fbpx

ସମୁଦ୍ର ପତ୍ତନ ଠାରୁ ୨୧,୩୧୨ ଫୁଟ୍‌ ଉପରେ ଟି’ ପାର୍ଟି, ବିଶ୍ୱର ସବୁଠାରୁ ଉଚ୍ଚ ଟି’ ପାର୍ଟିର ମିଳିଲା ମାନ୍ୟତା…

ନୂଆଦିଲ୍ଲୀ; ଚା’ ପିଉଥିବା ଲୋକେ ଯେକୌଣସି ସ୍ଥାନରେ ଯେକୌଣସି ପରିସ୍ଥିତିରେ ଚା’ କପ୍‌କୁ ଖୋଜନ୍ତି । ଅନେକ ଲୋକ ଡହ ଡହ ଖରାବେଳେ ମଧ୍ୟ ଚା’ ପିଇଥାନ୍ତି । କିନ୍ତୁ ମାଉଣ୍ଟ୍‌ ଏଭରେଷ୍ଟ୍‌ ଶିଖରକୁ ଯାଇ ଚା’ ପିଇବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ । ଏହାର ଏକ ଭିଡିଓ ଏବେ ‘ଗିନିଜ୍‌ ୱାଲର୍ଡ ରେକର୍ଡ’ର ନିଜସ୍ୱ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ପୋଷ୍ଟ କରାଯାଇଛି ଏବଂ ଏହାକୁ ବିଶ୍ୱର ସବୁଠାରୁ ଉଚ୍ଚ ଟି’ ପାର୍ଟିର ମାନ୍ୟତା ମିଳିଛି ।

 

ଭିଡିଓରେ ଦେଖିବାକୁ ମିଳିଛି ଯେ, ମାଉଣ୍ଟ ଏଭରେଷ୍ଟ୍‌ ଚଢ଼ିଥିବା ପର୍ବତାରୋହୀମାନେ ୨୧,୩୧୨ ଫୁଟ୍‌ ଉଚ୍ଚରେ ଟି’ ପାର୍ଟି କରୁଛନ୍ତି । ଏହି ଟି’ ପାର୍ଟିକୁ ଆଣ୍ଡ୍ରିୟୁ ହଗସ୍‌ ନାମକ ଜଣେ ପର୍ବତାରୋହୀ ଆୟୋଜନ କରିଥିଲେ । ଟି ପାର୍ଟିରେ ଚାହା ସହିତ ଜଳଖିଆ ମଧ୍ୟ ଥିଲା । ୧୪ ଜଣ ପର୍ବତାରୋହୀ ଏହି ଟି’ ପାର୍ଟିର ମଜା ନେଇଥିଲେ । ହଗସ୍‌ଙ୍କ କହିବା ଅନୁଯାୟୀ,‘ ସବୁ ପର୍ବତାରୋହୀଙ୍କୁ ଏକଜୁଟ୍‌ କରିବା ପାଇଁ ଏହି ପାର୍ଟିର ଆୟୋଜନ କରାଯାଇଥିଲା । ୧୪ ଜଣଙ୍କ ଭିତରେ ସମନ୍ୱୟ ଓ ସ୍ନେହଶ୍ରଦ୍ଧା ବଢ଼ାଇବା ଏହି ପାର୍ଟିର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ପାର୍ଟି ଆମ ସମସ୍ତଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିଲା ।’

Get real time updates directly on you device, subscribe now.