fbpx

ଫାଇନାଲରେ ଫର୍ମକୁ ଫେରିଲେ ୱିଲିୟମସନ୍: ଅଷ୍ଟ୍ରେଲିଆ ଆଗରେ ୧୭୩ ରନର ଲକ୍ଷ୍ୟ

ନୂଆଦିଲ୍ଳୀ: ଆଇସିସି ଟି-୨୦ ବିଶ୍ୱକପ ଫାଇନାଲ ଦୁବାଇରେ ଖେଳା ଯାଉଥିବା ବେଳେ ଚମକ୍ରାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି କେନ ୱିଲିୟମସନ୍ । ଟୁର୍ଣ୍ଣାମେଣ୍ଟ ସାରା ଭଲ ପ୍ରଦର୍ଶନ କରିନଥିବା ୱିଲିୟମସନ କିନ୍ତୁ ଦୁବାଇରେ ଚମକିଥିଲେ । ୮୫ ରନର ଇନିଂସ ଖେଳିବା ସହିତ ନ୍ୟୁଜିଲାଣ୍ଡକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ ଅଧିନାୟକ । ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୪ ୱିକେଟ ହରାଇ ୧୭୨ ରନ ସଂଗ୍ରହ କରିଥିଲା ।

ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡର ଆରମ୍ଭ ଅତ୍ୟନ୍ତ ଧୀମା ରହିଥିଲା । ଦଳ ପ୍ରଥମ ୧୧ ଓଭରରେ ମାତ୍ର ୭୬ ରନ କରିଥିଲା । ତେବେ ଅଧିନାୟକ ସମ୍ମୁଖରୁ ଆକ୍ରମଣ କରିବା ସହିତ ଦଳକୁ ୧୭୦ ରନ ପାର କରାଇଥିଲେ । କେନ ୱିଲିୟମସନ୍ ମାତ୍ର ୪୮ ବଲ ଖେଳି ୮୫ ରନ ସଂଗ୍ରହ କରିଥିଲେ । ଆରମ୍ଭରୁ ଧୀମା ଖେଳୁଥିବା ବେଳେ ୧୫ ଓଭର ପରେ ଗିଅର ବଦଳାଇବା ସହିତ ୧୦ଟି ଚୌକା ଓ ୩ଟି ଛକା ମାରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାର୍ଟିନ ଗପ୍ଟିଲ ୨୮ ଏବଂ ଗ୍ଲେନ୍ ଫିଲିପ୍ସ ୧୮ ରନର ଅବଦାନ ଦେଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜୋଶ ହେଜଲଉଡ୍ ମାତ୍ର ୧୬ ରନ ବ୍ୟୟରେ ୩ଟି ୱିକେଟ ନେଇଥିବା ବେଳେ ଆଡାମ ଜାମ୍ପା ଗୋଟିଏ ୱିକେଟ ନେଇଥିଲେ ।

Get real time updates directly on you device, subscribe now.