fbpx

ମହିଳା ବନିଲେ ‘ଅନଲାଇନ୍ ଭିକାରି’, ରୋଜଗାର କଲେ ୧୭ ଦିନରେ ୪୦ ଲକ୍ଷ

ଆଜିର ସମାଜରେ କମ ସମୟରେ ଅଧିକ ଅର୍ଥ ରୋଜଗାର କରିବା ପାଇଁ ସମସ୍ତେ ଚାହୁଁଛନ୍ତି । ତେଣୁ ଟଙ୍କା ପାଇଁ ମଣିଷ ଯେ କୌଣସି ସ୍ତରକୁ ମଧ୍ୟ ଯିବାକୁ ପଛାଉ ନାହିଁ । ଦୁବାଇର ଜଣେ ମହିଳା ଟଙ୍କା ରୋଜଗାର କରିବା ପାଇଁ ଏପରି କିଛି କରିଛନ୍ତି, ଯାହା ଶୁଣିଲେ ଆପଣମାନେ ମୁଣ୍ଡରେ ହାତ ଦେବେ । ମହିଳା ଜଣଙ୍କ ଅନଲାଇନରେ ଲୋକଙ୍କୁ ଠକି ପାଖାପାଖି ୪୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ।

ପୋଲିସ ସୂଚନା ଅନୁଯାୟୀ, ମହିଳା ଜଣକ ଫେସବୁକ, ଇନଷ୍ଟାଗ୍ରାମ ଓ ଟ୍ୱିଟର ମାଧ୍ୟମରେ ଲୋକଙ୍କୁ ଠକି ଆସୁଥିଲେ । ମାତ୍ର ୧୭ ଦିନ ମଧ୍ୟରେ ମହିଳା ଜଣକ ଏହି ମୋଟା ଅଙ୍କର ଟଙ୍କା ଠୁଳ କରିବାରେ ସକ୍ଷମ ହୋଇଥିଲେ । ମହିଳା ଜଣକ ଅନଲାଇନରେ ଏକ ଆକାଉଣ୍ଟ ଖୋଲି ନିଜର ଛୁଆମାନଙ୍କର ଫଟୋ ଦେଇ ଲୋକଙ୍କୁ ମିଛରେ ସାହାଯ୍ୟ ମାଗିଥିଲେ । ମହିଳା ଜଣଙ୍କ ନିଜକୁ ଜଣେ ସ୍ୱାମୀ ପ୍ରତାରିତା ବୋଲି ଉଲ୍ଲେଖ କରିଥିଲେ । ସୋସିଆଲ ମିଡ଼ିଆରେ ମହିଳା ଜଣକ ନିଜ ସନ୍ତାନମାନଙ୍କୁ ବଦନାମ କରି ମାତ୍ର ୧୭ ଦିନରେ ଲକ୍ଷପତି ହୋଇପାରିଥିଲେ । ଜଣେ ଅଧିକାରୀ ଏନେଇ କହିଛନ୍ତି ଯେ, ଅନଲାଇନରେ ମିଥ୍ୟା କହି ଲୋକଙ୍କୁ ପ୍ରତାରଣା କରିବା ହେଉଛି ସବୁଠାରୁ ବଡ଼ ଅପରାଧ । ତେବେ ଅନଲାଇନରେ ଭିକ୍ଷା ବୃତ୍ତି କରିବା ଏକ ଅପରାଧ ହୋଇଥିବାରୁ ଦୁବାଇ ପୋଲିସ ମହିଳାଙ୍କ ନାମରେ ମାମଲା ଦାୟର କରିଥିଲା ।

Get real time updates directly on you device, subscribe now.