କରୱା ଚୌଥରେ ସ୍ୱାମୀଙ୍କୁ ଦେଲେ ଜୀବନ ଦାନ; କିଡନୀ ଦେଇ ସ୍ୱାମୀଙ୍କୁ ଦେଲେ ନୂଆ ଜୀବନ, ଖୁସିରେ ସ୍ୱମୀଙ୍କ ଆଖିରୁ ଝରି ଗଲା ଲୁହ…
ଚର୍ଚ୍ଚାରେ ପ୍ରିୟା ଓ ପୁରୁଷୋତ୍ତମଙ୍କ ପ୍ରେମ କାହାଣୀ...
ଭୋପାଳ: କରୱା ଚୌଥ ଦିନରେ ସ୍ୱାମୀଙ୍କୁ ଜୀବନ ଦାନ ଦେଲେ ସ୍ତ୍ରୀ । ସ୍ୱାମୀଙ୍କ ଜୀବନ ବଞ୍ଚିାଇବାକୁ ଯାଇ ନିଜ ଜୀବନକୁ ବି ଖାତିର କଲେନି । ନିଜର ଏକ କିଡନୀ ଦେଇ ସ୍ୱାମୀଙ୍କୁ ମରଣ ମୁହଁରୁ ଫେରାଇ ଆଣିଲେ ପ୍ରିୟା ।
ମଧ୍ୟପର୍ଦେଶର ରାଜଗଢ ଜିଲ୍ଲାରେ ରହୁଥିବା ପ୍ରିୟା ଓ ସ୍ୱାମୀ ପୁରୁଷୋତ୍ତମଙ୍କ ମଧ୍ୟରେ ଅତୁଟ ପ୍ରେମ ଏକ ଅନନ୍ୟ ଉଦାହରଣ ପାଲଟିଛି । ସ୍ୱାମୀ ପୁରୁଷୋତ୍ତମଙ୍କ ଦୁଇଟି କିଡନି ଖରାପ ହୋଇଯାଇଥିବା ବେଳେ ଡାକ୍ତର ମାନେ ତାଙ୍କର ବଞ୍ଚିବାର ସମ୍ଭାବନା ବହୁତ କମ ଥିବା କହିଥିଲେ ।ଏପରିକି ଯଦି କାହାର କିଡନୀ ଲଗାଯାଏ ପୁରୁଷୋତ୍ତମ ଭଲ ହୋଇଯିବେ ବୋଲି ଡାକ୍ତର କହିଥିଲେ ।
ମାତ୍ର ଏହାପରେ ମଧ୍ୟ ଘରର କୌଣସି ଲୋକ ନିଜ କିଡନୀ ଦେବା ପାଇଁ ତ ଦୁରର କଥା କିଡନି ମ୍ୟାଚ କରିବା ପାଇଁ ବ୍ଲଡ ସାମ୍ପୁଲ ଦେବାକୁ ମଧ୍ୟ ରାଜି ହୋଇନଥିଲେ । ମାତ୍ର ଏହି ସମୟରେ ପତ୍ନି ବ୍ଲଡ ଟେଷ୍ଟ କରିବାକୁ ସାମ୍ପୁଲ ଦେଇଥିଲେ ।
ଆଉ ତାଙ୍କର ସବୁ ରିପୋର୍ଟ ପଜିଟିଭ ଆସିଥିଲା । ଶେଷରେ ପତ୍ନି ପ୍ରିୟାଙ୍କର ଗୋଟିଏ କିଡନୀ ପୁରୁଷୋତ୍ତମଙ୍କ ଠାରେ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା । ଫଳରେ ତାଙ୍କ ଜୀବନ ବଞ୍ଚିଯାଇଥିଲା।
ଏହି ଘଟଣା ଆଜି ଭଳି ପବିତ୍ର ଦିନରେ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ ଆଜି ଦେଶର ଅନେକ ସ୍ଥାନରେ ବିଶେଷ କରି ଉତ୍ତର ଭାରତରେ କରୱା ଚୌଥର ବ୍ରତ ପାଳନ କରାଯାଉଛି । ଏହି ବ୍ରତ ସ୍ତ୍ରୀ ନିଜ ସ୍ୱାମୀ ପାଇଁ ରଖିଥାଏ । ସକାଳୁ ନିର୍ଜଳା ଉପାସ ରହି ରାତିରେ ଚାନ୍ଦ ଦେଖିବା ପରେ ହିଁ ସେମାନେ ନିଜ ବ୍ରତ ଭାଙ୍ଗିଥାନ୍ତି ଓ ଖାଦ୍ୟ ଗ୍ରହଣ କରନ୍ତି ।
ଏପରି ଏକ ପୁରୁଣା ଦିନରେ ପ୍ରିୟା କେବଳ ଯେ ତାଙ୍କର ସ୍ୱାମୀଙ୍କ ପାଇଁ ବ୍ରତ ରଖିଛନ୍ତି ତାହା ନୁହେଁ ବରଂ ସେ ଆଜିର ଦିନରେ ନିଜ ସ୍ୱାମୀଙ୍କୁ ମରଣ ମୁହଁରୁ ଫେରାଇ ଆଣିଛନ୍ତି । ଏଖବର ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି ।
ପୁରୁଷୋତ୍ତମ କହିଛନ୍ତି: ସ୍ତ୍ରୀଙ୍କ ମହାନତାକୁ ଦେଖି ପୁରୁଷୋତ୍ତମ ଭାବୁକ ହୋଇଯାଇଥିଲେ ଓ ସେ କହିଥିଲେ କି ତୁମେ ମୋତେ ମରଣ ମୁହଁରୁ ବଞ୍ଚିାଇଛ , ତାହା ପୁଣି କରୱା ଚୌଥ ଭଳି ପୁଣ୍ୟ ଦିନରେ । ଏହା ମୁଁ କେବେ ବି ଭୁଲିବି ନାହିଁ ।
