fbpx

ବିଶ୍ୱର ସବୁଠୁ କ୍ଷୁଦ୍ର ପେଣ୍ଟିଙ୍ଗ, ଛୁଞ୍ଚିରେ ହୋଇପାରୁଛି ଫିଟ୍

ନୂଆଦିଲ୍ଲୀ: ସବୁ କଳାକାର କିଛି ନା କିଛି ନୂଆ କରିବାକୁ ଚାହିଁଥାନ୍ତି । କଳାକାର ସବୁବେଳେ ଚେଷ୍ଟା କରିଥାନ୍ତି କିପରି ତାଙ୍କର ଆର୍ଟ ବା କଳା ସବୁଠାରୁ ଅଲଗା ଏବଂ ଭିନ୍ନ ହେଉ । ଆଉ ଏହିଭଳି କିଛି ଅଲଗା କରିବାର ନିଶାରେ ଇଂଲଣ୍ଡର ଚିତ୍ରକାର ଡେଭିଡ୍ ଏଭଳି ମାଷ୍ଟରପିସ ତିଆରି କରିଛନ୍ତି ଯାହା ଏବେ ଚର୍ଚ୍ଚାର କାରଣ ପାଲଟିଛି । ଡେଭିଡ ୬ଟି କ୍ଷୁଦ୍ର ପେଣ୍ଟିଙ୍ଗ୍ ତିଆରି କରିଛନ୍ତି । ଏହି ପେଣ୍ଟିଙ୍ଗସ ଏତେ କ୍ଷୁଦ୍ର ଯେ ଏହା ଛୁଞ୍ଚିରେ ମଧ୍ୟ ଫିଟ୍ ହୋଇପାରିବ । ଡେଭିଡ୍ ତାଙ୍କର ଏହି ମିନି ପେଣ୍ଟିଙ୍ଗ୍ କୁ ବିଶ୍ୱର କିଛି ପ୍ରସିଦ୍ଧ ପେଣ୍ଟିଙ୍ଗକୁ ପୁଣିଥରେ ତିଆରି କରି ବନାଇଛନ୍ତି ।

ଏହି ସବୁ ପେଣ୍ଟିଙ୍ଗସ ବିଡିଂରେ ବିକ୍ରି ମଧ୍ୟ ହୋଇଛି । ୬ଟି ଯାକ ପେଣ୍ଟିଙ୍ଗସ ପ୍ରାୟ ୯୩ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ତେବେ ଏହି ପେଣ୍ଟିଙ୍ଗସକୁ ଦେଖିବା ପାଇଁ କ୍ଷୀପ୍ର ନଜର ଦରକାର । ବିଡିଂରେ ସାମିଲ ହୋଇଥିବା ଲୋକେ କହିଛନ୍ତି ସେମାନେ କେବେ ଭାବିନଥିଲେ ଯେ ଏଭଳି କ୍ଷୁଦ୍ର କଳା କେବେ ଦେଖିପାରିବେ । ତେବେ ଡେଭିଡ୍ କହିଛନ୍ତି ତାଙ୍କୁ ଏହି ପେଣ୍ଟିଙ୍ଗସକୁ ତିଆରି କରିବା ପାଇଁ ତାଙ୍କୁ ହାର୍ଟ ବିଟକୁ ମଧ୍ୟ ନିୟନ୍ତ୍ରଣ କରିବାକୁ ପଡ଼ୁଥିଲା । ଟିକେ ବି ଭୁଲ ହେଉଥିଲେ ତାଙ୍କର ପେଣ୍ଟିଙ୍ଗ ଖରାପ ହୋଇଯାଉଥିଲା ଏବଂ ତାଙ୍କୁ ପୁଣିଥରେ ଆରମ୍ଭ କରିବାକୁ ପଡ଼ୁଥିଲା ।

Get real time updates directly on you device, subscribe now.