fbpx

ପରୀକ୍ଷା ଦେବାକୁ ଯାଇ ପ୍ରେମିକ ସହ ସାବିତ୍ରୀ ଛୁ’: ଭୋ ଭୋ ହୋଇ କାନ୍ଦୁଛନ୍ତି ସତ୍ୟବାନ୍, ଦେଖନ୍ତୁ Video

ଧନ ତୁ ଫେରି ଆସେ…କୁଆଡେ ଚାଲିଗଲୁ ଲୋ ମୋତେ ଛାଡ଼ିକି… ଏପରି କହି କାନ୍ଦି କାନ୍ଦି ଖଟରେ ଗଡ଼ୁଛନ୍ତି ଜଣେ ସତ୍ୟବାନ୍ । ଏପରି ଏକ ଧୋକାଦିଆ ପ୍ରେମ କାହାଣୀ ଭଦ୍ରକ ଧୁଷୁରି ଜିଲ୍ଲାରେ ଦେଖିବାକୁ ମିଳିଛି । ପରୀକ୍ଷା ଦେବାକୁ ଯାଇ ପ୍ରେମିକ ସହ ଚମ୍ପଟ ମାରିଛନ୍ତି ପତ୍ନୀ । ଅନ୍ୟପଟେ ଏହି କଥା ହଜମ କରିପାରୁ ନାହାନ୍ତି ସ୍ୱାମୀ ଓ ଦୁହିଁଙ୍କ ଫଟୋକୁ ମୋବାଇଲରେ ଦେଖି ଭୋ ଭୋ କାନ୍ଦୁଛନ୍ତି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧିନ ଦେବବ୍ରତ ଗୋଛୟତଙ୍କ ପୁଅ ରାହୁଲ ସ୍ଥାନୀୟ ବ୍ରାହ୍ମଣିପାଳ ଡକାସାହି ଗ୍ରାମର ବଳରାମ ପଣ୍ଡାଙ୍କ ଝିଅ ହରିପ୍ରିୟାକୁ ୨ ବର୍ଷ ଧରି ଭଲପାଉଥିଲେ । ତେବେ ଉଭୟ ଘରେ କାହାକୁ ନଜଣାଇ ଲୁଚି ପଳାଇଥିଲେ। କିଛି ଦିନର ବ୍ୟବଧାନ ପରେ ପରିବାର ଲୋକେ ପୁଅର ସନ୍ଧାନ ପାଇଥିଲେ। ତେବେ ପୁଅର ପରିବାର ଲୋକେ ଉଭୟଙ୍କୁ ଧରି ପୁରୀର ନୃସିଂହ ନାଥ ମନ୍ଦିରରେ ବାହାଘର କରି ଘରକୁ ଆଣିଥିଲେ ।

ପୁଅ ବୋହୂ ଖୁସିରେ ଦୀର୍ଘ ୬ ମାସ ଧରି ଘରେ ରହିବା ପରେ ହରିପ୍ରିୟା ପାଠ ପଢିବାକୁ ଜିଦ ଧରିଥିଲେ। ପରିବାର ଲୋକଙ୍କ ଅନୁମତି ପରେ ନିକଟସ୍ଥ ଆଖଣ୍ଡଳମଣି ମହାବିଦ୍ୟାଳୟର +୩ କଳାରେ ହରିପ୍ରିୟାଙ୍କର ଆଡମିସନ କରାଇଥିଲେ ରାହୁଲ । ସାବିତ୍ରୀ ବ୍ରତ ପରଦିନ ଅର୍ଥାତ ମଙ୍ଗଳବାର ଦିନ ହରିପ୍ରିୟା ନିଜ ସ୍ବାମୀଙ୍କ ସ୍କୁଟିରେ ବସି ପରୀକ୍ଷା ଦେବାକୁ ଯାଇଥିଲେ। ପରୀକ୍ଷା ସରିବା ପରେ ସ୍ତ୍ରୀକୁ ଆଣିବା ପାଇଁ କଲେଜ ପହଂଚିଥିଲେ ରାହୁଲ ।

କିନ୍ତୁ ପରୀକ୍ଷା ହଲରୁ ହରିପ୍ରିୟା ବାହାରିବା ସମୟରେ ଏକ ଧଳାରଙ୍ଗର କାର୍ ଆସି କଲେଜ ଗେଟ୍ ସାମ୍ନାକୁ ଆସିଥିଲା । ହରିପ୍ରିୟା କାର୍ ଗେଟ ଖୋଲି ସିଧା କାରରେ ବସିଲେ ଆଉ କୁଆଡେ ଚାଲିଗଲେ । ଏସବୁ ଦେଖି ରାହୁଲ ସ୍କୁଟି ଧରି କାରର ପିଛା କରିଥିଲେ, ହେଲେ ଆଖିପିଛୁଳାକେ କାରଟି ପଳେଇଯାଇଥିଲା । ଶେଷରେ ନିରାଶ ହୋଇ ଘରକୁ ଫେରି ପରିବାର ଲୋକଙ୍କୁ ଜଣାଇଥିଲେ ରାହୁଲ । ପରିବାର ଲୋକେ ଏନେଇ ଧୁଷୁରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ପରିବାର ନିଜ ବୋହୂର ଫେରିବା ବାଟକୁ ଅନେଇ ବସିଥିବା ବେଳେ ସ୍ବାମୀ ରାହୁଲ ନିଜ ସ୍ତ୍ରୀର ଫୋଟକୁ ଧରି ପାଗଳ ପରି ବାହୁନୀ ବାହୁନୀ କାନ୍ଦୁଥିବା ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.