fbpx

ଆରମ୍ଭ ହେଲା ଦୁନିଆର ସବୁଠାରୁ ହାଇସ୍ପିଡ୍ ରେ ଗଡ଼ିପାରୁଥିବା ଟ୍ରେନ୍, ଘଣ୍ଟାପ୍ରତି ବେଗ ୬୦୦ କିମି; ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଅଧିକ ବେଗରେ ଗଡ଼ିପାରୁଥିବା ଟ୍ରେନ୍ ଆଜି ଆରମ୍ଭ ହୋଇଛି । ଏହା ଘଣ୍ଟା ପ୍ରତି ୬୦୦ କିମି ବେଗରେ ଚାଲିବ । ତେବେ ଏହାକୁ ଚୀନରେ ପ୍ରଥମେ ଆରମ୍ଭ କରାଯାଇଛି । ଏହି ହାଇସ୍ପିଡ୍ ଟ୍ରେନ୍ ଅର୍ଥାତ୍ ମ୍ୟାଗଲୋବ୍ ଟ୍ରେନ୍ କୁ ଚୀନ ନିଜର ଦେଶୀ ଟେକ୍ନୋଲୋଜି ଅନୁସାରେ ତିଆରି କରିଛି । ଚୀନର ତଟବର୍ତ୍ତୀ ସହର କିଙ୍ଗଦାଓରେ ନିର୍ମାଣ କରାଯାଇଛି । ଏହି ହାଇସ୍ପିଡ୍ ଟ୍ରେନ୍ ବିଦ୍ୟୁତ୍ ଚୁମ୍ବକୀୟ ଶକ୍ତି ସାହାଯ୍ୟରେ ଟ୍ରାକ୍ ଉପରେ ଗଡ଼ିବ । ତେବେ ଏହି ଟ୍ରେନ୍ କୁ “ଫ୍ଲୋଟିଂ ଟ୍ରେନ୍” ବୋଲି ମଧ୍ୟ କୁହାଯାଏ ।

ଚୀନ ପରିବହନ କ୍ଷେତ୍ରରେ ଏହି ଟେକନିକ୍ କୁ ଗତ ଦୁଇ ଦଶକ ହେବ ସୀମିତ ସ୍ତରରେ ବ୍ୟବହାର କରାଯାଉଛି । ସଂଘାଇରେ ମ୍ୟାଗଲୋବ୍ ଟ୍ରେନ୍ ପାଇଁ ଗୋଟିଏ ଛୋଟ ଲାଇନ୍ ରହିଛି ଯାହା ଦ୍ୱାରା ଏହା ସହରର ପ୍ରମୁଖ ଏୟାରପୋର୍ଟ ପର୍ଯ୍ୟନ୍ତ ଯାତ୍ରା କରିପାରିବ । କିନ୍ତୁ ଏହି ଟ୍ରେନ୍ ସେବା ବର୍ତ୍ତମାନ ଚୀନର ଇଣ୍ଟରସିଟି ବା ଆନ୍ତରାଜ୍ୟ ମ୍ୟାଗଲୋବ୍ ଟ୍ରେନ୍ ଉପଲବ୍ଧ ହୋଇନାହିଁ । ଏବେ କେବଳ ସଂଘାଇ ଏବଂ ଚେଂଦୁ ସହରରେ ଏହାକୁ ପରୀକ୍ଷାମୂଳକ ଭାବରେ ଚଲାଯାଉଛି ।

ଏହି ଟ୍ରେନ୍ ର ଗତି ଘଣ୍ଟା ପ୍ରତି ୬୦୦ କିମି ବେଗରେ ଚାଲିପାରୁଛି । ସଂଘାଇରୁ ବେଜିଂ ୧୦୦୦ କିମି ହୋଇଥିବା ବେଳେ ଏହି ରାସ୍ତା କଭର୍ କରିବା ପାଇଁ ମ୍ୟାଗଲୋବ୍ ଟ୍ରେନ୍ କୁ ମାତ୍ର ୨.୫ ଘଣ୍ଟା ଲାଗିବ । ଅନ୍ୟପଟେ ଏହି ରାସ୍ତା କଭର୍ କରିବାକୁ ବିମାନକୁ ୩ ଘଣ୍ଟା ସମୟ ଲାଗେ ଏବଂ ହାଇସ୍ପିଡ୍ ରେଳରେ ଯିବା ପାଇଁ ୫.୫ ଘଣ୍ଟା ଲାଗିଥାଏ ।

Get real time updates directly on you device, subscribe now.