fbpx

ମା’ ଭୁଲିଗଲା ମମତାର ବନ୍ଧନ, ନିଜ ପୁଅର ନେଲା ଜୀବନ

(ପ୍ରେମିକ ସହ ମିଶି କଲା ବୀଭତ୍ସ କାଣ୍ଡ)

ଭୁବନେଶ୍ୱର: ମା’ ଭୁଲିଗଲା ମମତାର ବନ୍ଧନ । ନିଜ ଅବୈଧ ରାସ୍ତାରୁ ହଟାଇବା ପାଇଁ ପୁଅକୁ ହତ୍ୟା କଲା ମା! ଖାଲି ସେତିକି ନୁହେଁ ପୁଅକୁ ହତ୍ୟା କରିବା ପରେ ମୃତଦେହକୁ ନିଆଁ ଲଗାଇ ଦେଇଛି । ଏଭଳି ଅଭାବନୀୟ ଘଟଣାର ୨୪ ଘଣ୍ଟା ପରେ ଗୁରଦାସପୁର ପୋଲିସ ଅଭିଯୁକ୍ତ ମା’ ଏବେ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି । ଏଥିସହ ସମ୍ପୃକ୍ତ ଦୁଇଜଣଙ୍କ ସମେତ ୩ ଜଣଙ୍କ ନାମରେ କାହନୂବାନ ଥାନାରେ ମାମଲା ମଧ୍ୟ ରୁଜୁ କରିଛି ।

ସୂଚନା ଅନୁସାରେ ପଞ୍ଜାବର ଝଣ୍ଡା ଲୁଭାନାର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ତ୍ରିଲୋଚନ ସିଂହ ନାମକ ଜଣେ ବ୍ୟକ୍ତି ତାଙ୍କ ଜମି ନିକଟରେ ଏକ ଅର୍ଦ୍ଧଦଗ୍ଧ ଶବ ଦେଖିବା ନେଇ ପୋଲିସକୁ ସୂଚନା ଦେଇଥିଲେ । ଏହି ସୂଚନା ପାଇବା ପରେ ଏସଏସପି ଡ.ନାନକ ସିଂହ ଏବଂ ଡିଏସପି ରାଜେଶ କକ୍କଡଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା । ଏସଏସପି ଡା.ନାନକ ସିଂହ କହିଛନ୍ତି ଯେ ମିଳିଥିବା ଶବ ଚିହ୍ନଟ ହୋଇଛି । ସେ ହେଉଛନ୍ତି ବଲବଣ୍ଡା ଗ୍ରାମର । ତଦନ୍ତରୁ ଜଣାପଡ଼ିଛି ଯେ ମୃତକଙ୍କ ମା’ଙ୍କ ସୁଖବିନ୍ଦର ସିଂହ ଓରଫ ସୁକ୍ସା ନାମକ ଜଣେ ବ୍ୟକ୍ତିଙ୍କ ସହ ଅବୈଧ ସମ୍ପର୍କ ଥିଲା । ତେବେ ପୁଅକୁ ନିଜ ରାସ୍ତାରୁ ହଟାଇବା ପାଇଁ ନିଜ ମା’ ହିଁ ସୁଖବିନ୍ଦର ସିଂହ ଏବଂ ତାର ଏକ ସାଙ୍ଗ ଗୁରଜିତ ସିଂହ ସହ ମିଶି ଏହି ହତ୍ୟା କରିଛି । ହତ୍ୟା କରିବା ପୂର୍ବରୁ ପୁଅକୁ ଅଭିଯୁକ୍ତ ମା’ ନିଦ ଔଷଧ ଖୁଆଇଦେଇଥିଲେ ଏବଂ ନିଶା ଅବସ୍ଥାରେ ଅଭିଯୁକ୍ତମାନେ ନିର୍ଦ୍ଦୟ ଭାବେ ପୁଅର ମୁଣ୍ଡକୁ ହାତୁଡ଼ିରେ ବାଡ଼େଇବା ସହ ଛୁରିରେ ମାରି ହତ୍ୟା କରିଥିଲେ । ସେମାନେ ଏହି ଘଟଣାକୁ ଲୁଚାଇବା ପାଇଁ ଶବକୁ ଜଳାଇ ଦେଇଥିଲେ ।

ତେବେ ପୁଆ ନିଖୋଜ ହେବାର ଖବର ଗାଁରେ ଖେଳିଯାଇଥିଲା । କାହନୂବାନ ଥାନା ଅଧିକାରୀ ଅଭିଯୁକ୍ତ ମା’କୁ ମିଳିଥିବା ଶବ ଚିହ୍ନଟ ପାଇଁ ଡାକିଥିଲେ ମଧ୍ୟ ସେ ମନାକରିଥିଲେ । ମୃତକ ବିବାହିତ ଥିଲେ ଏବଂ ତାଙ୍କ ସ୍ତ୍ରୀ ବିଦେଶରେ ଅଛନ୍ତି । ତାଙ୍କର ଜଣେ ଭାଇ ମଧ୍ୟ ସେନାରେ ଅଛନ୍ତି । ତାଙ୍କ ବାପା ମଧ୍ୟ ଭାରତୀୟ ସେନାରୁ ଅବସର ନେବା ପରେ ଏକ ବେସରକାରୀ କମ୍ପାନୀରେ ସିକ୍ୟୁରିଟି ଭାବରେ କାମ କରୁଛନ୍ତି । ମୃତକଙ୍କ ଆକାଉଣ୍ଟରେ ପାଞ୍ଚ ଲକ୍ଷ ଟଙ୍କା ଥିଲା । ସେ ତାଙ୍କ ପତ୍ନୀଙ୍କ ପାଖକୁ ଯିବାକୁ ଚାହୁଥିଲେ ହେଲେ ମା’ ସେହି ଟଙ୍କାକୁ ଷଡ଼ଯନ୍ତ୍ର କରି ନିଜ ଆକାଉଣ୍ଟକୁ ନେଇଯାଇଥିଲେ ବୋଲି ପୋଲିସ କହିଛି ।

Get real time updates directly on you device, subscribe now.