fbpx

୧୪ ବର୍ଷ କୋମାରେ ରହିବା ପରେ ମହିଳା ହେଲେ ଗର୍ଭବତୀ, ଜାଣନ୍ତୁ ତା’ପରେ କ’ଣ ହେଲା

କୋମାରେ ରହିବା ପରେ ଜଣେ ବ୍ୟକ୍ତି ପୁନର୍ବାର ଜୀବିତ ଅବସ୍ଥାକୁ ଫେରିବା ଆପଣମାନେ ଶୁଣିଥିବେ । କିନ୍ତୁ କୋମାରେ ରହିବା ପରେ ଜଣେ ମହିଳା ଗର୍ଭବତୀ ହୋଇଛନ୍ତି ବୋଲି ଆପଣ କେବେ ଶୁଣିଛନ୍ତି କି? ଘଟଣାଟି କିନ୍ତୁ ସତ । ଆମେରିକାର ଏହି ୩୬ ବର୍ଷୀୟା ମହିଳା ଜଣକ ଦୁଇଟି ସନ୍ତାନକୁ ଜନ୍ମ ମଧ୍ୟ ଦେଇଥିଲେ । ଗତ ୧୪ ବର୍ଷ ଧରି କୋମାରେ ରହିଥିବା ମହିଳା ଜଣକ ଦୁଇ ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ଏହି ଘଟଣା ପରେ ଡାକ୍ତରମାନେ ମଧ୍ୟ ସ୍ତବ୍ଧ ହୋଇଯାଇଥିଲେ ।

ଯେତେବେଳେ ଏହି ମାମଲାଟି ପୋଲିସ ନିକଟରେ ପହଞ୍ଚିଥିଲା, ପୋଲିସ ମଧ୍ୟ ତାଜୁବ ହୋଇଯାଇଥିଲା । ହସ୍ପିଟାଲର କୌଣସି ଷ୍ଟାଫ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବା ନେଇ ପୋଲିସ ସନ୍ଦେହ କରିଥିଲା । ତେଣୁ ଏହାପରେ ପୋଲିସ ମହିଳାଙ୍କର ଯୌନ ଶୋଷଣ କରାଯାଇଥିବା ନେଇ ଯାଞ୍ଚ ଆରମ୍ଭ କରିଦେଇଥିଲା । ଜଣେ ମହିଳାଙ୍କ ରୁମକୁ ଜଣେ ପୁରୁଷକୁ ଅନୁମତି ନାହିଁ ବୋଲି ନର୍ସିଂ ହୋମ ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ୧୪ ବର୍ଷ ପୂର୍ବେ ମହିଳାଙ୍କ ପିତାମାତା ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିଲେ । ସେହି ଘଟଣା ପରଠାରୁ ମହିଳାଜଣକ କୋମାକୁ ଚାଲିଯାଇଥିଲେ ।

Get real time updates directly on you device, subscribe now.