fbpx

ତିରିଶ ବର୍ଷ ପୂର୍ବରୁ ମହିଳାମାନେ ଏହି କାର୍ଯ୍ୟଗୁଡ଼ିକୁ ସାରି ଦିଅନ୍ତୁ, ନହେଲେ…

ପାରିବାରିକ ଦାୟିତ୍ୱରେ ବ୍ୟସ୍ତ ରହି ମହିଳାମାନେ ନିଜ ପାଇଁ ସମୟ ଦେଇ ପାରନ୍ତି ନାହିଁ । ଅନ୍ୟମାନଙ୍କ ପାଇଁ ସମୟ ଦେବା ଫଳରେ ସେମାନଙ୍କର ନିଜର ଇଚ୍ଛା ସଂକୀର୍ଣ୍ଣ ହେବାକୁ ଲାଗେ । ଧିରେ ଧିରେ ବୟସ ଅତିକ୍ରାନ୍ତ ହୋଇଯାଏ । ଯାହାଫଳରେ ସେମାନେ ଚାହିଁଲେ ବି ଆଉ କିଛି କରିପାରନ୍ତି ନାହିଁ । ଏପରି ଅନେକ କାର୍ଯ୍ୟ ମହିଳାମାନେ ଏକ ନିର୍ଦ୍ଦିଷ୍ଟ ବୟସ ପୂର୍ବରୁ ସାରିଦେବା ଉଚିତ ।

– ମହିଳାମାନେ ନିଜେ ରୋଜଗାର କରିବା ଆତ୍ମନିର୍ଭରଶୀଳ ହେବା ଦରକାର । ସେମାନେ ନିଜ ରୋଜଗାରରେ ନିଜ ପାଇଁ ଖର୍ଚ୍ଚ କରିପାରିବେ । ମହିଳାମାନେ ନିଜ ପାଇଁ ଡ୍ରେସ, କାର, ଆପାର୍ଟମେଣ୍ଟ ଆଦି ସ୍ପେଶାଲ ଜିନିଷ କିଣିବା ଦ୍ୱାରା ନିଜ ଲାଇଫ୍ ପ୍ରତି ଗର୍ଭ ଅନୁଭବ ହୋଇଥାଏ ।

– ଯେପରି ଶରୀର ପାଇଁ ଜଳର ଆବଶ୍ୟକତା ରହିଛି, ସେହିପରି ଆମର ଜୀବନ ପାଇଁ ପ୍ରେମ ନିହାତି ଦରକାର । ପ୍ରେମ ବିନା ମଣିଷର ଜୀବନ ଅଧୁରା ହୋଇଥାଏ । ଝିଅମାନେ ଯେଉଁ ଜିନିଷକୁ ପସନ୍ଦ କରନ୍ତି, ତାକୁ ନିଜ ଜୀବନରେ ସାମିଲ କରିପାରିବେ । ଏହା ଦ୍ୱାରା ଜୀବନରେ ସବୁ ଖୁସି ହାସଲ କରିବା ପରି ଅନୁଭବ ହୋଇଥାଏ ।

– ବିଦେଶ ପରିଭ୍ରମଣ କରିବା ପ୍ରତ୍ୟେକ ମଣିଷଙ୍କର ସ୍ୱପ୍ନ ରହିଥାଏ । ଝିଅମାନେ ବିବାହ ପରେ ନିଜ ପତିଙ୍କ ସହ କିମ୍ବା ବିବାହ ପୂର୍ବରୁ ସାଙ୍ଗସାଥୀଙ୍କ ସହ ବିଦେଶ ପରିଭ୍ରମଣରେ ଯାଇପାରିବେ । ନୂଆ ସୁନ୍ଦର ସ୍ଥାନ ଦେଖିବା, ନୂଆ ଖାଦ୍ୟ, ବେଶ ପୋଷାକ, ସଂସ୍କୃତିରେ ବିଷୟରେ ଜାଣିବା ବାସ୍ତବିକ ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହିଥାଏ ।

– ଶିଖିବା ଜୀବନର ଏକ ଅଂଶ, ଯାହା ଆପଣଙ୍କୁ ପୂର୍ବାପେକ୍ଷା ଅଧିକ ଭଲ କରିବାରେ ସହାୟତା କରିଥାଏ । ତେଣୁ ଜୀବନରେ ସର୍ବଦା କିଛି ନା କିଛି ନୂଆ ଜିନିଷ ଶିଖିବା ଉଚିତ । ଆପଣ ଯଦି ୩୦ ବର୍ଷ ପୂର୍ବରୁ କୌଣସି ନୂଆ କୌଶଳ ଶିଖି ପାରନ୍ତି, ତେବେ ଜୀବନସାରା ଏହା ଆପଣଙ୍କୁ ବହୁତ ଖୁସି ଦେଇଥାଏ ।

Get real time updates directly on you device, subscribe now.