fbpx

କ୍ଲାସରେ ଟପ୍ପର ହେଉଥିଲା ଝିଅର କ୍ଲାସମେଟ୍, ସହିନପାରି ବିଷ ଦେଇ ମାରିଦେଲେ ମହିଳା !

ସ୍କୁଲରେ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ହେବା ସାଧାରଣ କଥା । ଅଭିଭାବକ ମଧ୍ୟ ସବୁବେଳେ ସବୁବେଳେ ଏହି କଥାକୁ ନେଇ ଚିନ୍ତିତ ରହିଥାନ୍ତି ଯେ ପିଲାର ନମ୍ବର ଭଲ ଆସୁ ସେ ସବୁବେଳେ ଆଗରେ ରହୁ । କିନ୍ତୁ ପୁଡ଼ୁଚେରୀ ରେ ପ୍ରତିଯୋଗିତାକୁ ନେଇ ଏକ ଭୟାନକ ଘଟଣା ସାମ୍ନାକୁ ଆସିଛି । ଯାହାକୁ ଶୁଣିଲେ ଆପଣ ଶିହରି ଉଠିବେ । ଏଠାରେ ଜଣେ ଛାତ୍ରୀଙ୍କ ମା’ ଝିଅର କ୍ଲାସମେଟ୍ କୁ ବିଷ ଦେଇ ମାରିଦେଇଛନ୍ତି ।

ପ୍ରକୃତାରେ ମହିଳା ଏହି କଥାକୁ ନେଇ ଇର୍ଷା କରୁଥିଲେ ଯେ ଝିଅର କ୍ଲାସମେଟ୍ ସବୁବେଳେ ପାଠ ଏବଂ ଖେଳରେ ଆଗରେ ରହୁôଥିଲା ଏବଂ ତାଙ୍କ ଝିଅ ପଛରେ ରହୁଥିଲା । ଦୁଇ ପିଲା ୮ମ ଶ୍ରେଣୀରେ ପାଠ ପଢ଼ୁଥିଲେ । ମହିଳା ଶୁକ୍ରବାର ପିଲାଙ୍କ ସ୍କୁଲରେ ପହଞ୍ଚିଥିଲେ ଏବଂ ଜଣେ ଚୌକିଦାରଙ୍କୁ କହିଥିଲେ ଯେ ସେ ମଣିକନ୍ଦନଙ୍କ ମା’ । ମହିଳା ୱାଚମ୍ୟାନଙ୍କୁ ଦୁଇ ବୋତଲ କୋଲ୍ଡଡିଙ୍କସ୍ ଦେଇ କହିଥିଲେ ଏହା ତାଙ୍କ ପୁଅକୁ ଦେଇଦେବାକୁ । ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ୱାଚମ୍ୟାନ୍ ବୋତଲ ମଣିକନ୍ଦନଙ୍କୁ ଦେଇଥିଲେ ।

ଯାହାକୁ ନିଜ ମା’ ପଠାଇଛନ୍ତି ବୋଲି ଭାବି ପିଲାଟି ପିଇଦେଇଥିଲା ଏବଂ ଘରେ ପହଞ୍ଚିବା ପରେ ତାଙ୍କୁ ବାନ୍ତି ହୋଇଥିଲା ଏବଂ ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ପିଲାଟିର ମୃତ୍ୟୁ ହୋଇଥିଲା । କିନ୍ତୁ ମୃତ୍ୟୁ ପୂର୍ବରୁ ମଣିକନ୍ଦନ କହିଥିଲେ ଯେ ସେ ସଫ୍ଟ ଡିଙ୍କ୍ସ ପିଇଥିଲା, ଯାହା ୱାଚମ୍ୟାନ୍ ତାଙ୍କୁ ଦେଇଥିଲା । ଏଥିରେ ମା’ଙ୍କୁ ସନ୍ଦେହ ହୋଇଥିଲା ଏବଂ ପୋଳିସକୁ ପୂରା ଘଟଣାର ସୂଚନା ଦେଇଥିଲେ ।

ପୋଲିସ ସଙ୍ଗେ ସଙ୍ଗେ ଯାଞ୍ଚ ଆରମ୍ଭ କରିଥିଲା । ଆଉ ତଦନ୍ତ ପରେ ଜଣାପଡ଼ିଥିଲା ଯେ ସଗ୍ୟାରାଣୀ ହିଁ ଡ୍ରିଙ୍କ୍୍ସ ରେ କିଛି ମିଶାଇଥିଲେ । ଯାହାଦ୍ୱାର ଛାତ୍ରକୁ ଡାଇରିଆ ହୋଇଥିଲା ଏବଂ ସେ ବାରମ୍ବାର ବାନ୍ତି କରିବାକୁ ଲାଗିଥିଲା । ଏହି ମାମଲାର ଖୁଲାସା ହେବାପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ଜଣେ ମହିଳା ସାମାନ୍ୟ ସ୍କୁଲ ପ୍ରତିଯୋଗିତାକୁ ନେଇ କୌଣସି ପିଲାର ଜୀବନ ନେଇପାରନ୍ତି ।

Get real time updates directly on you device, subscribe now.