fbpx

(Video) ମଝି ଆକାଶରେ ସ୍ୱାମୀଙ୍କୁ ମନଇଚ୍ଛା ଗାଳିଦେଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ…

ମଝି ଆକାଶରେ ସ୍ୱାମୀଙ୍କୁ ମନଇଚ୍ଛା ଗାଳିଦେଲେ ସ୍ତ୍ରୀ । ପାରାଗ୍ଲାଇଡିଙ୍ଗ କରୁଥିବା ସମୟରେ ନିଜ ସ୍ୱାମୀଙ୍କୁ ମନଇଚ୍ଛା ଗାଳିଦେଲେ ମହିଳା । ଆପଣ ଭାବୁଥିବେ କାହିଁକି? ଏହାର କାରଣ ଜାଣିବାକୁ ହେଲେ ଆପଣ ପ୍ରଥମେ ଏହି ଭିଡିଓଟିକୁ ଦେଖନ୍ତୁ । ଦେଖନ୍ତୁ କିପରି ମହିଳା ଜଣକ ପାରାଗ୍ଲାଇଡିଙ୍ଗ କରୁଥିବା ସମୟରେ ଡରିଯାଉଛନ୍ତି । ଆଉ ଡରରେ ତାଙ୍କୁ ସ୍ୱାମୀ ଗାଳି କରୁଛନ୍ତି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପ୍ରକୃତରେ କଥା ହେଉଛି ମହିଳାଙ୍କୁ ତାଙ୍କ ସ୍ୱାମୀ ସରପ୍ରାଇଜ୍ ଦେବାକୁ ପାରାଗ୍ଲାଇଡିଙ୍ଗ କରିବାକୁ ଆଣିଥିଲେ । ଆଉ ମହିଳା ଜଣକ ମନା କରୁଥିଲେ ମଧ୍ୟ ତାଙ୍କୁ ସ୍ୱାମୀ ତାଙ୍କୁ ପାରାଗ୍ଲାଇଡିଙ୍ଗ୍ କରାଇଥିଲେ ଏବଂ ତାଙ୍କୁ ପାରାଗ୍ଲାଇଡିଙ୍ଗ ଗାର୍ଡଙ୍କ ସହ ବସାଇ ଧକ୍କା ମଧ୍ୟ ଦେଇଥିଲେ । ଆଉ ଯେତେବେଳେ ମହିଳା ଜଣକ ମଝି ଆକାଶରେ ପହଞ୍ଚିଥିଲେ ତାଙ୍କର ବ୍ୟବହାର ଦେଖିବା ଯୋଗ୍ୟ । ସଂପୂର୍ଣ୍ଣ ଡରିଯାଇଛନ୍ତି ମହିଳା ଜଣକ ଆଉ ଏଥିପାଇଁ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଗାଳି କରିଛନ୍ତି, ଏମିତିକି ମହିଳା ଜଣକ କାହିଁକି ବିବାହ କରୁଥିଲେ ବୋଲି ମଧ୍ୟ କହିଛନ୍ତି। ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.