fbpx

ବଢୁଛି ରାତ୍ରିକାଳୀନ ଅପରାଧ, ନାଇଟ୍ ସିଫ୍ଟରେ ଫେରିବା ପୂର୍ବରୁ ଏହି ସବୁ ସମସ୍ୟା ପ୍ରତି ହୁଅନ୍ତୁ ସାବଧାନ !

ଭୁବନେଶ୍ୱର: ଆଜିକାଲି ପୁରୁଷମାନଙ୍କ ସହିତ ଅଫିସରେ, ମହିଳାମାନଙ୍କୁ ମଧ୍ୟ ନାଇଟ୍ ସିଫ୍ଟରେ କାମ କରିବା ଦେଖିବାକୁ ମିଳୁଛି । ତଥାପି, ଅନେକ କାର୍ଯ୍ୟାଳୟରେ ମହିଳାଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ସେମାନଙ୍କୁ ଦିନ ସିଫ୍ଟରେ କାମ କରିବାକୁ କୁହାଯାଏ । କିନ୍ତୁ, ଯେଉଁମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରିବାକୁ ପଡେ, ପ୍ରାୟତଃ ସେହି ମହିଳା ମାନେ ଘରକୁ ଫେରିବା ନେଇ ଚିନ୍ତା କରିବା ସହ ସେମାନଙ୍କ ସୁରକ୍ଷା ବିଷୟରେ ସେମାନଙ୍କ ମନରେ ଭୟ ରହିଥାଏ । ଅନେକ ଥର ଦେଖିବାକୁ ମିଳେ ଯେ ନିଜ କର୍ମକ୍ଷେତ୍ରରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରୁଥିବା କିଛି ମହିଳା ତଥା ଯୁବତୀ କ୍ୟାବ ଦ୍ୱାରା ଘରକୁ ଫେରିଥାନ୍ତି । ଅବଶ୍ୟ, କ୍ୟାବ ସୁବିଧା ଅଫିସ୍ ନିଜସ୍ୱ ଭାବେ କରିବା ଉଚିତ୍ । କିନ୍ତୁ ଯଦି ଆପଣ ରାତିରେ ନିଛାଟିଆ ରାସ୍ତାରେ କ୍ୟାବ ଡ୍ରାଇଭରଙ୍କ ସହ ଘରକୁ ଫେରୁଛନ୍ତି ତେବେ ଅନେକ ଭୟ ମନରେ ରହିଥାଏ । ତଥାପି, ଏପରି ପରିସ୍ଥିତିରେ ଭୟଭୀତ ହେବା ପରିବର୍ତ୍ତେ, ଆପଣ ସଚେତନ ହେବା ଆବଶ୍ୟକ । ଯଦି ଆପଣ ମଧ୍ୟ ବିଳମ୍ବିତ ରାତିରେ ଅଫିସ କାମ କିମ୍ବା ଷ୍ଟେସନ, ବିମାନବନ୍ଦରରୁ ଏକାକୀ ଘରକୁ ଫେରୁଛନ୍ତି ତେବେ ଏହି ସବୁ ଜିନିଷ ପ୍ରତି ଧ୍ୟାନ ରଖନ୍ତୁ ।

  • ପାଖରେ ରଖନ୍ତୁ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର:-

ବିଳମ୍ବିତ ରାତିରେ ଅଫିସରୁ ଘରକୁ ଫେରୁଥିବା ମହିଳାମାନେ ସମସ୍ତ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ସେମାନଙ୍କ ସହିତ ରଖିବା ଉଚିତ୍ । ଏହା ବ୍ୟତୀତ, ଯେଉଁ ମହିଳାମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଜ କାମ କରନ୍ତି, ସେମାନଙ୍କ ନିକଟରେ ତାଙ୍କ କାର୍ଯ୍ୟାଳୟର ଅତି କମରେ ତିନିଜଣ ବରିଷ୍ଠ ସଦସ୍ୟଙ୍କ ନମ୍ବର ସ୍ପିଡ୍ ଡାଏଲ୍ ଏବଂ ଘରର ଅତି କମରେ ତିନିଜଣ ସଦସ୍ୟଙ୍କ ନମ୍ବର ସ୍ପିଡ୍ ଡାଏଲ୍ ରେ ରଖିବା ଉଚିତ୍ । ଯାହା ଫଳରେ ଅସୁବିଧା ସମୟରେ ନମ୍ବର ଖୋଜିବା କିମ୍ବା ଡାଏଲ୍ କରିବାରେ ସମୟ ନଷ୍ଟ ହେବ ନାହିଁ ।

  • କ୍ୟାବରେ ଶୋଇବା ଭୁଲ କେବେ ବି କରନ୍ତୁ ନାହିଁ:-

ଆପଣଙ୍କୁ ସବୁବେଳେ ସତର୍କ ରହିବାକୁ ପଡିବ । ଆପଣ ଯେତେ କ୍ଳାନ୍ତ ହୁଅନ୍ତୁ ନା କାହିଁକି, କ୍ୟାବରେ ଶୋଇବାର ଭୁଲ କେବେବି କରନ୍ତୁ ନାହିଁ । ଅନେକ ଥର ଆପଣଙ୍କୁ ବିଳମ୍ବିତ ରାତିରେ ଏକାକୀ ଘରକୁ ଫେରିବାକୁ ପଡେ, ତେଣୁ ଏକ ଘରୋଇ କ୍ୟାବ ନେବାବେଳେ ସତର୍କ ରୁହନ୍ତୁ ଏବଂ ମାର୍ଗ ଉପରେ ନଜର ରଖନ୍ତୁ । ଘରକୁ ଯିବା ପାଇଁ ଆପଣ ଅଫିସର କୌଣସି ବରିଷ୍ଠ ସଦସ୍ୟଙ୍କ ସାହାଯ୍ୟ ନେବାକୁ ମଧ୍ୟ ଚେଷ୍ଟା କରନ୍ତୁ ।

  • ନିଜର ସୁରକ୍ଷା ପାଇଁ ସାଙ୍ଗରେ ରଖନ୍ତୁ ଏହି ସବୁ ଜିନିଷ:-

ଆପଣଙ୍କ ନିରାପତ୍ତାର ଯତ୍ନ ନେବା ମଧ୍ୟ ନିଯୁକ୍ତିଦାତାର ଦାୟିତ୍ୱ। । ଦିନ କିମ୍ବା ରାତି ହେଉ, ନିଜକୁ ରକ୍ଷା କରିବା ପାଇଁ ଆପଣଙ୍କ ପକେଟରେ ଏକ ଛୋଟ ଛୁରୀ, ପେପର ସ୍ପ୍ରେ ରଖନ୍ତୁ । ଯଦି ଆପଣ ବିଳମ୍ବିତ ରାତିରେ ଅଫିସ୍ ବ୍ୟତୀତ ଅନ୍ୟ କୌଣସି ସ୍ଥାନରୁ ଆସୁଛନ୍ତି, ତେବେ ଆପଣଙ୍କ ପରିବାର ସଦସ୍ୟଙ୍କ ସହିତ ଯୋଗାଯୋଗରେ ରୁହନ୍ତୁ । ଆପଣ କେଉଁଠାରେ ଅଛନ୍ତି, ଆପଣ କେବେ ଘରକୁ ଫେରିବେ ସେ ବିଷୟରେ ସୂଚନା ଜାରି ରଖନ୍ତୁ । ଏହିପରି ଆପଣ ଆପଣଙ୍କର ସୁରକ୍ଷା ନିଶ୍ଚିତ କରିପାରିବେ ।

ସେହିଭଳି ଅଫିସରେ ନାଇଟ୍ ସିଫ୍ଟରେ କାମ କରିବା ସମୟରେ ଯଦି ଆପଣ ଜଣେ ପୁରୁଷ କର୍ମଚାରୀଙ୍କ କାର୍ଯ୍ୟକଳାପ ଦ୍ୱାରା ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି, ତେବେ ଚୁପ୍ ରୁହନ୍ତୁ ନାହିଁ । ବହୁତ ଡେରି ହେବା ପୂର୍ବରୁ, ନିଜ ପାଇଁ ଛିଡା ହୁଅନ୍ତୁ ଏବଂ ଅଫିସ ପରିଚାଳକଙ୍କୁ ସବୁକିଛି କୁହନ୍ତୁ । ଯଦି ଆପଣ କ୍ରମାଗତ ଭାବରେ ନାଇଟ୍ ସିଫ୍ଟ କରିବାକୁ ଚାହୁଁନାହାଁନ୍ତି, ତେବେ ସିନିୟରମାନଙ୍କ ସହିତ ଏହି ବିଷୟରେ କଥାବାର୍ତ୍ତା କରନ୍ତୁ।

ଅନ୍ୟପକ୍ଷେ ଯଦି ଦିନରେ ଅଫିସ୍ ଟାଇମିଂ ଅଛି, ତେବେ ଆପଣ ବ୍ୟକ୍ତିଗତ କାର୍, ସ୍କୁଟି ବ୍ୟବହାର କରିବା ଉଚିତ୍ । ସେହିଭଳି ଯଦି କ୍ୟାବ ଡ୍ରାଇଭର ଆପଣଙ୍କୁ ସର୍ଟକଟରେ ନେଇଥାଏ ତେବେ ତାଙ୍କୁ କଠୋର ଭାବେ ମନା କରନ୍ତୁ । ଅଫିସ୍ ମ୍ୟାନେଜମେଣ୍ଟ ଏବଂ ସିନିୟରମାନେ ମଧ୍ୟ ମନେ ରଖିବା ଉଚିତ୍ ଯେ ମହିଳା କର୍ମଚାରୀଙ୍କୁ ମାଗଣା ପିକ୍ ଏବଂ ଡ୍ରପ୍ ସୁବିଧା ଯୋଗାଇବା ଯଥେଷ୍ଟ ନୁହେଁ । ସଂସ୍ଥା ସମସ୍ତ ପୁଲ୍ କିମ୍ବା କ୍ୟାବ ଡ୍ରାଇଭରଗୁଡ଼ିକୁ ସଠିକ ଭାବେ ଯାଞ୍ଚ କରି କାମରେ ରଖିବା ଉଚିତ୍ ।

Get real time updates directly on you device, subscribe now.