ସାମାନ୍ୟ ବିବାଦ ନେଲା ଭୟଙ୍କର ରୂପ; ସ୍ତ୍ରୀଙ୍କୁ ଗୁଳି କଲା ସ୍ୱାମୀ!

ସୋମବାର ଜଣେ ୪୦ ବର୍ଷୀୟ ବ୍ୟକ୍ତି ପାରିବାରିକ ବିବାଦକୁ ନେଇ ନିଜ ସ୍ତ୍ରୀଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି।

ସମ୍ବଲପୁର: ୧୫ ବର୍ଷର ସଂସାର। ସାଙ୍ଗରେ କଟିଥିଲା ଅନେକ ବର୍ଷ। ହେଲେ ଏକ ପାରିବାରିକ ବିବାଦ ଯେ ଏତେ ଭୟଙ୍କର ରୂପ ନେବ, ତାହା କେହି କେବେ ଭାବିନପାରିବ। ସାମାନ୍ୟ ପାରିବାରିକ କଳହରୁ ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ବୀଭତ୍ସ ଘଟଣା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଲଣ୍ଡିମାଲ ଗାଁରେ ଅଞ୍ଚଳରେ ଘଟିଛି।

ସୋମବାର ଜଣେ ୪୦ ବର୍ଷୀୟ ବ୍ୟକ୍ତି ପାରିବାରିକ ବିବାଦକୁ ନେଇ ନିଜ ସ୍ତ୍ରୀଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଅଭିଯୁକ୍ତଙ୍କ ସହ ୧୫ ବର୍ଷରୁ ଅଧିକ ସମୟ ଧରି ବିବାହିତ ଜୀବନ ବିତାଉଥିଲେ। ହେଲେ ସାମାନ୍ୟ ବିବାଦରୁ ପତ୍ନୀଙ୍କୁ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରାଥମିକ ତଦନ୍ତରୁ ପାରିବାରିକ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏହି ମାମଲାରେ ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ଘଟଣାସ୍ଥଳରୁ ପୋଲିସ ଏକ ଦେଶୀ ବନ୍ଧୁକ ଜବତ କରିଛି। ଏନେଇ ରେଢ଼ାଖୋଲ ଥାନାରେ ମାମଲା ରୁଜୁ ହୋଇଛି।
ତେବେ ଏଠି ପ୍ରଶ୍ନ ଉଠୁଛି, ତାଙ୍କ ପାଖରୁ ଦେଶୀ ବନ୍ଧୁକ ଆସିଲା କେଉଁଠୁ? ପୋଲିସ ସେହି ଦିଗରେ ତଦନ୍ତ ଆରମ୍ଭ କରୁଛି।