fbpx

କରୋନା ନେଲା ସ୍ୱାମୀଙ୍କ ଜୀବନ; ଦୁଃଖ ସହି ନପାରି ପୁଅ ସହ ମହିଳା କଲେ ଆତ୍ମହତ୍ୟା

ମହାରାଷ୍ଟ୍ରର ୧୭ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ବଢିବାରେ ଲାଗିଛି । ସଂକ୍ରମଣ ଧୀରେ ଧୀରେ ଉଗ୍ରରୂପ ନେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । କରୋନାରେ ସ୍ୱାମୀଙ୍କର ମୃତ୍ୟୁ ହେବା ପରେ ୩ ବର୍ଷର ପୁଅକୁ ନେଇ ମୃତ ବ୍ୟକ୍ତିଙ୍କର ପତ୍ନୀ ଆତ୍ମହତ୍ୟା କରିଛନ୍ତି । ଏଭଳି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନାନ୍ଦେଡ ଜିଲ୍ଲାରେ । ଗତ ମଙ୍ଗଳବାର ସ୍ୱାମୀ ଶଙ୍କରଙ୍କର କରୋନା ସଂକ୍ରମଣରେ ଦେହାନ୍ତ ହେବାରୁ ବୁଧବାର ସକାଳୁ ତାଙ୍କ ପତ୍ନୀ ପଦ୍ମା ୩ ବର୍ଷର ପୁଅକୁ ନେଇ ସୋନେଗାଓଁ ହ୍ରଦକୁ ଡେଇଁ ଆତ୍ମହତ୍ୟା କରିଥିଲେ । ପୋଲିସ୍ ପଦ୍ମା ଏବଂ ୩ ବର୍ଷ ପୁଅର ମୃତଦେହକୁ ହ୍ରଦରୁ ଉଦ୍ଧାର କରିଛି । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି କି ମୃତକଙ୍କ ଘର ଆନ୍ଧ୍ରପ୍ରଦେଶ । ସେମାନେ କାମ କରିବା ପାଇଁ ନାନ୍ଦେଡ ଜିଲ୍ଲାକୁ ଆସିଥିବା ବେଳେ ବାଲାଜୀ ମନ୍ଦିର ନିକଟରେ ଏକ ଭଡା ଘରେ ରହୁଥିଲେ । ଏମାନଙ୍କର ୫ ଓ୭ ବର୍ଷର ଦୁଇଟି ଝିଅ ମଧ୍ୟ ଅଛି । ଦୁଇ ଝିଅ ଘରେ ଶୋଇଥିବା ବେଳେ ପଦ୍ମା ଛୋଟ ପୁଅଟି ସହ ହ୍ରଦକୁ ଡେଇଁ ଆତ୍ମହତ୍ୟା କରିଥିଲେ ।

 

Get real time updates directly on you device, subscribe now.