ପ୍ରତିଶୃତି ପୂରଣ କଲେ ବିଜୟ, ପ୍ରଥମ ବଜେଟରେ ବଡ଼ ଘୋଷଣା, ଗୋଲ୍ଡ କଏନ୍ ସହ ମହିଳାଙ୍କୁ ମିଳିବ ସିଲ୍କ ଶାଢ଼ୀ

ତାମିଲନାଡୁର ଅର୍ଥମନ୍ତ୍ରୀ ଏନ୍. ମେରି ୱିଲସନ୍ ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି।

ଓଡିଶାଭାସ୍କର: ମହିଳାମାନଙ୍କର ବଲ୍ଲେ ବଲ୍ଲେ। ଏହି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ମହିଳାଙ୍କୁ ମିଳିବ ସୁନା କଏନ୍। ତାମିଲନାଡୁର ବିଜୟ ସରକାର ୨୦୨୬-୨୭ ବଜେଟ୍‌ରେ ମହିଳାମାନଙ୍କ ପାଇଁ ବଡ଼ ଉପହାର ଘୋଷଣା କରିଛନ୍ତି।

ବଜେଟ୍‌ରେ ‘ବ୍ରଦର୍ସ ଗିଫ୍ଟ ସ୍କିମ୍’ ଅଧୀନରେ ମହିଳାମାନଙ୍କୁ ୮ ଗ୍ରାମର ଏକ ସୁନା ମୁଦ୍ରା ଏବଂ ରେଶମ ଶାଢ଼ୀ ପ୍ରଦାନ ଯୋଜନା ପାଇଁ ୮୧୨ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି।

ମୁଖ୍ୟମନ୍ତ୍ରୀ ବିଜୟ ବିଧାନସଭା ନିର୍ବାଚନ ଇସ୍ତାହାରରେ ମହିଳାମାନଙ୍କୁ ଏହି ଉପହାର ଦେବାର ପ୍ରତିଶ୍ରୁତି ଦେଇଥିଲେ। ଏବେ ୨୦୨୬-୨୭ ବଜେଟ୍‌ରେ ସେହି ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବା ପାଇଁ ଔପଚାରିକ ଘୋଷଣା କରାଯାଇଛି।

ତାମିଲନାଡୁର ଅର୍ଥମନ୍ତ୍ରୀ ଏନ୍. ମେରି ୱିଲସନ୍ ବୁଧବାର ବିଧାନସଭାରେ TVK ସରକାରର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ।

Uttarakhand Govt.

ବଜେଟ୍ ଉପସ୍ଥାପନ ସମୟରେ ୱିଲସନ୍ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ପ୍ରଶଂସା କରି କହିଥିଲେ ଯେ, ସେ ଟେଣ୍ଡର ପ୍ରକ୍ରିୟାରେ କିଛି ଦଳ ଓ ବ୍ୟକ୍ତିଙ୍କୁ ମିଳୁଥିବା କମିଶନ ପ୍ରଥାକୁ ବନ୍ଦ କରିଦେଇଛନ୍ତି।

ହଜ୍ ସବସିଡି ବୃଦ୍ଧି:

ସେ କହିଛନ୍ତି ଯେ, ରାଜ୍ୟକୁ ‘ଆର୍ଥିକ ସଙ୍କଟ’ରୁ ମୁକ୍ତ କରିବା ପାଇଁ ସରକାର ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ଅର୍ଥମନ୍ତ୍ରୀ ଏନ୍. ମେରି ୱିଲସନ୍ କହିଛନ୍ତି ଯେ, ପ୍ରଥମ ଥର ପାଇଁ ହଜ୍ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଦିଆଯାଉଥିବା ସବସିଡିକୁ ୨୫,୦୦୦ ଟଙ୍କାରୁ ବଢ଼ାଇ ୩୫,୦୦୦ ଟଙ୍କା କରାଯିବ।

ସେ ଜାତୀୟ ଯୋଗ୍ୟତା ସହ ନିଟ୍-NEETକୁ ବନ୍ଦ କରିବାକୁ ଦାବି କରିଛନ୍ତି। ଏହାସହ ଅର୍ଥମନ୍ତ୍ରୀ ଏନ୍. ମେରି ୱିଲସନ୍ କେନ୍ଦ୍ର ସରକାରଙ୍କୁ ଦ୍ୱାଦଶ ଶ୍ରେଣୀର ମାର୍କ ଆଧାରରେ ଛାତ୍ରଛାତ୍ରୀଙ୍କୁ ଭର୍ତ୍ତି କରିବାର ପୁରୁଣା ବ୍ୟବସ୍ଥା ପୁଣିଥରେ ଲାଗୁ କରିବାକୁ ଅନୁରୋଧ କରିଛନ୍ତି।

ଡ଼. ଏନ୍. ମେରି ୱିଲସନ୍ କହିଛନ୍ତି, “ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ଏବଂ ଆନ୍ତର୍ଜାତିକ କ୍ରୀଡ଼ାରେ ତାମିଲନାଡୁକୁ ସର୍ବୋଚ୍ଚ ସ୍ତରକୁ ନେବା ଲକ୍ଷ୍ୟରେ ରାଜ୍ୟବ୍ୟାପୀ ୧୦ଟି ‘ଅଲିମ୍ପିକ୍ ସେଣ୍ଟର ଅଫ୍ ଏକ୍ସିଲେନ୍ସ’ ସ୍ଥାପନ ପାଇଁ ୫.୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।”