fbpx

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୨.୯୬ ଲକ୍ଷ ଟପିଲା

ନୂଆଦିଲ୍ଲୀ, ୯। ୫ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୨ ଲକ୍ଷ ୯୬ ହଜାର ୫୬୯ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ କୋଟି ୮୩ ଲକ୍ଷ ୧୧ ହଜାର ୬୬୬ କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ମୋଟ ୧୩ କୋଟି ୫୭ ଲକ୍ଷ ୫୯ ହଜାର ୮୦୧ ଜଣ ସୁସ୍ଥ ହୋଇଛନ୍ତି । ୧ କୋଟି ୯୨ ଲକ୍ଷ ୫୫ ହଜାର ୨୯୬ଜଣ ଏବେବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ବିଶ୍ୱର ୨୨୨ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି କରୋନା । ତେବେ ବିଶ୍ୱରେ କରୋନା ପ୍ରକୋପ ଯୋଗୁଁ ସାଧାରଣ ଜୀବନ ଯାତ୍ରା ପୁଣି ଥରେ ଅସ୍ତବ୍ୟସ୍ତ ହୋଇପଡିଛି । ଟିକାକରଣ ସତ୍ତ୍ବେ ଲୋକେ କରୋନା କଟକଣା ମାନୁ ନଥିବାରୁ ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବଢ଼ିଛି। କରୋନା ପ୍ରଭାବିତ ଦେଶ ମଧ୍ୟରୁ ଆମେରିକାରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି । ବିଶ୍ୱରେ କୋଭିଡ ସଂକ୍ରମଣରେ ଭାରତ ୨ୟ ସ୍ଥାନରେ ରହିଥିବା ବେଳେ ବ୍ରାଜିଲ ତୃତୀୟ ସ୍ଥାନରେ ରହିଛି ।

Get real time updates directly on you device, subscribe now.