂ ସେପରି କୌଣସି ଆଲୋଚନା କିମ୍ବା ପ୍ରତିଶ୍ରୁତି ଦେଇନାହାଁନ୍ତି।
ଧନଶ୍ରୀ ନୀରବ ରହିଛନ୍ତି
ଧନଶ୍ରୀ ବର୍ମା ଏପର୍ଯ୍ୟନ୍ତ ଏହି ଗୁଜବଗୁଡ଼ିକର ପ୍ରତିକ୍ରିୟା ଦେଇନାହାଁନ୍ତି। ଫେବୃଆରୀ 1ରେ ପ୍ରିମିୟର ହେବାକୁ ଥିବା ରିଆଲିଟି ଶୋ “ଦି 50” ଫିଲ୍ମ ନିର୍ମାତା ଫାରାହ ଖାନଙ୍କ ଦ୍ୱାରା ହୋଷ୍ଟ କରାଯିବ। ଫାରାହଙ୍କ ଅନୁସାରେ, ଏହି ଶୋ’ ଭାରତୀୟ ରିଆଲିଟି ଟିଭିର ପୁରୁଣା ପାର୍ଟନକୁ ଭାଙ୍ଗିବାକୁ ଚେଷ୍ଟା କରିବ।
ଧନଶ୍ରୀ ଏବଂ ଚହଲଙ୍କ ସମ୍ପର୍କ
ଧନଶ୍ରୀ ବର୍ମା ଏବଂ ୟୁଜଭେନ୍ଦ୍ର ଚହଲ ଡିସେମ୍ବର 2020 ରେ ଗୁରୁଗ୍ରାମରେ ବିବାହ କରିଥିଲେ। ଉଭୟଙ୍କ ସାକ୍ଷାତ କୋଭିଡ-19 ମହାମାରୀ ସମୟରେ ହୋଇଥିଲା, ଯେତେବେଳେ ଚହଲ ଧନଶ୍ରୀଙ୍କଠାରୁ ନୃତ୍ୟ ଶିକ୍ଷା ନେବା ଆରମ୍ଭ କରିଥିଲେ। ତଥାପି, ଦୁହେଁ ଜୁନ୍ ୨୦୨୨ରେ ଅଲଗା ହୋଇଗଲେ ଏବଂ ମାର୍ଚ୍ଚ ୨୦୨୪ରେ ଆନୁଷ୍ଠାନିକ ଭାବରେ ଛାଡପତ୍ର ନେଇଥିଲେ।
ଛାଡପତ୍ର ପରେ ଏହି ସୁନ୍ଦରୀ ସହିତ ନାମ ଯୋଡ଼ି ହୋଇଛି
ଛାଡପତ୍ର ପରେ, ଚହଲ ଆରଜେ ମହଭାଶଙ୍କ ସହ ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଉପଭୋଗ କରୁଥିବାର ଦେଖାଯାଇଥିଲା, ଯାହା ସେମାନଙ୍କ ସମ୍ପର୍କକୁ ନେଇ କଳ୍ପନାଜଳ୍ପନା ସୃଷ୍ଟି କରିଥିଲା। ତଥାପି, ମହଭାଶ ସର୍ବଦା କହିଛନ୍ତି ଯେ ସେମାନେ କେବଳ ଭଲ ବନ୍ଧୁ। ଧନଶ୍ରୀ ସମ୍ପ୍ରତି ରିଆଲିଟି ଶୋ “ରାଇଜ୍ ଆଣ୍ଡ ଫଲ୍”ର ପ୍ରଥମ ସିଜିନରେ ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ବିବାହ ବିଷୟରେ ଖୋଲାଖୋଲି ଭାବରେ କହିବା ପାଇଁ ଶିରୋନାମା ସୃଷ୍ଟି କରିଥିଲେ।
