ହୃଦୟସ୍ପର୍ଶୀ… ବାଇକ୍ ଉପରେ ଛୁଆ ଜନ୍ମ କଲେ ମହିଳା, ସାମ୍ନାକୁ ଆସିଲା ଭାବବିହ୍ୱଳପୂର୍ଣ୍ଣ ଭିଡ଼ିଓ
ହସ୍ପିଟାଲ ଗେଟ୍ ଆଗରେ ପ୍ରସବ କଲେ ମହିଳା। ଭିଡ଼ିଓ ଭାଇରାଲ।
ଓଡିଶାଭାସ୍କର: ଦୁନିଆର ପ୍ରତ୍ୟେକ ନାରୀର ସ୍ୱପ୍ନ ଥାଏ ସେ ଦିନେ ମା’ ହେବ। ଆଉ ଏହା ଏମିତି ଏକ ଅବସର ଯେଉଁଦିନ ଛୁଆ କାନ୍ଦିଲେ ମାଆ ଜଣକ ମୁହଁରେ ହସ ଫୁଟେ। ହେଲେ ପିଲା ଜନ୍ମ କରିବା ସବୁ ମହିଳାଙ୍କ ପାଇଁ ସମାନ ହୋଇନଥାଏ।
ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଅବସ୍ଥାରେ ବାଇକ ଯୋଗେ ହସ୍ପିଟାଲରେ ପହଞ୍ଚିଥିଲେ।
କିନ୍ତୁ ଆଶ୍ଚର୍ଯ୍ୟର କଥା ମହିଳା ଜଣକ ହସ୍ପିଟାଲ ଭିତରକୁ ପଶିବା ପୂର୍ବରୁ ହିଁ ପିଲାକୁ ଜନ୍ମ ଦେଇଥିଲେ। ଆପଣ ଭାବୁଥିବେ ଏମିତି ତ ଅନେକ ଘଠଣା ଘଟିଛି ତାହାଲେ ଏଥିରେ ଚକିତ ହେବାର କ’ଣ ଅଛି?
Uttarakhand Govt.
ପ୍ରକୃତରେ ମହିଳା ଜଣକ ପିଲାକୁ ଜନ୍ମ ଦେଇଥିଲେ ସତ କିନ୍ତୁ ବାଇକ ଉପରେ। ହଁ ଆଜ୍ଞା ଏହି ଆଶ୍ଚର୍ଯ୍ୟଜନକ କିନ୍ତୁ ହୃଦୟସ୍ପର୍ଶୀ ଭିଡିଓଟି ବ୍ୟାପକ ଭାବରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ସମସ୍ତେ ମା ଏବଂ ଶିଶୁର ସୁରକ୍ଷା ଏବଂ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛନ୍ତି।
ଉଭୟ ସୁରକ୍ଷିତ ଭାବେ ହସ୍ପିଟାଲରେ ଭର୍ତ୍ତି:
ଏହାପରେ ମହିଳାଙ୍କୁ ଟେକି ଟେକି ହସ୍ପିଟାଲ ଭିତରକୁ ନିଆଯାଇଥିଲା। ଯାହା ଭିଡ଼ିଓରେ ଦେଖିବାକୁ ମିଳୁଛି। ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ମା’ ଛୁଆଙ୍କର ଚିକିତ୍ସା ହୋଇଥିଲା।
ଏପରି ଅସୁରକ୍ଷିତ ଭାବେ ମହିଳା ପ୍ରସବ କରିବା ପ୍ରଥମ ଘଟଣା ନୁହେଁ। କିନ୍ତୁ ଏହି ହୃଦୟସ୍ପର୍ଶୀ ଭିଡ଼ିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହା ୟୁଜର୍ସଙ୍କ ଠାରୁ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ସାଉଁଟୁଛି।

