fbpx

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୨.୫୫ ଲକ୍ଷ ପାର

ନୂଆଦିଲ୍ଲୀ, ୬। ୫ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୨ ଲକ୍ଷ ୫୫ ହଜାର ୧୬୨ ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ କୋଟି ୫୮ ଲକ୍ଷ ୧୭ ହଜାର ୧୬୦କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ମୋଟ ୧୩ କୋଟି ୩୨ ଲକ୍ଷ ୧୪ ହଜାର ୭୭୪ ଜଣ ସୁସ୍ଥ ହୋଇଛନ୍ତି । ଏବେବି ୧ କୋଟି ୯୩ ଲକ୍ଷ ୪୭ ହଜାର ୨୨୪ ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଚିକିତ୍ସାଧୀନଙ୍କ ମଧ୍ୟରୁ ୧ ଲକ୍ଷ ୧୦ ହଜାର ୨୯୮ ଜଣ ଗୁରୁତର ଅସୁସ୍ଥ ଅଛନ୍ତି । ବିଶ୍ୱର ୨୨୨ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି କରୋନା । ତେବେ ବିଶ୍ୱରେ କରୋନା ପ୍ରକୋପ ଯୋଗୁଁ ସାଧାରଣ ଜୀବନ ଯାତ୍ରା ପୁଣି ଥରେ ଅସ୍ତବ୍ୟସ୍ତ ହୋଇପଡିଛି । ଟିକାକରଣ ସତ୍ତ୍ବେ ଲୋକେ କରୋନା କଟକଣା ମାନୁ ନଥିବାରୁ ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବଢ଼ିଛି। କରୋନା ପ୍ରଭାବିତ ଦେଶ ମଧ୍ୟରୁ ଆମେରିକାରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି । ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୯୩ ହଜାର ୧୪୮ କୁ ବୃଦ୍ଧି ପାଇଛି । ବିଶ୍ୱରେ କୋଭିଡ ସଂକ୍ରମଣରେ ୨ୟ ସ୍ଥାନରେ ରହିଛି ଭାରତ ।

Get real time updates directly on you device, subscribe now.