fbpx

ଗ୍ୟାସ୍ ସିଲିଣ୍ଡର ଫାଟି ମା’ ସମେତ ତିନି ପିଲା ମୃତ

ମୁଜଫରପୁର: ବିଳମ୍ବିତ ରାତିରେ ଗ୍ୟାସ ସିଲିଣ୍ଡର ଫାଟି ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମାଆ ସମେତ ତିନି ଜଣ ପିଲା ଏଥିରେ ଆଖି ବୁଜିଛନ୍ତି । ଏଭଳି ଏକ ହୃଦୟଥରା ଘଟଣା ଘଟିଛି ବିହାରର ମୁଜଫରପୁର ଜିଲ୍ଲାର ମୀନାପୁର ଥାନା ଅଞ୍ଚଳର ନନ୍ଦନା ଗାଁରେ । ସୋମବାର ବିଳମ୍ବିତ ରାତିରେ ରୋଷେଇ ଘରର ଗ୍ୟାସ ସିଲିଣ୍ଡର ପାଇପ୍ ଲିକ୍ ହେବା ଫଳରେ ନିଆଁ ଲାଗି ଯାଇଥିଲା ଓ ପରେ ଏହା ବିସ୍ଫୋରଣ ହୋଇଥିଲା । ଆଉ ଏହାର ଶିକାର ହୋଇଯାଇଛନ୍ତି ପରିବାରର ୪ ଜଣ ପ୍ରାଣୀ । ମୀନାପୁର ଥାନାର ଅଧ୍ୟକ୍ଷ ପ୍ରଭାତ ରଞ୍ଜନ କହିଛନ୍ତି ଯେ, ଏହି ଘଟଣାରେ ଅଶୋକ ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀ ଓ ତାଙ୍କର ତିନି ଜଣ ସନ୍ତାନଙ୍କ ମୃତ୍ୟୁ ହୋଇଛି । ଏଥିରେ ତାଙ୍କର ପତ୍ନୀ ଶୋଭାଦେବି(୨୭), ଝିଅ ଦୀପାଞ୍ଜଳୀ(୬) ଓ ଦୁଇଟି ପୁଅ ଆଦିତ୍ୟ(୪) ଓ ବିବେକ(୨) ଆଖି ବୁଜିଛନ୍ତି । ମୃତ ଦେହ କୁ ପୋଷ୍ଟମଟମ ପାଇଁ ପଠାଯାଇଛି ।

Get real time updates directly on you device, subscribe now.