ଫେଲ୍ ମାରିଲା ମହିଳା ସଂରକ୍ଷଣ ବିଲ୍, ମିଳିପାରିଲା ନାହିଁ ବହୁମତ; ସପକ୍ଷରେ ୨୯୮ ଭୋଟି ଥିବା ବେଳେ ବିପକ୍ଷରେ ୨୩୦
ଫେଲ୍ ମାରିଲା ମହିଳା ସଂରକ୍ଷଣ ବିଲ୍...
ନୂଆଦିଲ୍ଲୀ: ସଂସଦରେ ବର୍ତ୍ତମାନ ଏକ ସ୍ୱତନ୍ତ୍ର ଅଧିବେଶନ ଚାଲିଛି। ଆଜି ଅଧିବେଶନର ଦ୍ୱିତୀୟ ଦିନ। ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ୍ ପାଇଁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଆପଣଙ୍କୁ ଜଣାଇ ଦେଉଛୁ ଯେ ୧୬-୧୮ ଏପ୍ରିଲର ସ୍ୱତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାର ମହିଳା ସଂରକ୍ଷଣ ସହିତ ଜଡିତ ୩ଟି ସଂଶୋଧନ ବିଲ୍ ଆଗତ କରିଛନ୍ତି।
ଯାହାର ଉଦ୍ଦେଶ୍ୟ ଥିଲା ୨୦୨୯ ଲୋକସଭା ନିର୍ବାଚନରୁ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ କାର୍ଯ୍ୟକାରୀ କରିବା। ୨୦୨୯ରୁ ଲୋକସଭା ଏବଂ ସମସ୍ତ ବିଧାନସଭାରେ ୩୩% ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ଏହାର ଅର୍ଥ ହେଉଛି ଲୋକସଭାରେ ୨୭୩ ଆସନ ମହିଳାଙ୍କୁ ଦିଆଯାଇଥାନ୍ତା । ଏହି ସଂରକ୍ଷଣ ୧୫ ବର୍ଷ ପାଇଁ, ଅର୍ଥାତ୍ ୨୦୨୯, ୨୦୩୪, ୨୦୩୯ ନିର୍ବାଚନ ପର୍ଯ୍ୟନ୍ତ ରହିବ। ଏସସି/ଏସଟି ମହିଳାଙ୍କ ପାଇଁ ମଧ୍ୟ ଏକ କୋଟା ରହିବ ଏବଂ ଆସନଗୁଡ଼ିକ ପର୍ଯ୍ୟାୟକ୍ରମେ ପରିବର୍ତ୍ତନ ହୋଇଥାନ୍ତା । କିନ୍ତୁ ଏହି ବିଲ ଫେଲ ମାରିଛି । ବିଲ ବିପକ୍ଷରେ ୨୩୦ଟି ଭୋଟ ପଡିଥିଲା ଆଉ ବିଲ ସପକ୍ଷରେ ୨୯୮ଟି ଭୋଟ ।
ସମ୍ବିଧାନର ଧାରା ୩୫୮ ଅନୁଯାୟୀ ପ୍ରସ୍ତାବଟି ମୋଟ ସଦସ୍ୟଙ୍କ ଅତି କମରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଦ୍ୱାରା ଗୃହୀତ ହୋଇନଥିଲା। ତେଣୁ, ଲୋକସଭାରେ ୧୩୧ତମ ସଂଶୋଧନ ବିଲ୍ ଗୃହୀତ ହୋଇନଥିଲା।
ଏହା ସହିତ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିରେନ ରିଜିଜୁ ଘୋଷଣା କରିଛନ୍ତି ଯେ ଗୃହ ଅନ୍ୟ ଦୁଇଟି ବିଲ୍ ଉପରେ ଆଉ ଆଲୋଚନା କରିବ ନାହିଁ। ସେ କହିଛନ୍ତି ଯେ ସରକାର ମହିଳାମାନଙ୍କୁ ସଶକ୍ତ କରିବା ଜାରି ରଖିବେ। ଲୋକସଭା ବାଚସ୍ପତି ଶନିବାର ପୂର୍ବାହ୍ନ୧୧ ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି ।
ବିଲ୍ ଉପରେ ଆଲୋଚନାର ଉତ୍ତର ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିରୋଧୀ ଦଳକୁ ଆକ୍ଷେପ କରି କହିଥିଲେ ଯେ ଯଦି ବିରୋଧୀ ଦଳ ଏହାକୁ ଭୋଟ୍ ନଦିଏ, ତେବେ ବିଲ୍ ପରାଜିତ ହେବ, କିନ୍ତୁ ଦେଶର ମହିଳାମାନେ ଜାଣିପାରିବେ ଯେ ସେମାନଙ୍କ ରାସ୍ତାରେ କିଏ ବାଧା ସୃଷ୍ଟି କରୁଛି।
