fbpx

ଦୁନିଆର ସବୁଠାରୁ ପ୍ରଥମ କରୋନା ଟିକା ନେଇଥିବା ବ୍ୟକ୍ତିଙ୍କ ପରଲୋକ

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ପ୍ରଥମେ କରୋନା ଟିକା ନେଇଥିବା ବ୍ୟକ୍ତି ୱିଲିୟମ୍ ସେକ୍ସପିୟରଙ୍କ ପରଲୋକ ହୋଇଛି । ମଙ୍ଗଳବାର ତାଙ୍କର ୮୧ ବର୍ଷରେ ମୃତ୍ୟୁ ହୋଇଛି । ପରିବାର ଲୋକଙ୍କ କହିବା ମୁତାବକ ସେ ଅନେକ ଗୁଡିଏ ରୋଗରେ ପୀଡିତ ଥିଲେ । ସେ ୨୦୨୦ ଡିସେମ୍ବର ମାସରେ ପ୍ରଥମେ କରୋନା ବିରୋଧୀ ଟିକା ନେଇଥିଲେ ।

ବିବିସିର ରିପୋର୍ଟ ଅନୁସାରେ, ସେକ୍ସପିଅରଙ୍କ ମୃତ୍ୟୁପରେ ତାଙ୍କ ପରିବାର ଲୋକେ ଲୋକମାନଙ୍କୁ ଅପିଲ କରିଛନ୍ତି ଯେ, ସମସ୍ତେ ଟିକା ନେବା ହିଁ ସେକ୍ସପିଅରଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି ହେବ । ସେ ଦୀର୍ଘ ୩୦ ବର୍ଷ ଧରି ସମାଜ ସେବା କରୁଥିଲେ । ହେଲେ ୨୦୨୦ ରେ ବିଶ୍ୱରେ କୋଭିଡ୍ କାୟା ମେଲାଇଥିଲା । ଆଉ ସେ ୨୦୨୦ ଡିସେମ୍ବର ମାସରେ ପ୍ରଥମ ଟିକା ନେଇ ଇତିହାସ ସୃଷ୍ଟି କରିଛନ୍ତି । ସେ ଟିକା ନେବା ପରେ ପୁରା ଦୁନିଆର ଲୋକଙ୍କୁ ଟିକା ନେବା ପାଇଁ ଅପିଲ୍ କରିଥିଲେ ।

ସୂଚନାଯୋଗ୍ୟ, କରୋନା ମହାମାରୀର ବର୍ତ୍ତମାନ ଦ୍ୱିତୀୟ ଲହର ଜାରି ରହିଛି । ଆଉ ମହାମାରୀର ପ୍ରଭାବକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶର ସରକାର ଏବେ ଅନେକ ପ୍ରକାରର ଟିକା ତିଆରି କରିସାରିଲେଣି । ଆଉ ଆଜିକା ସମୟରେ କୋଟି କୋଟି ସଂଖ୍ୟାରେ ଲୋକ ଟିକାକରଣ ପ୍ରକ୍ରିୟାରେ ସାମିଲ ହେଉଛନ୍ତି । ଖାସ୍ କରି ଆମେରିକାରେ ପ୍ରାୟତଃ ସମସ୍ତ ନାଗରିକ ଟିକା ନେଇସାରିଛନ୍ତି ।

Get real time updates directly on you device, subscribe now.