fbpx

ପୃଥିବୀର ଫୁସଫୁସ୍ ହେଉଛି ମହାସାଗର, ଜରୁରି ଏହାର ସଂରକ୍ଷଣ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜି ହେଉଛି ବିଶ୍ୱ ମହାସାଗର ଦିବସ । ପ୍ରତିବର୍ଷ ୮ ଜୁନ୍ କୁ ବିଶ୍ଵ ମହାସାଗର ଦିବସ ଭାବେ ପାଳନ କରାଯାଏ । ମାନବ ଜୀବନରେ ମହାସାଗରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତାକୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ ପ୍ରୟାସ ବିଷୟରେ ବିଶ୍ୱ ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁନ୍ ୮ ତାରିଖରେ ବିଶ୍ୱ ମହାସାଗର ଦିବସ ପାଳନ କରାଯାଏ ଜ୍ଝ ଏହି ଦିନକୁ ପାଳନ କରିବାର ମୁଖ୍ୟ କାରଣ ହେଉଛି ଜୈବ ବିବିଧତା, ଖାଦ୍ୟ ନିରାପତ୍ତା, ପରିବେଶ ସନ୍ତୁଳନ, ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ସମ୍ବଳର ଅନୈତିକ ବ୍ୟବହାର ଏବଂ ସମୁଦ୍ର ଦ୍ୱାରା ଆସୁଥିବା ବିଭିନ୍ନ ପ୍ରକାରର ଆହ୍ବାନ ବିଷୟରେ ବିଶ୍ୱରେ ସଚେତନତା ସୃଷ୍ଟି କରିବା ।

ପ୍ରତିବର୍ଷ ପରି, ୨୦୨୧ର ବିଷୟବସ୍ତୁ ହେଉଛି ‘ସମୁଦ୍ର: ଜୀବନ ଏବଂ ଜୀବିକା’ ଜ୍ଝ ୧୯୯୨ ମସିହାରେ ରିଓ ଡି ଜେନେରିଓରେ ଆୟୋଜିତ ହୋଇଥିବା ‘ଆର୍ଥ ସମ୍ମିଳନୀ’ ନାମକ ଏକ ଫୋରମ୍ ରେ ‘ବିଶ୍ୱ ମହାସାଗର ଦିବସ’ କୁ ପ୍ରତିବର୍ଷ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । କାନାଡାର ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଓସେନ ଡେଭଲପମେଣ୍ଟ ଏବଂ ଓସେନ ଇନଷ୍ଟିଚ୍ୟୁଟ ଅଫ କାନାଡା ଦ୍ଵାରା ଆର୍ଥ ସମ୍ମିଳନୀରେ ଏହି ଦିବସ କୁ ପାଳନ କରିବା ଉପରେ ଜୋର୍ ଦିଆଯାଇଥିଲା । ଏହାର ମୌଳିକ ଉଦ୍ଦେଶ୍ୟ ଥିଲା ସମୁଦ୍ର ଉପରେ ମାନବ କାର୍ୟ୍ୟକଳାପର ପ୍ରଭାବ ବିଷୟରେ ଲୋକଙ୍କୁ ଅବଗତ କରାଇବା । ସମୁଦ୍ରକୁ ନେଇ ଏକ ବିଶ୍ୱବ୍ୟାପୀ ଆନ୍ଦୋଳନର ବିକାଶ ଏବଂ ଏହାର ନିରନ୍ତର ପରିଚାଳନା ପାଇଁ ସାରା ବିଶ୍ଵର ଜନସଂଖ୍ୟାକୁ ଏକତ୍ରିତ କରିବା ଥିଲା ଏହି ସମ୍ମିଳନୀର ଲକ୍ଷ୍ୟ । ଯଦିଓ ଏହା ମିଳିତ ଜାତିସଂଘ ଦ୍ୱାରା ୨୦୦୮ ରେ ସ୍ୱୀକୃତି ପାଇଥିଲା ।

ପ୍ରାଚୀନ କାଳରୁ, ମାଇକ୍ରୋସ୍କୋପିକ୍ ଜୀବଠାରୁ ଆରମ୍ଭ କରି ବିଶାଳ ବାଘ ପର୍ୟ୍ୟନ୍ତ ବିଭିନ୍ନ ପ୍ରକାରର ଉଦ୍ଭିଦ ଏବଂ ଜୀବଜନ୍ତୁ, ସମସ୍ତଙ୍କ ସହିତ ଅନାଦି କାଳରୁ ସମୁଦ୍ର ସଂଯୋଗ ହୋଇ ରହିଛି । ବୈଜ୍ଞାନିକ ମାନଙ୍କ ଆକଳନ ଅନୁସାରେ, ସମୁଦ୍ରରେ ପ୍ରାୟ ଏକ ଲକ୍ଷ ପ୍ରଜାତିର ଜୀବ ଅଛନ୍ତି । ସେମାନଙ୍କର ପ୍ରାକୃତିକ ବାସସ୍ଥାନ ହେଉଛି ସମୁଦ୍ର । ତେଣୁ ଆଜିର ଏହି ଦିନରେ ବିଶ୍ୱବାସୀ, ସମୁଦ୍ର ର ସୁରକ୍ଷା ନିମନ୍ତେ ସଂକଳ୍ପବଦ୍ଧ ହେବା ଜରୁରୀ ।

Get real time updates directly on you device, subscribe now.