fbpx

ଦୁନିଆର ସବୁଠାରୁ ମହଙ୍ଗା ମେଣ୍ଢା, ୩.୫୯ କୋଟି ଟଙ୍କାରେ ନିଲାମ

ଦୁନିଆରେ ବହୁ ମୂଲ୍ୟବାନ୍ ସାମଗ୍ରୀ ନିଲାମ ହେଉଥିବାର ତ ଆପଣମାନେ ଜାଣିଛନ୍ତି । କେବେ ଆପଣ ଲକ୍ଷ ଲକ୍ଷ ଟଙ୍କାରେ ମେଣ୍ଢା ନିଲାମ ହେଉଥିବାର ଶୁଣିଛନ୍ତି କି? ସାଧାରଣତଃ ମେଣ୍ଢାର ଦାମ୍ ହଜାର ଭିତରେ ସୀମିତ ଥାଏ କିନ୍ତୁ ଏଠାରେ ଯେଉଁ ମେଣ୍ଢା କଥା କହିବାକୁ ଯାଉଛି, ତାହାର ମୂଲ୍ୟ କୋଟିରେ ରହିଛି । ତେବେ ଆସନ୍ତୁ ଜାଣିବା ସେହି ମୂଲ୍ୟବାନ ମେଣ୍ଢା ସମ୍ପର୍କରେ, ଯାହାକି କୋଟି କୋଟି ଟଙ୍କାରେ ନିଲାମ ହେଉଛି…

ଏହି ମେଣ୍ଢାର ନାମ ହେଉଛି ଡବଲ ଡାଇମଣ୍ଡ । ଗତ ସପ୍ତାହରେ ସ୍କଟଲ୍ୟାଣ୍ଡର ଲାନାର୍କରେ ଏହାର ନିଲାମ ପାଇଁ ଆୟୋଜିନ କରାଯାଇଥିଲା । ଏହାର ନିଲାମ ୧୩ ହଜାର ଡଲାର ବା ୯.୫୩ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥିଲା । । କିନ୍ତୁ ଶେଷରେ ଏହି ମେଣ୍ଢା ୪.୯୦ ଡଲାର ବା ୩.୫୯ କୋଟି ଟଙ୍କାରେ ନିଲାମ ହୋଇଥିଲା ।

ତେବେ ଏହା ଦୁଲର୍ଭ ପ୍ରଜାତିର ମେଣ୍ଢା, ଯାହାର ଦାମ ସର୍ବଦା ଲକ୍ଷ ଓ କୋଟି ଟଙ୍କାରେ ହୋଇଥାଏ । ଏହି ମେଣ୍ଢା ନେଦରଲ୍ୟାଣ୍ଡ ଉପକୂଳରେ ଥିବା ଟେକ୍ସଲର ଛୋଟେ ଦ୍ୱୀପରେ ଜନ୍ମ ନେଇଥାନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛଇ ଏହି ମେଣ୍ଢାଙ୍କ ବାଳର ଓଜନ । ଏହି ମେଣ୍ଢା ୩.୫ କିଲୋଗ୍ରାମରୁ ୫.୫ କିଲେଗ୍ରାମ ପର୍ଯ୍ୟନ୍ତ ବାଳ ଦେଇଥାନ୍ତି । ଯେଉଁଥିରୁ ପଶମ ଓ କପଡା ପ୍ରସ୍ତୁତ ହୁଏ । ଏମାନଙ୍କ ମାଂସ ମଧ୍ୟ ସୁସ୍ୱାଦ ହେବା ସହ ସମଗ୍ର ବିଶ୍ୱ ଏହାକୁ ପସନ୍ଦ କରିଥାଏ ।

Get real time updates directly on you device, subscribe now.