fbpx

ଆଫଗାନିସ୍ତାନକୁ ସହାୟତା ବନ୍ଦ ଘୋଷଣା କଲା ବିଶ୍ୱ ବ୍ୟାଙ୍କ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ନିଜ କବଜାକୁ ନେବା ପରେ ନିଜର ଅସଲି ରୂପ ଦେଖାଉଛି ତାଲିବାନ୍ । ଏହାରି ମଧ୍ୟରେ ଆଫଗାନିସ୍ତାନକୁ ସହାୟତା ବନ୍ଦ ଘୋଷଣା କରିଛି ବିଶ୍ୱ ବ୍ୟାଙ୍କ । ଆଫଗାନିସ୍ତାନ ସ୍ଥିତିକୁ ଦୃଷ୍ଟିରେ ଏଭଳି ପଦକ୍ଷେପ ଗ୍ରହଣ କରିଛି ବିଶ୍ୱ ବ୍ୟାଙ୍କ ।

ଅନ୍ୟପଟେ ତାଲିବାନ୍ ବିରୋଧରେ ସମାନ ଆଭିମୁଖ୍ୟ ପାଇଁ ଅନ୍ତର୍ଜାତୀୟ ସଙ୍ଗଠନ ନିଷ୍ପତ୍ତି ନେଇଛି । ଏଥିରେ ଜି-୭, ୟୁରୋପୀୟ ୟୁନିୟନ, ଏନଏଟିଓ, ୟୁଏନ୍ ସମାନ ଆଭିମୁଖ୍ୟ ନେଇଛନ୍ତି । ତାଲିବାନର କାର୍ଯ୍ୟ ଉପରେ ନଜର ତୀକ୍ଷଣ ନଜର ରଖିବାକୁ ସମସ୍ତେ ସହମତି ଦେଇଛି । ତାଲିବାନର କାର୍ଯ୍ୟ ପ୍ରଣାଳୀ ଦେଖିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.