fbpx

୭୦ ହଜାର ଟଙ୍କା ଦେଇ ମିନି ବ୍ୟାଗ୍ ଆଣିଲେ, ସାଇଜ୍ ଏତେ ଛୋଟ ଯେ ଟଙ୍କା ବି ଜାଗା ହେଉନି

ନୂଆଦିଲ୍ଲୀ: ଜଣେ ମହିଳା ୭୦ ହଜାର ଟଙ୍କା ଦେଇ ଅନଲାଇନ୍ ରେ ଏକ ମିନି ବ୍ୟାଗ୍ ଅର୍ଡର୍ କରିଥିଲେ । ହେଲେ ଯେତେବେଳେ ଡେଲିଭେରୀ ହେଲା ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବ୍ୟାଗ୍ ଟି ଏତେ ଛୋଟ ଯେ, ସେଥିରେ କିଛି ବି ଆପଣ ରଖିବେ ତାହା ଠିକ୍ ଭାବରେ ଜାଗା ହେବ ନାହିଁ । ବ୍ୟାଗ୍ ଟିର ସାଇଜ୍ ଏତେ ଛୋଟ ଯେ, ଟଙ୍କା ରଖିବାକୁ ମୁସ୍କିଲ୍ ହୋଇଯିବ । ଏଥିରେ କିଛି ବି ଫିଟ୍ ଆସିବ ନାହିଁ ।

Khloe Kalvina ନାମକ ଜଣେ ମହିଳା ମିନି ବ୍ୟାଗ୍ କୁ ଅନଲାଇନ୍ ରେ ଅର୍ଡର କରିବା ପରେ ଯେତେବେଳେ ଡେଲିଭେରୀ ହୋଇଥିଲା ତାକୁ ଦେଖି ସେ ଏକଦମ୍ ତାଜୁବ୍ ହୋଇଯାଇଥିଲେ । ତେଣୁ ସେ ଏହାର ଏକ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ୍ କରିଛନ୍ତି । ଏହି ଭିଡିଓକୁ ୫ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି । ଭିଡିଓକୁ ସେୟାର୍ କରି ମହିଳା ଲେଖିଛନନ୍ତି, “ଯେବେ ଆମେ ମିନି କହୁ ବାସ୍ତବରେ ତାର ଅର୍ଥ ମିନି ହିଁ ହୋଇଥାଏ ।” ସେ କହିଛନ୍ତି ଯେ, ଅନଲାଇନ୍ ରେ ଦେଖିବା ପରେ ତାକୁ କିଣିବା ପାଇଁ ୬୭୫ ପାଉଣ୍ଡ ଅର୍ଥାତ୍ ୬୮ ହଜାର ୬୮୧ ଟଙ୍କା ଦେଇଥିଲେ ।

ମହିଳା ଜଣକ କହିଥିଲେ ଯେ, ଏହି ମିନି ବ୍ୟାଗ୍ କୁ ସ୍ପାନିଶ Balenciaga ରୁ କିଣିଥିଲେ । ସେ ଏହି ବ୍ୟାଗ୍ କୁ ଏଥିପାଇଁ କିଣିବାକୁ ଚାହୁଁଥିଲେ ଯାହାଦ୍ୱାରା ସେ ଫୋନ୍ ଓ କ୍ୟାସ ରଖିପାରିବେ । ହେଲେ ବ୍ୟାଗ୍ ର ସାଇଜ୍ ଦେଖି ସେ ନିରାଶ ହୋଇଛନ୍ତି ।

Get real time updates directly on you device, subscribe now.