fbpx

ରାଜ୍ୟରେ ସୁରକ୍ଷିତ ନୁହନ୍ତି ମହିଳା: ନାବାଳିକାଙ୍କୁ ଅଟକ ରଖି ୪ ଦିନ ଧରି ଦୁଷ୍କର୍ମ କଲା ସ୍କୁଲ ଗାଡ଼ିର ଚାଳକ

ପାରାଦୀପ: ରାଜ୍ୟରେ ସୁରକ୍ଷିତ ନୁହନ୍ତି ମହିଳା। ଦିନକୁ ଦିଜଣ ବଢିଚାଲିଛି ମହିଳା ବିରୋଧୀ କାର୍ଯ୍ୟକଳାପ। ଦୈନିକ ଘଟି ଚାଲିଛି ଯୌତୁକ ନିର୍ଯ୍ୟାତନା ଏବଂ ଦୁଷ୍କର୍ମ ଭଳି ଲୋମହର୍ଷଣକାରୀ ଘଟଣା। ପାରାଦୀପରେ କିଛି ଦିନ ତଳେ ଜଣେ ଆଶାକର୍ମୀଙ୍କୁ ଗଣ ଦୁଷ୍କର୍ମ ଖବର ଆସିଥିବା ବେଳେ ଏବେ ଜଣେ ନାବାଳିକାଙ୍କ ସହିତ ଦୁଷ୍କର୍ମ ହୋଇଥିବା ଖବର ଆସିଛି। ଲକ୍ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗୋଟିଏ ଘରେ ଅଟକ ରଖି ୪ ଦିନ ଧରି ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଶନିବାର ରାତି ପ୍ରାୟ ୧୧ଟାରେ ପୀଡ଼ିତାଙ୍କୁ ଉଦ୍ଧାର କରିଛି। ତେବେ ରିପୋର୍ଟ ଲେଖାହେବା ସୁଦ୍ଧା ମାମଲା ରୁଜୁ ହୋଇ ନ ଥିଲା। ନାବାଳିକାଙ୍କ ପାରାଦୀପ ଆଦର୍ଶ ଥାନା ଅଞ୍ଚଳରେ ସେ ଦଶମ ଶ୍ରେଣୀର ଛାତ୍ରୀ। ଯେଉଁ ଗାଡ଼ିରେ ସେ ସ୍କୁଲ ଯିବା ଆସିବା କରନ୍ତି ସେହି ଗାଡ଼ିର ଚାଳକ ୪ ଦିନ ତଳେ ତାଙ୍କୁ ବଳପୂର୍ବକ ଉଠାଇ ନେଇ ଲକ୍ ଥାନା ଅଞ୍ଚଳର ଏକ ଘରେ ରଖ୍ ବଳାତ୍କାର କରୁଥିଲେ।

ନାବାଳିକାଙ୍କୁ ପରିବାର ଲୋକେ ଖୋଜାଖୋଜି କରୁଥିଲେ ସମ୍ପୃକ୍ତ ଗାଡ଼ି ଚାଳକ କିଛି ଜାଣି ନ ଥିବା ଅଭିନୟ କରି ଏଡ଼ାଇ ଯାଉଥିଲେ। ଶନିବାର ରାତି ୮ ଟାରେ ବିଶେଷ ସୂତ୍ରରୁ ଖବର ପାଇ ପରିବାର ଲୋକେ ପୁଣିଥରେ ଗାଡ଼ି ଚାଳକଙ୍କୁ ପଚରାଉଚରା କରିବାରୁ ସେ ନାବାଳିକାଙ୍କୁ ଅଟକ ରଖୁଥିବା ଜଣାପଡ଼ିଥିଲା। ପୋଲିସ ଓ ପରିବାର ଲୋକେ ଗାଡ଼ି ଚାଳକଙ୍କୁ ଧରି ଘଟଣାସ୍ଥଳରୁ ନାବାଳିକାଙ୍କୁ ଉଦ୍ଧାର କରିଥିବା ଲକ୍ ଥାନାଧିକାରୀ ସବ୍ୟସାଚୀ ରାଉତ କହିଛନ୍ତି। ପ୍ରକାଶ ଯେ, ପାରାଦୀପ ଆଦର୍ଶ ଥାନା ଅଞ୍ଚଳରେ ଗତ ୨୬ ତାରିଖରେ ଜଣେ ଆଶାକର୍ମୀଙ୍କୁ ୪ ଯୁବକ କାର୍‌ରେ ଉଠେଇ ନେଇ ନେହେରୁ ବଙ୍ଗଳା ପଥରବନ୍ଧ ପାଖରେ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।

Get real time updates directly on you device, subscribe now.