fbpx

ସେନାରେ ମହିଳା ଅଧିକାରୀଙ୍କୁ ଅଣଦେଖା କରୁଛନ୍ତି କେନ୍ଦ୍ର ସରକାର,ଅଭଯୋଗ ଆଣିଲେ ୩୪ମହିଳା ଅଧିକାରୀ

ନୂଆଦିଲ୍ଲୀ: ସେନାରେ ମହିଳା ଏବଂ ପୁରଷ ଭିତରେ ଭେଦଭାବ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ସେନାର ମହିଳା ଅଧିକାରୀ ମାନେ ଅଭିଯୋଗ କରିଛନ୍ତି ଯେ ମହିଳାମାନଙ୍କୁ ସେନାରେ ଅଣଦେଖା କରାଯାଉଛି । ସେନାର ୩୪ ମହିଳା ଅଧିକାରୀ ବିଳମ୍ବରେ ପ୍ରମୋଶନ ଦିଆଯିବା କଥା ଅଭିଯୋଗ କରିଛନ୍ତି । ଏହି ଘଟଣାରେ ସୋମବାର ଦିନ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଏହା ସହିତ କୋର୍ଟ କେନ୍ଦ୍ର ସରାକରଙ୍କୁ ୨ସପ୍ତାହ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସିଜେଆ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ହିମା କୋହଲିଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରିଛନ୍ତି । ଏହା ସହିତ ସୁପ୍ରିମ କୋର୍ଟ କହିଛି ଯେ ଆମେ ଚାହୁଁଛୁ ଏହି ସମସ୍ତ ମହିଳାଙ୍କୁ ବରିଷ୍ଠତାର ଅଧିକାର ଦିଆଯାଉ ।

ସୁପ୍ରିମ କୋର୍ଟରେ ଏହି ଯାଚିକା ୩୪ ଜଣ ଆବେଦନକାରୀଙ୍କ ଦ୍ୱାରା ଦାଖଲ କରାଯାଇଛି ଯେଉଁଥିରେ କର୍ଣ୍ଣଲ ପ୍ରିୟମ୍ବଦା ଏମର୍ଣ୍ଡିକର କର୍ଣ୍ଣନ ଆଶା କାଲେ ମଧ୍ୟ ସାମିଲ ଅଛନ୍ତି । ସେମାନେ ୨ମାସ ପୂର୍ବରୁ ଡକାଯାଇଥିବା ବିଶେଷ ଚୟନ ବୋର୍ଡରେ ଭେଦଭାବ ବା ପକ୍ଷପାତ କରାଯାଉଥିବା ନେଇ ଅଭିଯୋଗ କରିଥିଲେ । ସେ କହିଥିଲେ କମ ବୟସରେ ଥିବା ପୁରୁଷ ଅଧିକାରୀ ମାନଙ୍କ ନାମ ପ୍ରମୋଶନ ପାଇଁ ଦିଆଯାଉଛି କିନ୍ତୁ ମହିଳାମାନଙ୍କୁ ସେଠାରେ ଅଣ ଦେଖା କରାଯାଉଛି ।

କୋର୍ଟରେ ସେନା ତରଫରୁ ହାଜର ହୋଇଥିବା ସିନିୟର ଓକିଲଙ୍କୁ  ପଚାରା ଯାଇଥିବା ପ୍ରଶ୍ନ ଅନୁସାରେ ଯେତେବେଳେ ଆପଣ ପୁରୁଷ ଅଧିକାରୀ ମାନଙ୍କ ପାଇଁ ଚୟନ ବୋର୍ଡ ଗଠନ କରିଛନ୍ତି କିନ୍ତୁ ମହିଳା ମାନଙ୍କ ପାଇଁ କାହିଁକି ଗଠନ କରି ନାହାନ୍ତି? ଏହା ଉପରେ ସେନାର ଓକିଲ ବାଲାସୁବ୍ରମଣ୍ୟମ କହିଛନ୍ତି ଯେ ମହିଳାମାନଙ୍କର ୧୫୦ ଅତିରିକ୍ତ ପଦକୁ ଯେଉଁ ଚୟନ ବୋର୍ଡ ଗଠନ କରାଯାଉଛି ତାହା କେନ୍ଦ୍ରଅର୍ଥ ମନ୍ତ୍ରାଳୟ ଦ୍ୱାରା ମଞ୍ଜୁରୀ ଗ୍ରହଣ କରିବାର ଶେଷ ପର୍ଯ୍ୟାୟରେ ରହିଛି ।

ତେବେ ଏହା ସହିତ କୋର୍ଟ ମଧ୍ୟ ୧୪ ଭିତରେ ଏହାର ଉତ୍ତର ରଖିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛି । ଆଉ ଯାହା ଆଶା କରାଯାଉଛି ସେନାର ମହିଳା ଅଧିକାରୀ ମାନଙ୍କର ଯଥା ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ ।

Get real time updates directly on you device, subscribe now.