fbpx

ବନ୍ୟାରେ ମଲେଣି ୧୮୦ରୁ ଅଧିକ ଲୋକ

ନୂଆଦିଲ୍ଲୀ: ଜର୍ମାନୀ-ବେଲଜିୟମରେ ରେକର୍ଡ ବର୍ଷା ପରେ ଏବେ ନଦୀରେ ଭୟଙ୍କର ଜଳପ୍ରଳୟ ହୋଇଛି । ପଶ୍ଚିମ ଜର୍ମାନୀ ଏବଂ ବେଲଜିୟମରେ ବିନାଶକାରୀ ବନ୍ୟା ପରେ ଚାରିଆଡ଼େ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ଯୋଗୁଁ ରବିବାର ପର୍ଯ୍ୟନ୍ତ ୧୮୦ରୁ ଅଧିକ ଲୋକଙ୍କ ମତ୍ୟୁ ହୋଇଥିବା ସୂଚନା ରହିଛି । ହଜାର ହଜାର ଲୋକ ବାସହରା ହୋଇଛନ୍ତି । ବନ୍ୟା ଯୋଗୁଁ ଅନେକ କ୍ଷତି ହୋଇଛି ଘର ଭାଙ୍ଗିବା ସହ ରାସ୍ତା ନଷ୍ଟ ହୋଇଛି ।

ଜର୍ମାନୀରେ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ପରେ ଏଭଳି ଜଳପ୍ରଳୟ ଦେଖିବାକୁ ମିଳିଛି । ଏହି ବନ୍ୟା ଯୋଗୁଁ ସବୁକିଛି ନଷ୍ଟ ହୋଇଯାଇଛି । ରାସ୍ତା ଏବଂ ପୋଲ ନଷ୍ଟ ହେବା ଯୋଗୁଁ ଗମନାଗମନ ବନ୍ଦ ରହିଛି । ଲୋକମାନେ ଖାଦ୍ୟ ପାଇଁ ସମସ୍ୟା ଉପୁଜିଛି । ସୂଚନା ଅନୁଯାୟୀ, ପଶ୍ଚିମ ଜର୍ମାନୀର ଷ୍ଟାଇନବ୍ୟାକ୍ଟଲ ବନ୍ଧ ଭାଙ୍ଗିବାର ବିପଦ ରହିଛି । ଏଠାରୁ ୪୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.