fbpx

ପ୍ରେମ ବିବାହରୁ କରୁଣ ପରିଣତି: ମହିଳାଙ୍କ ହାତଗୋଡ ବାନ୍ଧି କିରୋସିନ୍‌ ଢାଳି ନିଆଁ ଲଗେଇ ମାରିଦେଲେ

ତିହିଡି (ଭାସ୍କର ନ୍ୟୁଜ୍‌): ପ୍ରେମ ବିବାହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ବାରୋ ପଞ୍ଚାୟତ ଅଧିନ ବାରୋ ଗ୍ରାମରେ । ଏହି ଗାଁର ଜଣେ ବିବାହିତ ମହିଳାଙ୍କୁ ବିବାହର ସାତ ବର୍ଷ ପରେ ସ୍ୱାମୀ ସମେତ ଶ୍ୱଶୁର ଘରଲୋକେ ତାଙ୍କୁ କିରୋସିନ୍‌ ଢାଳି ନିଆଁ ଲଗେଇ ମାରି ଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭଦ୍ରକ ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତା ମହିଳା ଜଣକ ହେଲେ ଦୀପକ ମହାଳିଙ୍କ ସ୍ତ୍ରୀ ରୁପାଲି ନାୟକ ।

ସୂଚନା ମୁତାବିକ, ଭାଟପଡା ପଞ୍ଚାୟତ ଶଙ୍ଖିଡା ଗ୍ରାମର ଧନେଶ୍ୱର ନାୟକଙ୍କ ଝିଅ ରୁପାଲି। ସାତ ବର୍ଷ ତଳେ ବାରୋ ଗ୍ରାମର ନରେନ୍ଦ୍ର ମହାଳିକଙ୍କ ପୁଅ ଦୀପକ ମହାଳିକଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର କିଛିଦିନ ପରେ ରୁପାଲିଙ୍କୁ ବିଭିନ୍ନ ପ୍ରକାରର ମାନସିକ ଓ ଶାରୀରିକ ନିର୍ଯାତାନା ଦିଆଯାଉଥିବା ବାପ ଘରଲୋକଙ୍କ ସୂତ୍ରରୁ ସୂଚନା ମିଳିଛି । ସମାଧାନ ପାଇଁ ବାପଘର ଉଦ୍ୟମ କରିଥିଲେ ମଧ୍ୟ ଦୀପକ କେବେ ସୁଯୋଗ ଦେଉନଥିଲା ଏପରିକି ରୁପାଲିକୁ ତାଙ୍କ ବାପ ଘରକୁ ଯିବାକୁ ଛାଡୁନଥିଲା । ଗତ ୨୬ ତାରିଖରେ ରୁପାଲିର ମାଆ କଳ୍ପନା ନାୟକ ବାରୋ ଗ୍ରାମକୁ ଯାଇଥିଲେ ତାଙ୍କ ବଡ ଝିଅ ଘରକୁ । ବାଟରେ ଆମ୍ବୁଲାନ୍ସରେ ମୂମୁର୍ଷ ଅବସ୍ଥାରେ ରୁପାଲିକୁ ମେଡିକାଲ ନିଆଯାଉଥିବାର ଦେଖିବାକୁ ପାଇଥିଲେ । ସେହି ଗାଁରୁ ସମ୍ପର୍କୀୟମାନଙ୍କ ଠାରୁ ଅଘଟଣ ସମ୍ପର୍କରେ ଖବର ସଂଗ୍ରହ କରିଥିଲେ । ରୁପାଲିର ହାତଗୋଡ ବାନ୍ଧି ତାର ସ୍ୱାମୀ ଓ ଅନ୍ୟମାନେ ନିଆଁ ଲଗେଇ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ନିଜକୁ ବଞ୍ଚାଇବା ପାଇଁ ରୁପାଲି ତାଙ୍କ ସ୍ୱାମୀଙ୍କୁ ଜାବୁଡି ଧରିଥିଲେ । ନିଆଁ ସଂସ୍ପର୍ଶରେ  ଆସି ତାଙ୍କ ସ୍ୱାମୀ ଆହତ ହୋଇଥିବା ବେଳେ ଉଭୟଙ୍କୁ ମେଡିକାଲ ନିଆଯାଇଥିଲା । ରୁପାଲିର ମାଆ କଳ୍ପନା ନାୟକଙ୍କ ଏତଲାକ୍ରମେ ଥାନାରେ ଏକ ମାମଲା ୪୨୨/ ୨୧, ଦଫା ୪୯୮(ଏ), ୩୦୪(ବି), ୩୦୨, ୫୦୬ ଓ ୩୪ ଆଇପିସି ଏବଂ ୪ ଡିି ଏକ୍ଟ ରୁଜୁ ହୋଇଛି । ମୃତା ରୁପାଲିର ଦୁଇଟି ପିଲା ଥିବା ଜଣାଯାଇଛି । ତେବେ ରୁପାଲିର ହତ୍ୟାକାରୀଙ୍କୁ କଠୋର ଦଣ୍ଡାଦେଶ ପାଇଁ ଦାବି କରିଛନ୍ତି ବାପ ଘରଲୋକେ ।

Get real time updates directly on you device, subscribe now.