fbpx

ବିଶ୍ୱର ସବୁଠାରୁ ଅଲିଶାନ ଟ୍ରେନ୍: ଯାତ୍ରାରେ ମିଳିବ ଏହି ସବୁ ଜବରଦସ୍ତ ସୁବିଧା

ନୂଆଦିଲ୍ଳୀ: ଭିନ୍ନ ଭିନ୍ନ ସ୍ଥାନ ବୁଲିବା ପାଇଁ ଯିବାକୁ କାହାକୁ ପସନ୍ଦ ନୁହେଁ, ଆଉ ଯଦି ଆରାମଦାୟକ ଯାତ୍ରା ହୋଇଥାଏ କିମ୍ବା ଯାତ୍ରା ସମୟରେ ବଡ଼ ବଡ଼ ତାରକା ଭଳି ହୋଟେଲ ଭଳି ସୁବିଧା ମଳେ ତାହାଲେ ତ’ ମଜା ଆସିଯବି । ଏଭଳି ଯାତ୍ରାର ଅନୁଭବ କରାଇଥାଏ ଦୁନିଆର ସବୁଠୁ ବିଳାସପୂର୍ଣ୍ଣ ଟ୍ରେନ୍ ଭେନିସ-ସିମ୍ପଲୌନ ଓରିଏଣ୍ଟ ଏକ୍ସପ୍ରେସ୍ । ତେବେ ଆସନ୍ତୁ ଜାଣିବା ଏହ ଟ୍ରେନ୍ ର ବିଶେଷତ୍ୱ ଏବଂ କେଉଁଠାରୁ ନେଇ କେଉଁ ପର୍ଯ୍ୟନ୍ତ ଯାତ୍ରା କରିଥାଏ, ଏବଂ କେମିତି ଆପଣ ଏହାର ମଜା ନେଇପାରିବେ ।

ଓରିଏଣ୍ଟ ଏକ୍ସପ୍ରେସ୍ ୧୯୨୦-୩୦ ଦଶକରେ ଖୁବ୍ ପ୍ରସିଦ୍ଧ ଥିଲା, ଏହା ଏବେବି ମଧ୍ୟ ରହିଛି । ସେହି ସମୟରେ ଏଭଳି ଟ୍ରେନର ଯୁଗ ନଥିଲା । ଏଥିରେ ଯାତ୍ରା କରିବା ସେ ସମୟରେ ସମସ୍ତଙ୍କର ସ୍ୱପ୍ନ ଥିଲା । ଏହି ସ୍ୱପ୍ନ ଏବେବି ରହିଛି । ଯାତ୍ରା ସମୟରେ ଯାତ୍ରୀଙ୍କୁ ଲୋକପ୍ରିୟ ବିଳାସପୂର୍ଣ୍ଣ କ୍ୟାବିନରେ ସାମ୍ପେନ ପିଇବାକୁ ଦିଆଯାଇଥାଏ । ବାର୍ ରେ କ୍ରିଷ୍ଟଲ ଗ୍ଲାସରେ ଡ୍ରିଙ୍କ୍ସ ଦିଆଯାଇଥାଏ । ଯାତ୍ରୀ ବିଳାସପୂର୍ଣ୍ଣ ଗଦିରେ ବସି ବଢ଼ିଆ ଭୋଜନର ଆନନ୍ଦ ନେଇପାରିବେ ।

ଏଥିରେ ଲୋକଙ୍କ ଶୋଇବା ପାଇଁ ବ୍ୟକ୍ତିଗତ ସ୍ଲିପିଂ କ୍ୱାର୍ଟର ରହିଛି, ଯେଉଁଠାରେ ବେଡରେ ରେଶମର ଚାଦର ବିଛାଯାଇଛି । ଯାତ୍ରା ସମୟରେ ଆରାମ ଦାୟକ ବେଡ୍ ନିଜ ଏଭଳି ଲାଗେ ଯେ ଯାତ୍ରୀ ଶୋଇବା ଅବସ୍ଥାରେ କେତେବେଳେ ଗୋଟିଏ ସହରରୁ ଅନ୍ୟ ସହରକୁ ଅତିକ୍ରମ କରିଥାନ୍ତି ତାହା ଜଣାପଡ଼େନାହିଁ । ଓରିଏଣ୍ଟ ଏକ୍ସପ୍ରେସରେ ଯାତ୍ରୀଙ୍କୁ ଫାଇଭ ଷ୍ଟାର ହୋଟେଲ ଭଳି ଅନୁଭବ ହୋଇଥାଏ । ଏଥିରେ ବାର୍, ଥୀମ ରେଷ୍ଟୁରାଣ୍ଟ ଏବଂ ମନୋରଞ୍ଜନ ପାଇଁ ଅନେକ ସାଧନ ରହିଛି ।

ଟ୍ରେନରେ ଲୋକେ ଲଣ୍ଡନରୁ ଇଟାଲୀ ଯାତ୍ରା କରିଥାନ୍ତି । ଏହି ଟ୍ରେନର ଉଦ୍ଦେଶ୍ୟ ବ୍ରିଟେନକୁ ୟୁରୋପୀୟ ରେଳ ନେଟୱର୍କ ସହ ଯୋଡ଼ିବା ଥିଲା । ଏହା ଦୁନିଆର ସବୁଠୁ ଦାମୀ ଟ୍ରେନ ମଧ୍ୟରେ ସାମିଲ ରହିଛି । ତେବେ ପ୍ରକୃତ ଓରିଏଣ୍ଟ ଏକ୍ସପ୍ରେସକୁ ୧୯୭୭ରେ ବନ୍ଦ କରିଦଆଯାଇଥିଲା । ଏବେ ଏହାକୁ ପୁଣିଥରେ ଯାତ୍ରା କରିବାକୁ ପ୍ରସ୍ତତ । ଏହାକୁ ନୂଆ ରୁପରେ ପ୍ୟାରିସ୍ ଅଲମ୍ପିକ୍ ସମୟରେ ୨୦୨୪ ପୁଣି ଥରେ ଲଞ୍ଚ କରାଯିବ ।

Get real time updates directly on you device, subscribe now.