ଦୁନିଆରେ ସର୍ବପ୍ରଥମେ କିଏ କହିଥିଲେ Hello, ୯୯% ଲୋକଙ୍କୁ ଅଜଣା ଏହାର ଉତ୍ତର

ଦୁନିଆରେ ସର୍ବପ୍ରଥମେ କିଏ କହିଥିଲେ Hello

World Hello Day: ଆପଣ କେବେ ଚିନ୍ତା କରିଛନ୍ତି କି, ଫୋନ୍ ଉଠାଇବା ସମୟରେ ‘ହେଲୋ’ କଣ ପାଇଁ କୁହାଯାଇଥାଏ। ‘ହେଲୋ’ ଶବ୍ଦର ଅର୍ଥ କ’ଣ ଏବଂ ଏହା କେଉଁଠୁ ଆସିଛି। ଏହା ପଛର ରହସ୍ୟ କ’ଣ ରହିଛି।

ଅଧିକାଂଶ ଲୋକ ଏହାକୁ ଏକ କଥିତ ଭାଷା ବୋଲି କହିଥାନ୍ତି ଏବଂ ଅନ୍ୟ କେତେକଙ୍କ ମତରେ, ଫୋନ୍କୁ ଆବିଷ୍କାର କରିଥିବା ଗ୍ରାହମ୍ ବେଲଙ୍କ ପ୍ରେମିକାଙ୍କ ନାମ ଅନୁସାରେ ‘ହେଲୋ’ ଦିଆଯାଇଥିଲା। ତେବେ ହେଲୋ ବିଷୟରେ ଏପରି କିଛି ଇତିହାସରେ କଥା ରହିଛି ଯାହା ଆପଣ ହୁଏତ ଜାଣିନଥିବେ।

୨୧ ନଭେମ୍ୱର ୧୯୭୩କୁ ସାରା ଦୁନିଆ ‘ବିଶ୍ୱ ହେଲୋ ଡେ’ ଭାବରେ ପାଳନ କରିଆସୁଛି। କୁହାଯାଏ ଯେ, ଟେଲିଫୋନର ଜନକ ଗ୍ରାହମ୍ ବେଲ୍ ନିଜ ପ୍ରେମିକାର ପ୍ରେମରେ ଏତେ ମାତ୍ରାରେ ପାଗଳ ଥିଲେ ଯେ, ସେ କେବଳ ବିଶ୍ୱକୁ ଟେଲିଫୋନ୍ ଦେଇନାହାନ୍ତି, ଏହା ସହିତ ଦୁନିଆରେ ଟୋଲିଫୋନ୍ ଉଠାଇବା ସମୟରେ ବ୍ୟବହୃତ ହେଉଥିବା ‘ହେଲୋ’ ଶବ୍ଦକୁ ମଧ୍ୟ ଦେଇଛନ୍ତି।

ଏହାର କାରଣ ତାଙ୍କର ପ୍ରେମିକାଙ୍କର ନାମ ‘ମାର୍ଗ୍ରେଟ୍ ହେଲୋ’ ଥିଲା। ୧୯୯୨ ମାର୍ଚ୍ଚ ୫, ନ୍ୟୁୟର୍କ ଟାଇମସର ରିପୋର୍ଟ ଅନୁସାରେ, ଫୋନ୍ ଉଠାଇବା ସମୟରେ କୁହାଯାଉଥିବା ‘ହେଲୋ’ ଶବ୍ଦକୁ ବିଶିଷ୍ଟ ବୈଜ୍ଞାନିକ ଥୋମାସ୍ ଆଲ୍ଭା ଏଡିସନ୍ ଦେଇଥିଲେ। ଯିଏ ସାରା ଦୁନିଆରେ ‘ଆଲୋକ’ର ଆବିଷ୍କାର କରି ଆଲୋକିତ କରିଥିଲେ।

ଏଡିସନ୍ ପ୍ରକାଶିତ କରିଥିବା ଏକ ଚିଠି ଅନୁସାରେ, ଗ୍ରାହମ୍ ବେଲ୍ ଫୋନ୍ ଉଠାଇବା ପରେ ‘ହେଲୋ’ ଶବ୍ଦ ଦେବାକୁ ଚାହୁଁନଥିଲେ। ସେ ‘ଆହୋଏ’ ଶବ୍ଦ ଦେବାକୁ ଚାହୁଁଥିଲେ। କିନ୍ତୁ ଏହି ଶବ୍ଦକୁ ସେହି ସମୟରେ କୌଣସି ବ୍ୟକ୍ତିଙ୍କୁ ଡାକିବା ପାଇଁ ବ୍ୟବହାର କରାଯାଉଥିଲା ।

ଅକ୍ସଫୋର୍ଡ ଡିକ୍ସନାରୀ ଅନୁସାରେ ‘ହେଲୋ’ ଶବ୍ଦ ପ୍ରଥମ କରି ୧୮୨୭ ମସିହାରେ ପ୍ରୟୋଗ କରାଯାଇଥିଲା। ଏହାର ଅର୍ଥ ହାଏ ନୁହେଁ। ୧୮୩୦ ଦଶକରେ ‘ହେଲୋ’ ଶବ୍ଦକୁ ପ୍ରୟୋଗ କରାଯାଇ ଲୋକଙ୍କ ଧ୍ୟାନ ଆକର୍ଷଣ କରାଯାଉଥିଲା। ‘ହେଲୋ’ ଶବ୍ଦ ‘ହାଲା’ ଅଥବା ‘ହୋଲା’ରୁ ସୃଷ୍ଟି ହୋଇଛି। ଯାହା ଏକ ଜର୍ମାନ୍ କିମ୍ୱା ଫ୍ରାନ୍ସୀ ଶବ୍ଦ। ଯାହାର ଅର୍ଥ, ‘କିପରି ଅଛ’ ବା ‘ତୁମେ ସେଠାରେ ଅଛ କି’ ବା ‘କ’ଣ ତୁମେ ଶୁଣି ପାରୁଛ’।