fbpx

ବେଦାନ୍ତ ଆଲୁମିନିୟମ ପାଳୁଛି ବିଶ୍ୱ ହାତଧୁଆ ଦିବସ: କରୁଛି ସଚେତନ

ଭାରତର ଅଗ୍ରଣୀ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମରେ ପାଳିତ ହୋଇଯାଇଛି ବିଶ୍ୱ ହାତଧୁଆ ଦିବସ । ଏହି ଦିବସର ତାତ୍ପର୍ୟ୍ୟ ସଂପର୍କରେ ସଚେତନତାର ବାର୍ତା ପ୍ରସାରିତ କରିଛି ବେଦାନ୍ତ । ଲୋକମାନଙ୍କୁ ଉପଯୁକ୍ତ ଭାବେ ହାତ ଧୋଇବା ଓ ସ୍ୱଚ୍ଛତା ଅଭ୍ୟାସ କରିବା ଉପରେ ଗୋଷ୍ଠୀକୁ ସଚେତନ ପାଇଁ ଏକ ସପ୍ତାହ ବ୍ୟାପୀ ଅଭିଯାନ ଆୟୋଜିତ ହୋଇଥିଲା । ଝାରସୁଗୁଡ଼ାରେ ଏହି ଅଭିଯାନରେ ୨୮ ଟି ଗ୍ରାମକୁ ସାମିଲ କରାଯାଇଥିଲା ଓ ଏଥିସହିତ ସ୍କୁଲର ପିଲା, ବୟସ୍କ ବ୍ୟକ୍ତିଙ୍କୁ ନେଇ ପ୍ରାୟ ୧୬୦୦ ଲୋକଙ୍କ ପାଖରେ ପହଞ୍ଚି ଏହି ବାର୍ତା ଉପସ୍ଥାପନ କରାଯାଇଛି । କମ୍ପାନୀ ସବୁ ଗ୍ରାମକୁ ଯାଇ ଏହାର ଭ୍ରାମ୍ୟମାଣ ହେଲଥ ୟୁନିଟ ସହାୟତାରେ ସାବୁନ ଓ ପାଣି ଦ୍ୱାରା ହାତ ଧୋଇବାର ୬ଟି ସୋପାନ ଉପରେ ପ୍ରଦର୍ଶନ କରିଛି ।
ବେଦାନ୍ତ ଆଲୁମିନିୟମର ଏହି ସ୍ୱାସ୍ଥ୍ୟ ପଦକ୍ଷେପ ସମ୍ପର୍କରେ ବେଦାନ୍ତ ‘ଶ୍ରୀ’ ର ସୁନିଲ ଗୁପ୍ତା, ସିଇଓ, ଝାରସୁଗୁଡ଼ା କହିଛନ୍ତି ଯେ ବିଶ୍ୱ ହାତଧୂଆ ଦିବସ ଆମ ଅଂଚଳର ଲୋକମାନଙ୍କୁ ମୌଳିକ ସ୍ୱାସ୍ଥ୍ୟ ଓ ପରିଛନ୍ନତା ଅଭ୍ୟାସ ସଂପର୍କରେ ଏକ ବାର୍ତ୍ତ ଦେଉଛି । ଆମେ ଆଶା କରୁ ଆମ ଅଂଚଳର ଲୋକମାନେ ଏହି ମହତ୍ୱକୁ ଉପଲବ୍ଧ କରିବେ । ଆମର ସ୍ୱାସ୍ଥ୍ୟ ଶିବିର, ମୋବାଇଲ ହେଲଥ ୟୁନିଟ, ଆମ୍ବୁଲାନସ ସେବା ଇତ୍ୟାଦି ମାଧ୍ୟମରେ ସୁବିଧା ସୁଯୋଗରୁ ବଞ୍ଚିତ ଲୋକମାନେ ନିଶ୍ଚିତ ସହାୟତା ପାଇ ପାରିବେ ।
ଝାରସୁଗୁଡ଼ାର ଗ୍ରାମବାସୀ ଭବାନୀ ବୁଡ଼ା ଏହି ସଚେତନତା କାର୍ୟ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ- ବେଦାନ୍ତ ଆଲୁମିନିୟମ ଦ୍ୱାରା ପରିଚାଳିତ ଏହି ଅଭିଯାନ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସଚେତନ କରାଇବ ଓ ସେମାନେ ସଠିକ ଭାବେ ହାତଧୁଆ କୌଶଳ ବିଷୟରେ ଜାଣିପାରିବେ ଓ ରୋଗ ସଂପର୍କରେ ସଚେତନ ହୋଇ ପାରିବେ । ବେଦାନ୍ତ ଝାରସୁଗୁଡ଼ା ଏହାର କାର୍ୟ୍ୟ ପରିସର ନିକଟବର୍ତ୍ତୀ ଗ୍ରାମ ଗୁଡ଼ିକରେ ମୌଳିକ ସ୍ୱାସ୍ଥ୍ୟ ସେବା ଓ ସଚେତନତା ଦିଗରେ କାର୍ୟ୍ୟ କରି ଆସୁଛି ଯଥା- • ମୋବାଇଲ ହେଲଥ ୟୁନିଟ ଜରିଆରେ ୨୮ଟି ଦୂରବର୍ତ୍ତୀ ଗ୍ରାମରେ ପହଞ୍ଚି ସ୍ୱାସ୍ଥ୍ୟ ସେବା ସଚେତନତା ପ୍ରଦାନ କରୁଛି ଯାହାଦ୍ୱାରା ୫୫,୦୦୦ରୁ ଅଧିକ ଲୋକ ଉପକୃତ ହେଉଛନ୍ତି ।
• ଝାରସୁଗୁଡ଼ା ପାଖ ଅଂଚଳର ଲୋକମାନଙ୍କ ପାଇଁ ବିଭିନ୍ନ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହେଉଛି ।
• ଏଚଆଇଭି/ଏଡସ ସହିତ ବିଭିନ୍ନ ପ୍ରତିକାର ମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଛି ।
• ଏକ ଅତ୍ୟାଧୁନିକ ରୋଗ ପରୀକ୍ଷା ପାଇଁ ସୁବିଧାରେ ୫୦୦ରୁ ଅଧିକ ପରୀକ୍ଷା ଓ ରେଡିଓଲୋଜି, ଇସିଜି/ପିଏଫଟି/ ଟିଏମଟି ଇତ୍ୟାଦି ପରୀକ୍ଷା ସେବା ସୁବିଧା ରହିଛି ।
ବେଦାନ୍ତ ଆଲୁମିନିୟମର ସାମାଜିକ ପଦକ୍ଷେପରେ ବହୁତ ଗୁଡ଼ିଏ ପଦକ୍ଷେପ ଯଥା ଜୀବିକା ନିର୍ବାହ, ଗୁଣମାନର ଶିକ୍ଷା, ମହିଳା ସଶକ୍ତିକରଣ, ଜୈବ ବିକାଶ ଓ ଗୋଷ୍ଠୀ ଭିତ୍ତିଭୂମି ନିର୍ମାଣ ପରି କାର୍ୟ୍ୟ ହାତକୁ ନିଆଯାଉଛି । ଏହା ଦ୍ୱାରା ୭୯ଟି ଗ୍ରାମର ପ୍ରାୟ ୧.୭ ଲକ୍ଷ ଲୋକ ଉପକୃତ ହେଉଛନ୍ତି । କମ୍ପାନୀ ଦ୍ୱାରା ପ୍ରତିଷ୍ଠିତ ୩୦୦ଏସଏଚଜି ଜରିଆରେ ୪୦୦୦ ମହିଳା ନିଜକୁ ସ୍ୱାବଲମ୍ବୀ କରାଇଛନ୍ତି । ୩୨,୦୦୦ରୁ ଅଧିକ ଲୋକ ବେଦାନ୍ତ ସ୍ୱାସ୍ଥ୍ୟ ସେବା ଲାଭ କରିବା ସହ ୬,୪୦୦ରୁ ଅଧିକ ଛାତ୍ରମାନଙ୍କୁ ଶିକ୍ଷା ସହାୟତା ଯୋଗାଇ ଦିଆଯାଉଛି । ପରିବେଶର ସୁରକ୍ଷା ପାଇଁ ୧.୪୮ରୁ ଅଧିକ ବୃକ୍ଷ ରୋପଣ କରାଯାଇଛି ।

Get real time updates directly on you device, subscribe now.