fbpx

୧୦୦ ଦିନ ପର୍ଯ୍ୟନ୍ତ ଗୋଟିଏ ଡ୍ରେସ ପିନ୍ଧିଲେ ଯୁବତୀ, ରେକର୍ଡ କରିବା ପରେ ମିଳିଲା ଏହି ପୁରସ୍କାର

ଯଦି ଆପଣଙ୍କୁ ପଚରାଯାଏ କି ଗୋଟିଏ ଡ୍ରେସକୁ କେତେ ଦିନ ପର୍ଯ୍ୟନ୍ତ ପିନ୍ଧିପାରିବେ, ତେବେ ଆପଣଙ୍କ ଜବାବ ହେବ ୨ କି ୩ ଦିନ । କିନ୍ତୁ ଆପଣଙ୍କ ଜାଣନ୍ତି କି, ବୋଷ୍ଟନର ସାରା ରୋବିନ୍ସ ନାମକ ଜଣେ ଯୁବତୀ ଗୋଟିଏ ଡ୍ରେସକୁ ୩ ମାସରୁ ଅଧିକ ସମୟ ଅର୍ଥାତ୍ ୧୦୦ ଦିନ ପର୍ଯ୍ୟନ୍ତ ପିନ୍ଧି ରେକର୍ଡ କରିଛନ୍ତି । ଏବେ ରୋବିନ୍ସଙ୍କୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ହୋଉଛି ।

ବୋଷ୍ଟ୍ରନରେ କ୍ରମାଗତ ୧୦୦ ଦିନ ପର୍ଯ୍ୟନ୍ତ ଡ୍ରେସ୍ ପିନ୍ଧିଥିବା ସାରା ପ୍ରତ୍ୟେକ ଥର ଏହାକୁ ପିନ୍ଧିବାରେ ଭିନ୍ନ ଭିନ୍ନ ଷ୍ଟାଇଲ ଆପଣେଇଥିଲେ । ସାରା କେତେବେଳେ ସେହି ଟପ୍ ସ୍କର୍ଟ ସହିତ ତ କେତେବେଳେ ପ୍ଲାଣ୍ଟ ସହିତ ପିନ୍ଧିଥିଲେ । ସାରା ଏସବୁ ଏଥିପାଇଁ କରିଥିଲେ, କାରଣ ସେ ୧୬ ସେପ୍ଟେମ୍ବର ୨୦୨୦ରେ ୧୦୦ ଦିନର ଡ୍ରେସ୍ ଚ୍ୟାଲେଞ୍ଜରେ ଭାଗ ନେଇଥିଲେ । ରିପୋର୍ଟ ମୁତାବକ, ସାରା ୧୦୦ ଦିନ ପର୍ଯ୍ୟନ୍ତ ଏହି ଟପକୁ ପିନ୍ଧି ନିଜର ସବୁ କାମ କରିଥିଲେ ।

ଏହି ୧୦୦ ଦିନର ଡ୍ରେସ୍ ଚ୍ୟାଲେଞ୍ଜ କପଡାର ବ୍ରାଣ୍ଡ ୱୁଲ ଆଣ୍ଡ ନେ ଦ୍ୱାରା କରାଯାଇଥିଲା । ଚ୍ୟାଲେଞ୍ଜ ଜିତିବା ପରେ ସାରାଙ୍କୁ ନୂଆ ଡ୍ରେସ୍ କିଣିବା ପାଇଁ ୧୦୦ ଆମେରୀକୀୟ ଡଲାରର ଭାଉଚର ପୁରସ୍କାର ଭାବେ ମିଳିଲା । ଏହି ଚ୍ୟାଲେଞ୍ଜର ଲକ୍ଷ୍ୟ କେବଳ ଗୋଟିଏ ଡ୍ରେସ ପିନ୍ଧିବାର ଅଭ୍ୟାସକୁ ବିକସିତ କରିବା ନୁହେଁ, ବରଂ ପୋଷାକ ତିଆରିର ମୂଲ୍ୟ ହ୍ରାସ କରିବା ଓ ଏହାକୁ ଧୋଇବା ପାଇଁ ମୂଲ୍ୟ ହ୍ରାସ କରିବା ।

Get real time updates directly on you device, subscribe now.