fbpx

ଏଲିୟନ ସହ ପ୍ରେମ, ଏଣ୍ଡ୍ରୋମେଡା ଛାୟାପଥ ଶାଶୁଘର !

କୁହାଯାଏ ଭଲପାଇବାର କୌଣସି ସୀମା ନଥାଏ । ଏହା କେତେବେଳେ କାହାକୁ ବି ହୋଇପାରେ । କିନ୍ତୁ କେବେ ଏଲିୟନ ସହ ପ୍ରେମ କରିବା ଶୁଣିଛନ୍ତି କି? ଆଜି ଆମେ ଆପଣଙ୍କୁ ଏମିତି ଏକ ଭଲ ପାଇବା ସଂପର୍କରେ କହିବାକୁ ଯାଉଛୁ । କିପରି ଜଣେ ଅଭିନେତ୍ରୀ ଏବେ ଏଲିୟନଙ୍କ ପ୍ରେମରେ ପଡ଼ିଯାଇଛନ୍ତି । ଆଉ ସେ ପୃଥିବୀ ଛାଡ଼ି ଏଣ୍ଡ୍ରୋମେଡା ଗାଲାକ୍ସିକୁ ନିଜର ଶାଶୁଘର ବୋଲି କହିଛନ୍ତି ।

ଇଷ୍ଟ ଲଣ୍ଡନ ରେ ରହୁଥିବା ଅଭିନେତ୍ରୀଙ୍କ ଏବିଙ୍କ କ୍ଷେତ୍ରରେ ଘଟିଛି ଏଭଳି ଘଟଣା । ଅଭିନେତ୍ରୀ ଏବି ଏବେ ପଡ଼ିଯାଇଛନ୍ତି ଏଲିୟନଙ୍କ ପ୍ରେମରେ । ଆଉ ସେ ଜଣେ ଏଲିୟନକୁ ଡେଟ୍ କରୁଥିବା କହିଛନ୍ତି । ସେ କହିଛନ୍ତି ଏଲିୟନ ତାଙ୍କୁ ୟୁୁଏଫଓରେ ବସାଇ ଏଣ୍ଡ୍ରୋମେଡା ଛାୟାପଥକୁ ନେଇଥିଲେ । ଏବିଙ୍କ ଘରର ବେଡରୁମ୍ ରୁ ଏଳିୟନ ତାଙ୍କୁ ନେଇଥିବା ସେ କହିଛନ୍ତି । ୟୁଏଫଓରେ ପାଞ୍ଚ ଜଣ ଏଲିୟନ ଥିଲେ । ଆଉ ଏବେ ସେହି ପାଞ୍ଚ ଏଲିୟନଙ୍କ ମଧ୍ୟରୁ ଜଣକୁ ସେ ଭଲପାଇବସିଥିବା କହିଛନ୍ତି ।

ଅଭିନେତ୍ରୀ ଏବି କହିଛନ୍ତି ତାଙ୍କ ପ୍ରେମିକ ତାଙ୍କୁ ମଣିଷଙ୍କଠାରୁ ଅଧିକ ଭଲଭାବରେ ବୁଝିପାରିଛନ୍ତି । ସେ ସେହି ଏଲିୟନ ସହ ବହୁତ ଭଲଭାବରେ ମିଶିପାରୁଛନ୍ତି । ସେ କହିଛନ୍ତି ତାଙ୍କ ପ୍ରେମିକ ଆଣ୍ଡ୍ରୋମେଡା ଛାୟାପଥର । ସେ ଏବେ ତାଙ୍କୁ ପ୍ରେମୀ ସହ ପୁଣି ଦେଖା କରିବାକୁ ଚାହୁଛନ୍ତି । ସେ ଆହୁରି କହିଛନ୍ତି ଯେ ପୃଥିବୀରୁ ପୁରୁଷଙ୍କୁ ଉପରେ ବିରକ୍ତ ହୋଇଯାଇଥିଲେ । ଆଉ ଏବେ ତାଙ୍କ ନୂଆ ପ୍ରେମିକ ତାଙ୍କ ନିରସ ଜୀବନରେ ରସ ଭରିଦେଇଛି ।

ଏହି ଘଟଣାକୁ ନେଇ ସେ କହିଛନ୍ତି ଯେ ସେ ପୃଥିବୀର ପୁରୁଷଙ୍କ ଠାରୁ ବିରକ୍ତ ହୋଇଯାଇଥିଲେ । ଏହାକୁ ନେଇ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ ଯେ ସେ ପୁରୁଷଙ୍କଠାରୁ ବୋର ହୋଇଯାଇଛନ୍ତି, ଏବେ ତାଙ୍କୁ ଏଲିୟନଙ୍କର ଅପେକ୍ଷା ରହିଛି । ସେ ତାଙ୍କୁ ନେଇ ଯା’ନ୍ତୁ । ଏହା ପରେ ସେ ସବୁ ରାତିରେ ଏଲିୟନଙ୍କୁ ନେଇ ସ୍ୱପ୍ନ ଦେଖିବାକୁ ଲାଗିଥିଲେ । ଦିନେ ତାଙ୍କୁ ସ୍ୱପ୍ନରେ ତାଙ୍କ କେହି ଝରକା ପାଖରେ ଛିଡ଼ା ହେବାକୁ କହିଥିଲା । ଏହାପରେଦିନ ସନ୍ଧ୍ୟାରେ ସେ ତାଙ୍କ ଘରର ଝରକା ପାଖରେ ଛିଡ଼ା ହୋଇ ଏଲିୟନଙ୍କୁ ଅପେକ୍ଷା କରିବାକୁ ଲାଗିଲେ । ସେଠାରେ ଅପେକ୍ଷା କରି କରି ତାଙ୍କୁ ନିଦ ଆସିଥିଲା । ଏହାର କିଛି ସମୟ ପରେ ୟୁଏଫଓ ଆସିଥିଲା ଏବଂ ଏବିଙ୍କୁ ନେଇ ଯାଇଥିଲା ।

ଏବି କହିଛନ୍ତି ସେହି ୟୁଏଫଓରେ ପାଞ୍ଚ ଜଣ ଏଲିୟନ ଥିଲେ । ଏବି କହିଛନ୍ତି ସେ ସେତେବୋଳେ ଏହାକୁ ନେଇ ଡରିଯାଇଥିଲେ । କିନ୍ତୁ ତାଙ୍କ ଭଳପାଇବା ତାଙ୍କୁ ସହଯୋଗ କରିଥିଲା । ୨୦ ମିନିଟ୍ ପରେ ୟୁଏଫଓ ତାଙ୍କୁ ତାଙ୍କ ଘରେ ଛାଡ଼ିଦେଇଥିଲା । ଏହାପରଠାରୁ ସେ ପୁରିଥରେ ସେହି ଏଲିୟନଙ୍କ ସହ ଦେଖା କରିବାକୁ ଚାହୁଛନ୍ତି ଏବଂ ତାଙ୍କୁ ଅପେକ୍ଷା କରିଛନ୍ତି । ଏବି ନିଜର ପ୍ରେମୀଙ୍କ ଗ୍ରହକୁ ଯିବାକୁ ଚାହୁଛନ୍ତି । ସେ କହିଛନ୍ତି ଏଣ୍ଡ୍ରେମେଡୋ ଗାଲାକ୍ସି ଯିବା ସହ ତାଙ୍କ ପ୍ରେମିକଙ୍କ ସହ ଜଡ଼ିତ ଥିବା ଅନ୍ୟ ମାନଙ୍କୁ ଦେଖିବାକୁ ଚାହୁଛନ୍ତି ।

ତେବେ ତାଙ୍କର ଏହି କଥାକୁ ନେଇ ସୋସିଆଲ ମିଡିଆରେ ତାଙ୍କର ମଜା ଉଡାଇଛନ୍ତି । ଅନେକ ଲୋକ ତାଙ୍କର ଏହି ପ୍ରେମକାହାଣୀକୁ ସଂପୂର୍ଣ୍ଣ କାଳ୍ପନିକ କହିଛନ୍ତି । ତେବେ ଏବି ଏହି କଥାକୁ ଧ୍ୟାନ ଦେଇନାହାଁନ୍ତି ।

Get real time updates directly on you device, subscribe now.