fbpx

କାନ୍ସ ଫେଷ୍ଟିଭାଲରେ ରକ୍ତ ଜୁଡୁବୁଡୁ ହୋଇ ପହଞ୍ଚିଲେ ଯୁବତୀ, ଜାଣନ୍ତୁ ପ୍ରକୃତ ଘଟଣା

ନୂଆଦିଲ୍ଲୀ: ଏବେ କାନ୍ସ ଫେଷ୍ଟିଭାଲକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜାରି ରହିଛି । ଏହି ଅନ୍ତର୍ଜାତୀୟ ଉତ୍ସବ ୧୬ ମଇ ୨୦୨୩ରୁ ଫ୍ରାନ୍ସର ଫ୍ରେଞ୍ଚ ରିଭେରାରେ ଆରମ୍ଭ ହୋଇଥିବା ବେଳେ ଏହା ୨୭ ମେ ୨୦୨୩ ପର୍ଯ୍ୟନ୍ତ ଜାରି ରହିବ । ବିଶ୍ୱର ବିଭିନ୍ନ କୋଣ ଅନୁକୋଣରୁ ଏଠାରେ ପ୍ରତିଯୋଗୀମାନେ ଫ୍ୟାଶନର ଜଲୱା ଦେଖାଉଥିବା ବେଳେ ଜଣେ ଯୁବତୀ କିନ୍ତୁ ରକ୍ତରେ ଜୁଡୁବୁଡୁ ହୋଇ ଏଠାରେ ପହଞ୍ôଚ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲେ । ଏବେ ଏହି ଯୁବତୀଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ବାସ୍ତବରେ ଘଟଣାଟି ହେଉଛି ଯୁବତୀ ଜଣକ ରୁଷ-ୟୁକ୍ରେନ୍ ଯୁଦ୍ଧକୁ ବିରୋଧ କରିବା ଲାଗି ଏପରି କରିଥିଲେ । ଏବେ ଯୁବତୀଙ୍କୁ ତାଙ୍କର ଏପରି କାର୍ଯ୍ୟ ଲାଗି ବେଶ୍ ପ୍ରଂଶସା କରାଯାଉଛି ।

ମିଳିଥିବା ଏକ ରିପୋର୍ଟ ଅନୁସାରେ ଯୁବତୀ ଜଣକ ରୁଷ ଜାତୀୟ ପତାକାର ରଙ୍ଗ ଅନୁଯାୟୀ ଡ୍ରେସ୍ ପିନ୍ଧିଥିଲେ । ସେ ରେଡ୍ କାର୍ପେଟରେ ଚାଲି ଚାଲି ଆସୁଥିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ ଆସିବା ସମୟରେ ସେ ସିଡିରେ ଅଟକି ଯାଇ ଫଟୋଗ୍ରାଫର୍ସଙ୍କୁ ଫଟୋ ନେବାକୁ ବି କହୁଛନ୍ତି । ଯେତେବେଳେ ସେମାନେ ଫଟୋ ନେଉଛନ୍ତି ସେତେବେଳେ ଯୁବତୀ ଜଣକ ନିଜ ଶରୀର ଉପରେ ନକଲି ରକ୍ତ ଢାଳି ଦେଉଛନ୍ତି । ଏହାପରେ ଜଣେ ସୁରକ୍ଷା କର୍ମୀ ସେଠାକୁ ଆସି ଯୁବତୀଙ୍କ ହାତ ଧରି ତାଙ୍କୁ ବାହାରକୁ ନେଇ ଯାଉଥିବାର ଦେଖାଯାଉଛି । ତେବେ ଏପରି କରି ଯୁବତୀ ଜଣକ ୟୁକ୍ରେନ୍ ପ୍ରତି ନିଜର ସମର୍ଥନ ଜାହିର କରୁଥିବାର କୁହାଯାଉଛି ।

ଯୁବତୀ ଜଣକ ୟୁକ୍ରେନ ପ୍ରତି ନିଜର ସମର୍ଥନ ଏପରି ସମୟରେ ଜାହିର କରିଛନ୍ତି ଯେଉଁ ସମୟରେ ୟୁକ୍ରେନ୍ ରାଷ୍ଟ୍ର୍ରପତି ବ୍ଲୋଦିମିର ଜେଲେନସ୍କି ଜି ୭ ସମ୍ମିଳନୀରେ ରୁୁଷ ପକ୍ଷରୁ ତାଙ୍କ ଦେଶର ବାଖମୁତ ସହର ପ୍ରତି ପହଞ୍ଚାଯାଇଥିବା କ୍ଷତିକୁ ଜାପାନର ହିରୋସୀମା ସହ ତୁଳନା କରିଛନ୍ତି ।ୟୁକ୍ରେନର ବାଖମୁତ ସହରରୁ ବେଶ୍ ଭୟାନକ ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି । ରୁଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଇତି ମଧ୍ୟରେ ୧୫ ମାସ ବିତି ଯାଇଥିଲେ ବି କୌଣସି ସମାଧାନର ସୂତ୍ର ବାହାରି ପାରି ନାହିଁ ।

ତେବେ ପୂର୍ବରୁ ବି ଏପରି ପ୍ରଦର୍ଶନ ଦେଖିବାକୁ ମିଳିଛି । ଗତ ବର୍ଷ ଜଣେ ମହିଳା ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ଆଦେଶ ବିରୁଦ୍ଧରେ ଏକ ମେସେଜ୍ ସହିତ କାନ୍ସ ଫେଷ୍ଟିଭାଲକୁ ଆସିଥିଲେ । ପ୍ରଥମେ ସେ ପୁରା ଡ୍ରେସ୍ରେ ରେଡ୍ କାର୍ପେଟରେ ପହଞ୍ôଚଥିଲେ । ପରେ ସେ ନିଜ ଡ୍ରେସ୍ ଖୋଲିବା ଆରମ୍ଭ କରିଥିଲେ । ତାଙ୍କ ବଡି ପେଣ୍ଟିଂରେ ଲେଖା ଥିଲା ଷ୍ଟପ ରେପିଂ ଅସ୍ । ସେ ୟୁକ୍ରେନ୍ ପତାକାର ରଙ୍ଗ ନିଜ ଶରୀରେ ଲଗାଇଥିଲେ । ସେହି ସମୟରେ ଏପରି ଖବର ଆସିଥିଲା ଯେ ରୁଷୀୟ ସୈନିକ ୟୁକ୍ରେନ ମହିଳାଙ୍କୁ ବଳାକ୍ରାର କରୁଛନ୍ତି ।

Get real time updates directly on you device, subscribe now.