fbpx

୨ ବର୍ଷ ଧରି ସ୍ତ୍ରୀକୁ କରୁଥିଲା ଗଣ ଦୁଷ୍କର୍ମ, ପ୍ରାଇଭେଟ୍ ପାର୍ଟରେ ଦେଉଥିଲା ସିଗାରେଟ ଚେଙ୍କ: ସ୍ୱାମୀ ସହିତ ୫ ଗିରଫ

ନୂଆଦିଲ୍ଲୀ: ନିଜ ସ୍ତ୍ରୀକୁ ସାଙ୍ଗମାନଙ୍କ ସହ ମିଶି ଦୁଷ୍କର୍ମ କଲା ସ୍ୱାମୀ। ମଧ୍ୟପ୍ରଦେଶର ଇନ୍ଦୋରରେ ଏମିତି ଅଭାବନୀୟ ଘଟଣା ଘଟିଛି। ପୁଲିସ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ୩୨ ବର୍ଷୀୟ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ବିରୋଧରେ ଆହୁରି ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ ସ୍ୱାମୀ ତାଙ୍କ ସହ ଜବରଦସ୍ତ କରିବା ସହ ତାଙ୍କର ଅନ୍ୟ ୪ ଜଣ ସହଯୋଗୀ ମିଶି ଅପ୍ରାକୃତିକ ଯୌନ ସମ୍ଭୋଗ କରିଥିଲେ।

ଏପରିକି ଅଭିଯୁକ୍ତମାନେ ତାଙ୍କ ପ୍ରାଇଭେଟ ପାର୍ଟରେ ସିଗାରେଟ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ପ୍ରଘଟ କଲେ ତାଙ୍କୁ ହତ୍ୟା ଧମକ ଦେଇଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରିଛି। ସିପ୍ରା ପୁଲିସ ଥାନା ଅଧୀନରେ ଏହି ଘଟଣା ଘଟିଛି। ଏକ ଫାର୍ମ ହାଉସ୍‌ରେ ସମ୍ପୃକ୍ତ ମହିଳାଙ୍କୁ ଗଣ ଦୁଷ୍କର୍ମ କରାଯାଇଛି। ୨୦୧୯ ନଭେମ୍ବରରୁ ଅକ୍ଟୋବର ୨୦୨୧ ମଧ୍ୟରେ ଏହି ଘଟଣା ଘଟିଥିବା ପୁଲିସ କହିଛି। ମହିଳା ଜଣକର ଘର ଛତିଶଗଡ଼ରେ ହୋଇଥିବା ବେଳେ ସେ ଇନ୍ଦୋରର ଯୁବକଙ୍କୁ ବିବାହ କରିଥିଲେ। ମେଟ୍ରିମୋନିଆଲ ସାଇଟରେ ଯୋଗାଯୋଗ ହେବା ପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

କିନ୍ତୁ ଯୁବକ ଜଣକ ଆଗରୁ ବିବାହ କରିସାରିଥିଲେ। ପୀଡ଼ିତା ଅଭିଯୁକ୍ତଙ୍କ କବଳରୁ କୌଶଳକ୍ରମେ ଉକ୍ତ ଫାର୍ମ ହାଉସରୁ ଖସି ଯାଇ ବାପ ଘରକୁ ପଳାଇ ଯାଇଥିଲେ। କିନ୍ତୁ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ ପିଛା କରି ପୁଣି ଥରେ କାବୁ କରିବାକୁ ଚେଷ୍ଟ କରିଥିଲେ। ପରେ ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସ ମହିଳାଙ୍କ ସ୍ୱାମୀଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି।

Get real time updates directly on you device, subscribe now.