fbpx

ଆପଣଙ୍କର ହୋଇଛି କି ଗର୍ଭପାତ ? ମହିଳାଙ୍କ ପାଇଁ ସୁସ୍ଥ ଗର୍ଭଧାରଣର ସହଜ ଉପାୟ ଜାଣନ୍ତୁ

ମିସକ୍ୟାରେଜ୍ ବା ଗର୍ଭପାତ ହେଉଛି ଜୀବନର ସବୁଠାରୁ ଖରାପ ଫେସ୍, ଯାହାର ସାମ୍ନା କରୁଥିବା ମହିଳାମାନେ ଭିତରୁ ସମ୍ପୂର୍ଣ୍ଣ ରୂପରେ ଭାଙ୍ଗିପଡ଼ନ୍ତି । ଗର୍ଭପାତର ଶିକାର ହୋଇଥିବା ମହିଳାଙ୍କ ମନରେ ‘ମୁଁ ପୁଣିଥରେ ମା ହେଇ ପାରିବି କି’ ଏବଂ ‘ମୋତେ ଫର୍ଟିଲିଟୀ ଚିକିତ୍ସା ଦରକାର କି’ ଭଳି ପ୍ରଶ୍ନ ଉଠିଥାଏ ।

ଗର୍ଭପାତର ସମ୍ମୁଖୀନ ହେଉଥିବା ଦମ୍ପତି ମାନସିକ କିମ୍ବା ଭାବପ୍ରବଣ ହୋଇ ବିଚଳିତ ହୁଅନ୍ତି । ବିଶେଷଜ୍ଞମାନେ କହିଛନ୍ତି ଯେ, ପୁନର୍ବାର ଗର୍ଭବତୀ ହେବା ପୂର୍ବରୁ ନିଜକୁ ମାନସିକ ସ୍ତରରେ ଫିଟ୍ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଥରେ ମିସକ୍ୟାରେଜ୍ ହେବା ଅର୍ଥ ଏହା ନୁହେଁ କି ଆଉ ଥରେ ଗର୍ଭଧାରଣ ହୋଇପାରିବ ନାହିଁ । ଯଦି ଏପରି ପରିସ୍ଥିତିର ସମ୍ମୁଖୀନ ହେଉଥିବା ମହିଳା ପୁନର୍ବାର ମା ହେବାକୁ ଚାହାଁନ୍ତି କିମ୍ବା ଯୋଜନା କରୁଛନ୍ତି, ତେବେ ସେ ନିଶ୍ଚିତ ଭାବରେ ଏହି ସୁସ୍ଥ ଗର୍ଭଧାରଣ ଟିପ୍ସ ଅନୁସରଣ କରିବା ଉଚିତ୍ ।

ପୁନର୍ବାର ଗର୍ଭବତୀ ହେବାରେ ତରବର ହୁଅନ୍ତୁ ନାହିଁ :-
ମିସକ୍ୟାରେଜର କିଛି ଦିନ ପରେ ଭୁଲରେ ବି ଗର୍ଭଧାରଣର ପ୍ଲାନ୍ କରନ୍ତୁ ନାହିଁ । କୁହାଯାଏ ଯେ, ଜଣେ ମହିଳା ଅତି କମରେ ତିନିମାସ ପାଇଁ ତାଙ୍କ ପିରିୟଡ୍ ସାଇକେଲକୁ ନୋଟିସ୍ କରିବା ପରେ ଗର୍ଭଧାରଣ ବିଷୟରେ ଚିନ୍ତା କରିବା ଉଚିତ୍ ।

ସୁସ୍ଥ ଜୀବନଶୈଳୀ :-

ଜୀବନଶୈଳୀ ସହ ଜଡ଼ିତ ଜିନିଷର ଧ୍ୟାନ ରଖି ଆପଣ ଫିଜିକାଲ ଓ ମେଣ୍ଟାଲ ସ୍ତରରେ ଫୀଟ୍ ଅନୁଭବ କରିବେ । ଜୀବନଶୈଳୀକୁ ଠିକ୍ କରିବା ଦ୍ୱାରା ସୁସ୍ଥ ଗର୍ଭଧାରଣ ହୋଇଥାଏ । ସେଥିପାଇଁ ବାଲାନ୍ସ ଡାଏଟ୍ ଯେପରିକି ପନିପରିବା, ଡାଲି, ଫଳ ଓ ଆଇରନ୍ ରିଚ୍ ଫ୍ରୁଡସ୍ ଖାଇବା ଉଚିତ୍ ।

ଏହିପରି ମଧୁମେହର ଯତ୍ନ ନିଅ :-
ସୁଗାର ରୋଗୀଙ୍କୁ ଗର୍ଭଧାରଣ ପୂର୍ବରୁ ରକ୍ତରେ ସୁଗାର ଲେବଲକୁ କଣ୍ଟ୍ରୋଲ କରିବା ଜରୁରୀ । ହାଇ ବ୍ଲଡ ବା ଲୋ ବ୍ଲଡ ସୁଗାର ଲେବଲ ସ୍ତର ଉଭୟ ମା ଓ ଶିଶୁ ପାଇଁ କ୍ଷତିକାରଣ ହୋଇଥାଏ । ସୁଗାର ସହ ଜଡ଼ିତ ଭୁଲ ଯୋଗୁଁ ଆଉଥରେ ମିସକ୍ୟାରେଜ ପରିସ୍ଥିତି ସୃଷ୍ଟି ହୋଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶରେ ସୁଗାର ସମ୍ବନ୍ଧୀୟ ପରୀକ୍ଷା କର ଏବଂ ମଧୁମେହକୁ ନିୟନ୍ତ୍ରଣ କରୁଥିବା ଖାଦ୍ୟ ଗ୍ରହଣ କର ।

ଯୋଗ ହେଉଛି ରାମବାଣ:-
ମିସକ୍ୟାଜେ୍ ପରେ ଜଣେ ମହିଳା ଶାରୀରିକ ଏବଂ ମାନସିକ ସ୍ତରରେ ଖରାପ ଅନୁଭବ କରନ୍ତି । ଚାପ ଏବଂ ଥକ୍କାପଣ ଲାଗିବା ସାଧାରଣ କଥା ଓ ଏହି ସମସ୍ୟାର ସମାଧାନ ହେଉଛି ଯୋଗ । ଯୋଗ ଆପଣଙ୍କୁ ଶାରୀରିକ ଭାବରେ ଫିଟ୍ ରଖିବା ବ୍ୟତୀତ ମାନସିକ ଶାନ୍ତି ମଧ୍ୟ ଦେଇଥାଏ ।

Get real time updates directly on you device, subscribe now.