fbpx

୬୦ ବର୍ଷ ଧରି ଖାଦ୍ୟ ସ୍ପର୍ଶ କରିନାହାନ୍ତି ମହିଳା, ବଞ୍ଚିଛନ୍ତି କେବଳ ପାଣି ଓ ….

ମଣିଷ ବଞ୍ଚିବା ପାଇଁ ଖାଦ୍ୟ ଗ୍ରହଣ କରିବା ନିହାତି ଜରୁରୀ । ପୋଷ ପୋଷିବା ପାଇଁ ମଣିଷ କଠିନ ପରିଶ୍ରମ କରିଥାଏ । ଗୋଟିଏ ଦିନ ଠିକ ସମୟରେ ଖିଆପିଆ ନକଲେ ଆମେ ଦୁର୍ବଳତା ଅନୁଭବ କରୁ । ତେବେ ଯଦି ଜଣେ ୬୦ ବର୍ଷ ବିନା ଖାଦ୍ୟରେ ବଞ୍ଚିଛନ୍ତି ବୋଲି କୁହାଯିବ, ଏହାକୁ କ’ଣ ଆପଣମାନେ ବିଶ୍ୱାସ କରିବେ ? ବାସ୍ତବରେ ଏହି ଘଟଣାଟି ହେଉଛି ସତ୍ୟ । ଜଣେ ମହିଳା ୬୦ ବର୍ଷ ଧରି କୌଣସି ଖାଦ୍ୟ ଗ୍ରହଣ କରିନାହାନ୍ତି । ଏହା କୌଣସି ଦୈବୀ କୃପା ଠାରୁ କମ୍ ନୁହେଁ ।

ମଧ୍ୟପ୍ରଦେଶର ଧାମନୋଦରେ ରୁହନ୍ତି ୭୫ ବର୍ଷୀୟା ମହିଳା ସରସ୍ୱତୀ ବାଇ । ସରସ୍ୱତୀ ୬୦ ବର୍ଷ ହେଲା କେବଳ ଚା’ ଓ ପାଣି ପିଇ ଆଜି ପର୍ଯ୍ୟନ୍ତ ବଞ୍ଚି ରହିଛନ୍ତି । କେବଳ ଏତିକି ନୁହେଁ, ସେ କ୍ଷେତରେ କଠିନ ପରିଶ୍ରମ ମଧ୍ୟ କରି ବହୁତ ଝାଳ ବୁହାଇଛନ୍ତି । ସରସ୍ୱତୀ କମ ବୟସରେ ବିବାହ କରିବା ସହ ତାଙ୍କର ପାଞ୍ଚଟି ସନ୍ତାନ ଅଛନ୍ତି । ପ୍ରଥମ ଥର ଗର୍ଭଧାରଣ କରିବା ସମୟରେ ସେ ରୋଗଗ୍ରସ୍ତ ହୋଇପଡ଼ିଥିଲେ । ସେ ଟାଇଫଏଡରେ ଆକ୍ରାନ୍ତ ହେବା ସହ ଯାହା ଖାଉଥିଲେ ସବୁ ବାନ୍ତି ହୋଇଯାଉଥିଲା । ପରେ ସେ ଚିକିତ୍ସା କରି ସୁସ୍ଥ ହୋଇଥିଲେ ମଧ୍ୟ ଖାଦ୍ୟ ପ୍ରତି ତାଙ୍କର ଘୃଣାଭାବ ଜାତ ହୋଇଥିଲା । ତାଙ୍କର କିଛି ଖାଇବାକୁ ମନ ହେଉନଥିଲା, ଯାହା ବି ଖାଉଥିଲେ ସବୁ ବାନ୍ତି ହୋଇ ବାହାରି ଯାଉଥିଲା । ଏହାପରେ ପୁଣି ସରସ୍ୱତୀଙ୍କର ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଥିଲା । ଫଳରେ ସେ ସେହିଦିନଠାରୁ ଅନ୍ନ ଗ୍ରହଣ କରିବା ବନ୍ଦ କରିଦେଇଥିଲେ । କେବଳ ଚା’ ଓ ପାଣି ପିଇବା ସହ ସପ୍ତାହକୁ ଗୋଟିଏ ମାତ୍ର କଦଳୀ ଖାଉଥିଲେ ।

Get real time updates directly on you device, subscribe now.