fbpx

ଭୁବନେଶ୍ୱର ରାଜରାସ୍ତାରେ ହାଇଡ୍ରାମା: ଗାଡ଼ି ଧକ୍କା କଲା ବୋଲି ସେକି ଦେଇ ଗଲେ ମହିଳା, ଦେଖନ୍ତୁ Video

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀର ରାଜରାସ୍ତାରେ ହାଇଡ୍ରାମା । ଗାଡି ପିଟି ହେଇ ଗଲା ବୋଲି ଯୁବକଙ୍କୁ ସେକି ଦେଇ ଗଲେ ମହିଳା । ଘଟଣାଟି ଘଟିଥିଲା ରାଜଧାନୀର ଅନ୍ୟତମ ବ୍ୟସ୍ତ ବହୁଳ ଟ୍ର୍ରାଫିକ୍ ନାଲକୋ ଛକ ଅଞ୍ଚଳରେ । ନାଲକୋ ଛକରେ ଦୁର୍ଘଟଣା ଘଟିଥିବା ବେଳେ ଯୁବତୀ ଜଣଙ୍କ ମନ ଇଚ୍ଛା କସି ଦେଇ ଯାଇଥିଲେ । ଏପରିକି ଟ୍ରାଫିକ୍ ପୋଲିସ ମଧ୍ୟ କିଛି ସମୟ ପାଇଁ ନୀରବଦ୍ରଷ୍ଟା ସାଜିଥିଲା ।

ଉଭୟ ଅଲଗା ଅଲଗା ଦିଗରୁ ଆସୁଥିଲେ । ଯୁବକ ଜଣଙ୍କ ଆସୁଥିବା ରାସ୍ତାରେ ଅରେଞ୍ଜ ଲାଇଟ ରହିଥିଲା । ଯୁବକ ଜଣଙ୍କ ଗାଡି ସ୍ଲୋ କରିବା ପରିବର୍ତ୍ତେ ରାସ୍ତା ଅତିକ୍ରମ କରିବାକୁ ପ୍ରୟାସ କରୁଥିବା ବେଳେ ଗ୍ରୀନ ଲାଇଟ ନଥାଇ ମଧ୍ୟ ଯୁବତୀ ଜଣଙ୍କ ଗାଡି ପୁରାଇ ଦେଇଥିଲେ । ଏହାପରେ ହୋଇଥିଲା ଦୁର୍ଘଟଣା । ଉଭୟଙ୍କ ଭୁଲ ରହିଥିଲେ ହେଁ ଯୁବତୀ ଜଣଙ୍କ ଟ୍ରାଫିକ ପୋଲିସ ଉପସ୍ଥିତିରେ ହାତ ଉଠାଇଥିଲେ । ଶେଷରେ ଟ୍ରାଫିକ୍ ପୋଲିସ ଉଭୟଙ୍କ ଠାରୁ ଫାଇନ କାଟି ଛାଡି ଦେଇଥିଲା । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.