fbpx

ଲଜ୍ଜାଜନକ ଘଟଣା: ଦୁର୍ବୃତ୍ତମାନେ ବିଚ୍ ରାସ୍ତାରେ ପୋଲିସ ଅଧିକାରୀଙ୍କ ଝିଅଙ୍କ ପୋଷାକ ଚିରିଦେଲେ, ଖଣ୍ଡାଧରି ଗୋଡ଼ାଇଲେ

ଚଣ୍ଡିଗଡ଼: ପଞ୍ଜାବରେ ଏକ ଲଜ୍ଜାଜନକ ନୃଶଂସ କାଣ୍ଡ ଦୁର୍ବୃତ୍ତମାନେ ଭିଆଇଛନ୍ତି । ଦୁର୍ବୃତ୍ତମାନେ ଜଣେ ମହିଳାଙ୍କ ପୋଷାକ ଚିରିଦେଇ ଅସଦାଚରଣ କରିଛନ୍ତି । ଏହି ଘଟଣାରେ କିଛି ଯୁବକଙ୍କ ବିରୋଧରେ ପୋଲିସରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ଲୁଧିଆନାର ଜଣେ ପୋଲିସ ଅଧିକାରୀଙ୍କ ଝିଅଙ୍କ ସହିତ କିଛି ଅସାମାଜିକ ଯୁବକ ଏହି ଅନୈତିକ କାର୍ଯ୍ୟ କରିଛନ୍ତି । ତେବେ ମହିଳା ଜଣକ ସେଠାରୁ ଚାଲିଯିବାକୁ ଉଦ୍ୟମ କରୁଥିବା ବେଳେ ଯୁବକମାନେ ଖଣ୍ଡାଧରି ପିଛା କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ମହିଳାଜଣକ ନିଜ ବାପାଙ୍କ ଘରେ ରହିବାକୁ ଆସିଥିଲେ । ମହିଳା ଜଣକ ଜଣେ ସମ୍ପର୍କୀୟ ଭାଇଙ୍କ ସହ ନିଜ ଆଠମାସର ଝିଅକୁ ନେଇ ଡାକ୍ତରଙ୍କ ପାଖକୁ ଯାଇଥିଲେ । ତେବେ ସନ୍ଧ୍ୟା ସମୟରେ କିଛି ଅସାମାଜିକ ଯୁବକ ତାଙ୍କୁ ଅଟକାଇଥିଲେ । ଦୁର୍ବୃତ୍ତମାନେ ମହିଳାଙ୍କର ପୋଷାକ ଚିରିଦେବା ସହ ତାଙ୍କର ଭାଇଙ୍କୁ ମାରପିଟ୍ କରିଥିଲେ । ମହିଳା ଜଣକ ସେ ସ୍ଥାନ ଛାଡ଼ି ଚାଲିଯାଉଥିବା ବେଳେ ଯୁବକମାନେ ତାଙ୍କ ଉପରକୁ ଇଟା, ପଥର ଫିଙ୍ଗିବା ସହ ଖଣ୍ଡା ଧରି ଗୋଡ଼ାଇଥିଲେ । ତେବେ ଏହି ମାମଲାରେ ୪ ଜଣ ଅଭିଯୁକ୍ତଙ୍କ ନାମରେ ମାମଲା ଦର୍ଜ କରାଯାଇ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.