fbpx

ମାଇକେଲ୍ ଜ୍ୟାକସନଙ୍କ ଭୂତ ସହିତ ମହିଳା କରିଛନ୍ତି ବିବାହ! ହେଲେ ସ୍ୱାମୀ ସୁଖରୁ ରହିଛନ୍ତି ବଞ୍ଚିତ, ଜାଣନ୍ତୁ କଣ ପୂରା ଘଟଣା

ନୂଆଦିଲ୍ଲୀ: ଦୁନିଆରେ ଭୂତ ପ୍ରେତକୁ ନେଇ ଅନେକ କଥା କୁହାଯାଏ । ସେସବୁକୁ ସତ କି ମିଛ ଜଣାନଥିଲେ ବି ଶୁଣିବାକୁ ରୋଚକ ଲାଗେ । ଏହିପରି ଦାବି କରୁଥିବା ଲୋକ ଦୁନିଆରେ ଅନେକ ରହିଛନ୍ତି । ଏହି କ୍ରମରେ ଜଣେ ମହିଳା ଅଜବ କଥା ଦାବି କରିଛନ୍ତି । ବର୍ତ୍ତମାନ ସେ ଚର୍ଚ୍ଚାରେ ରହିଛନ୍ତି । ଆମେରିକାରେ ରହୁଥିବା ଜଣେ ମହିଳା ଦାବି କରିଛନ୍ତି ଯେ, ପ୍ରସିଦ୍ଧ ଡ୍ୟାନ୍ସିଂ ଷ୍ଟାର୍ ସ୍ୱର୍ଗତ ମାଇକେଲ୍ ଜ୍ୟାକସନ୍ ଙ୍କୁୂ ବିବାହ କରିଛନ୍ତି । ତାଙ୍କ ନାମ ହେଉଛି କ୍ୟାଥଲିନ୍ ରୋବର୍ଟସ୍ ।

ତାଙ୍କ କହିବା କଥା ଯେ, ମାଇକେଲଙ୍କ ଆତ୍ମା ତାଙ୍କ ସହିତ ଘୂରିବୁଲେ ଏବଂ ତାଙ୍କ ଶରୀରରେ ତାଙ୍କ ଆତ୍ମା ପ୍ରବେଶ କରି ଇଚ୍ଛା ପୂରଣ କରେ । ଏହିପରି ଅନେକ କଥା ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । କ୍ୟାଥଲିନ୍ କହିଛନ୍ତି ଯେ, ମାଇକେଲ୍ ଜ୍ୟାକସନ୍ ଙ୍କ ଆତ୍ମା ତାଙ୍କ ଦେହରେ ପ୍ରବେଶ କରି ନିଜ ଇଚ୍ଛା ପୂରଣ କରେ । ମନ ପସନ୍ଦର ଖାଦ୍ୟ ଖାଇବା ସହିତ ଡାନ୍ସ ମଧ୍ୟ କରେ ।

ଖାଲି ସେତିକି ନୁହେଁ କ୍ୟାଥଲିନ୍ ନିଜର ସେକ୍ସ ଲାଇଫ୍ ବିଷୟରେ ବି କହିଛନ୍ତି । ସେ କହିଛନ୍ତି ଯେ, ସେମାନଙ୍କ ମଧ୍ୟରେ ସମ୍ପର୍କ ଏତେ ଦୂର ପର୍ଯ୍ୟନ୍ତ ଯାଇନାହିଁ । ଯେତେବେଳେ ସେ ବାଥରୁମ୍ ଯାଆନ୍ତି ମାଇକେଲ୍ ଙ୍କ ଆତ୍ମା ତାଙ୍କ ସହିତ ବାଥରୁକ୍ କୁ ଯାଏ । ଲୋକ ମାନେ ଏହି କଥାକୁ ବିଶ୍ୱାସ କରୁନାହାନ୍ତି ଏବଂ ସେମାନେ ଭାବୁଛନ୍ତି ଏହା ମିଛ । କିନ୍ତୁ ଏହା ୧୦୦ ପ୍ରତିଶତ ସତ ବୋଲି କହିଛନ୍ତି କ୍ୟାଥଲିନ୍ ।

 

Get real time updates directly on you device, subscribe now.