fbpx

ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୭ରୁ ଆରମ୍ଭ, ୨୩ ଦିନରେ ବସିବ ୧୭ ବୈଠକ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଡିସେମ୍ବର ୭ରୁ ଆରମ୍ଭ ହୋଇ ଡିସେମ୍ବର ୨୯ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶୁକ୍ରବାର ଏହାର ସୂଚନା ଦେଇଛନ୍ତି। ୨୩ ଦିନର କାର୍ଯ୍ୟ ଦିବସରେ ୧୭ ବୈଠକ ବସିବ। ଅମୃତ କାଳ ଅଧିବେଶନ ସମୟରେ ବିଧେୟକ ଏବଂ ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ନେଇ ଆମେ ଆଶାବାଦୀ ଥିବା ମନ୍ତ୍ରୀ ଯୋଶୀ ଟ୍ଵିଟ୍ କରି କହିଛନ୍ତି।

ଶୀତକାଳୀନ ଅଧିବେଶନର ପ୍ରଥମ ଦିନଟି ପରଲୋକ ଘଟିଥିବା ସାଂସଦଙ୍କ ସ୍ମୃତିରେ ସ୍ଥଗିତ ରଖାଯିବ। ଏଥିରେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ମଧ୍ୟ ସାମିଲ୍। ଏହି ଅଧିବେଶନରେ କୌଣସି ପ୍ରକାରର କୋଭିଡ୍ ପ୍ରୋଟୋକଲ ଲାଗୁ ହେବ ନାହିଁ। କରୋନା  ହ୍ରାସ ପାଇବା ଏବଂ ଲୋକସଭା ଓ ରାଜ୍ୟସଭାର ସଦସ୍ୟଙ୍କ ପୂର୍ଣ୍ଣ ଟିକାକରଣକୁ ଦୃଷ୍ଟିରେ ରଖି ଏମିତି ନିଷ୍ପତ୍ତି ନିଆଯାଇଛି।

ସଂସଦର ଏହି ଅଧିବେଶନରେ ପ୍ରଥମ ଥର ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ ରାଜ୍ୟସଭାର ଅଧ୍ୟକ୍ଷ ଭାବେ ନିଜର କାର୍ଯ୍ୟଭାର ସମ୍ଭାଳିବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସେହି ବିଧେୟକର ତାଲିକା ପ୍ରସ୍ତୁତ କରାଯାଉଛି ଯାହାକୁ ଚଳିତ ଶୀତକାଳୀନ ଅଧିବେଶନରେ ଗୃହୀତ କରାଇବାକୁ ଉଦ୍ୟମ କରାଯିବ। ତେଣୁ ପ୍ରତି ଥର ପରି ଏଥର ବି ଶୀତକାଳୀନ ଅଧିବେଶନ ଖୁବ୍ ହଟ୍ଟଗୋଳ ହୋଇପାରେ। ଉଲ୍ଲେଖନୀୟ ମୌସୁମି ଅଧିବେଶନ ଜୁଲାଇ ୧୮ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିଥିଲା। ୨୨ ଦିନର କାର୍ଯ୍ୟଦିବସରେ ୧୬ ଅଧିବେଶନ ବସିଥିଲା।

Get real time updates directly on you device, subscribe now.