fbpx

ବିଶ୍ୱରେ ପ୍ରଥମ ପାଇଁ ଖୋଲିଲା ସୁନାର ହୋଟେଲ, ଗୋଟିଏ ରାତିର ଭଡା ଶୁଣିଲେ ଚମକି ପଡିବେ

ସାଧାରଣତଃ ଆପଣାମାନେ ବଡ ବଡ ହୋଟେଲ ଯାଇଥିବେ ବା ଶୁଣିଥିବେ, କିନ୍ତୁ ସୁନାର ହୋଟେଲ ବିଷୟରେ କେବେ ଶୁଣିଛନ୍ତି କି? ବିଶ୍ୱରେ ପ୍ରଥମ ଥର ପାଇଁ ଭିଏତନାମର ରାଜଧାନୀ ହନୋଇରେ ଖୋଲିଛି ସୁନାର ହୋଟେଲ । ସେଠାକାର କମାଟ, ଟେବୁଲ, ଝରକା, ଏପରିକି ପାଣି ଟ୍ୟାପ୍, ୱାଶରୁମ୍, ହାଇନିଂ, ବାସନ ଆଦି ସୁନା । ଏହି ହୋଟେଲଟିର ଶୁଭାରମ୍ଭ ଜୁଲାଇ ୨ରେ ହୋଇଛି ।

ତେବେ ଏହି ହୋଟେଲର ନାମ ଡୋଲ୍ସ ହନୋଇ ଗୋଲ୍ଡ ଲେକ ରଖାଯାଇଛି । ସେଠାରେ ହୋଟେଲର ଗେଟଠାରୁ ଆରମ୍ଭ କରି କଫି କପ୍ ପର୍ଯ୍ୟନ୍ତ ସବୁ ସୁନାରେ ପ୍ରସ୍ତୁତ ହୋଇଛି । ଏହି ୫ ଷ୍ଟାର ହୋଟେଲଟି ୨୫ ମହଲା ବିଶିଷ୍ଟ ହୋଇଥିବା ବେଳେ ସେଥିରେ ମୋଟ୍ ୪୦୦ଟି ରୁମ୍ ରହିଛି । ହୋଟେଶଳରେ କାମ କରୁଥିବା କର୍ମଚାରୀଙ୍କ ଡ୍ରେସ କୋଡ ବି ନାଲି ଓ ସୁବର୍ଣ୍ଣ ରଙ୍ଗ ଦିଆଯାଇଛି ।

ଏହି ହୋଟେଲର ନିର୍ମାଣ ୨୦୦୯ରେ ଆରମ୍ଭ ହୋଇଥିବା ବେଳେ ଏହାର ଇଟାବି ସୁନାରେ ପ୍ରସ୍ତୁତ ହୋଇଛି । ହୋଟେଲର ଉପର ମହଲାରେ ଫ୍ଲାଟ ମଧ୍ୟ ନିର୍ମାଣ କରାଯାଇଛି । ଯଦି କେହି ଫ୍ଲାଟ ନେବାକୁ ଚାହୁଁଥିବେ ତେବେ ନେଇପାରିବେ ।

ଏତେ ସୁନ୍ଦର ଭାବେ ପ୍ରସ୍ତୁତ ହୋଇଥିବା ହୋଟେଲର ଭଡା କଥା ଶୁଣିଲେ ଆପଣ ମଧ୍ୟ ଚମକି ପଡିବେ । ଏଠାରେ ଡବଲ ବେଡରୁମ୍ ସୁଇଟରେ ଗୋଟିଏ ରାତି ପାଇଁ ୭୫ ହଜାର ଟଙ୍କା ରହିଛି । ଏହା ସହ ହୋଟେଲ ରୁମ ଗୁଡିକର ଭଡା ସର୍ବନିମ୍ନ ୨୦ ହଜାର ଟଙ୍କାରୁ ଆରମ୍ଭ ହୁଏ । ସେଠାରେ ସ୍ୱତନ୍ତ୍ର ରୁମ୍ ପାଇଁ ରାତି ପିଛା ୪.୮୫ ଲକ୍ଷ ଟଙ୍କା ଦେବାକୁ ପଡିଥାଏ ।

Get real time updates directly on you device, subscribe now.